କେନ୍ଦ୍ର ସରକାର, ଆରଏସଏସ ଦଳିତଙ୍କ ସ୍ୱରକୁ ଚପାଇ ଦେଉଛନ୍ତି : ମାୟାବତୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେନ୍ଦ୍ରରେ କ୍ଷମତାଧୀନ ବିଜେପି ସରକାରଙ୍କ ସହାୟତାରେ ଦଳିତଙ୍କ ସ୍ୱରକୁ ଚାପି ଦେବାକୁ ଚେଷ୍ଟା କରୁଛି। ବୁଧବାର ଏହି ଅଭିଯୋଗ ଆଣିଛନ୍ତି ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ। ସେ କହିଛନ୍ତି, “ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଛାତ୍ର ରୋହିତ ଭେମୁଲାଙ୍କ ଆତ୍ମହତ୍ୟା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ, ଛାତ୍ର, ଆରଏସଏସ ଓ ବିଜେପି ଦାୟୀ। ଏହି ବିଶ୍ୱବିଦ୍ୟଳୟରେ ଦଳିତ ଛାତ୍ରଙ୍କ ଆତ୍ମହତ୍ୟା କରିବା ପ୍ରଥମ କଥା ନୁହେଁ। କଂଗ୍ରେସ କ୍ଷମତାଧୀନ ଥିବା ବେଳେ ମଧ୍ୟ ଏହି […]

mayabati

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 01:13 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେନ୍ଦ୍ରରେ କ୍ଷମତାଧୀନ ବିଜେପି ସରକାରଙ୍କ ସହାୟତାରେ ଦଳିତଙ୍କ ସ୍ୱରକୁ ଚାପି ଦେବାକୁ ଚେଷ୍ଟା କରୁଛି। ବୁଧବାର ଏହି ଅଭିଯୋଗ ଆଣିଛନ୍ତି ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ। ସେ କହିଛନ୍ତି, “ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଛାତ୍ର ରୋହିତ ଭେମୁଲାଙ୍କ ଆତ୍ମହତ୍ୟା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ, ଛାତ୍ର, ଆରଏସଏସ ଓ ବିଜେପି ଦାୟୀ। ଏହି ବିଶ୍ୱବିଦ୍ୟଳୟରେ ଦଳିତ ଛାତ୍ରଙ୍କ ଆତ୍ମହତ୍ୟା କରିବା ପ୍ରଥମ କଥା ନୁହେଁ। କଂଗ୍ରେସ କ୍ଷମତାଧୀନ ଥିବା ବେଳେ ମଧ୍ୟ ଏହି ବିଶ୍ୱବିଦ୍ୟଳୟରେ ବହୁ ଦଳିତ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଦଳିତ ଛାତ୍ରମାନେ ବାବା ସାହେବ୍ ଆମ୍ବେଦକରଙ୍କର ନାମରେ ଏକ ଫୋରମ ଗଢିଛନ୍ତି। ଏହି ଫୋରମ ମାଧ୍ୟମରେ ଛାତ୍ରମାନେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ। କିନ୍ତୁ ଏବେକାର ସରକାର ଛାତ୍ରଙ୍କର ଏହି ଗତିବିଧିକୁ ନାପସନ୍ଦ କରୁଛନ୍ତି। କେନ୍ଦ୍ରର ସରକାରଙ୍କ ସହଯୋଗରେ ଆରଏସଏସ ଏହି ଛାତ୍ର ଫୋରମକୁ ଟାର୍ଗେଟ କରୁଛନ୍ତି ଓ ସେମାନଙ୍କ ଉପରେ ଦାଉ ସାଧୁଛନ୍ତି। ଯାହାଫଳରେ ରୋହିତ ଭମୁଲାଙ୍କ ପରି ଛାତ୍ର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।”

ରୋହିତ ଭେମୁଲାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ଗଠିତ କମିଟିରେ ଜଣେ ଦଳିତଙ୍କୁ ସ୍ଥାନ ଦେବା ପାଇଁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ମାସ ୧୮ ତାରିଖରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ରୋହିତ ଭେମୁଲା ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ବିଶ୍ୱବିଦ୍ୟାଳୟ ସମେତ ବହୁ ସ୍ଥାନରେ ପ୍ରତିବାଦ ଦେଖାଦେଇଥିଲା।

Related story