ଲଳିତ ମୋଦି ବିବାଦ: ସୁଷମା, ବସୁ‌ନ୍ଧରାଙ୍କ ପରେ ଫସିଲେ ଜେଟଲୀ

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦିଙ୍କ ଟ୍ରାଭେଲ୍ପ‍ ଡକ୍ୟୁମେଣ୍ଟ ମାମଲାରେ ପୂର୍ବରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଫସି ଥିବା ବେଳେ ଏବେ ଏଥିରେ ଛନ୍ଦି ହୋଇଯାଇଛି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାଁ। ଖୋଦ୍ ‍ ଲଳିତ ମୋଦି ସୋମବାର ରାତିରେ କରିଥିବା ଏକ ଟ୍ୱିଟ୍ ଜେଟଲୀଙ୍କୁ ପକାଇ ଦେଇଛି ଅଡୁଆରେ। ଏହି ଟ୍ୱିଟରେ ମୋଦି ଲେଖିଛନ୍ତି ଯେ ଯେତେବେଳେ କେନ୍ଦ୍ରରେ ଉପା ସରକାର ଥିଲା […]

FM-Arun-Jaitley

FM-Arun-Jaitley

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 07:11 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦିଙ୍କ ଟ୍ରାଭେଲ୍ପ‍ ଡକ୍ୟୁମେଣ୍ଟ ମାମଲାରେ ପୂର୍ବରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଫସି ଥିବା ବେଳେ ଏବେ ଏଥିରେ ଛନ୍ଦି ହୋଇଯାଇଛି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାଁ। ଖୋଦ୍ ‍ ଲଳିତ ମୋଦି ସୋମବାର ରାତିରେ କରିଥିବା ଏକ ଟ୍ୱିଟ୍ ଜେଟଲୀଙ୍କୁ ପକାଇ ଦେଇଛି ଅଡୁଆରେ। ଏହି ଟ୍ୱିଟରେ ମୋଦି ଲେଖିଛନ୍ତି ଯେ ଯେତେବେଳେ କେନ୍ଦ୍ରରେ ଉପା ସରକାର ଥିଲା ସେତେବେଳେ ଅରୁଣ ଜେଟଲୀ ତାଙ୍କୁ ଲଣ୍ଡନରେ ଏକୁଟିଆ ଭେଟିବାକୁ ଆସିଥିଲେ। ଲଣ୍ଡନର ଏସଟି ଜେମ୍ସ କୋର୍ଟ ତାଜ୍ ହୋଟେଲରେ ଜେଟଲୀ ତାଙ୍କୁ ଭେଟିଥିଲେ।
ଏହା ସହିତ ମୋଦି ଲେଖିଛନ୍ତି, ବିସିସିଆଇରୁ ଯେଉଁ ସବୁ ସଦସ୍ୟମାନେ ଟିଏ/ଡିଏ ବାବଦକୁ ପ୍ରଚୁର ଅର୍ଥ ନେଇଛନ୍ତି ସେମାନଙ୍କ ମଧ୍ୟରେ ଜେଟଲୀ ମଧ୍ୟ ରହିଛନ୍ତି। ଆଶା କରୁଛି ଅରୁଣ ଜେଟଲୀ, ଅନୁରାଗ ଠାକୁର (ବିଜେପି) ଓ ରାଜୀବ ଶୁକ୍ଳା (କଂଗ୍ରେସ) ସେମାନଙ୍କ ଆୟକର ରିଟର୍ଣ୍ଣରେ ମଧ୍ୟ ଏହାକୁ ଉଲ୍ଲେଖ କରିଥିବେ।
କଂଗ୍ରେସ ନେତା ତଥା ବର୍ତ୍ତମାନ ଆଇପିଏଲର ଅଧ୍ୟକ୍ଷ ଥିବା ରାଜୀବ ଶୁକ୍ଳାଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତ ମୋଦି। ସେ କହିଛନ୍ତି, ରାଜୀବ ଶୁକ୍ଳା ପ୍ରାଇଭେଟ୍ ଜେଟ୍ ‍ ଗୁଡ଼ିକୁ ବହୁତ ଯାତ୍ରା କରୁଛନ୍ତି। ଆଉ ଏଥିପାଇଁ ଅନ୍ୟମାନେ ଟଙ୍କା ବ୍ୟୟ କରୁଛନ୍ତି। ସେହିଭଳି କଂଗ୍ରେସ ଦଳ ଓ ଏହାର ସାଂସଦ ମାନେ ସବୁବେଳେ ବିସିସିଆଇର ଅନୁକଂପା ଆଶା ରଖନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୧୭୦୦ କୋଟି ଟଙ୍କା ଦୁନୀର୍ତିରେ ଅଭିଯୁକ୍ତ ରହିଥିବା ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଇଂଲଣ୍ଡରେ ଟ୍ରାଭେଲ୍ ଡକ୍ୟୁମେଣ୍ଟ ହାସଲ କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସେଠାକାର ହାଇକମିଶନରଙ୍କୁ ସୁପାରିଶ କରିଥିବା ନେଇ ଖବର ପ୍ରକାଶିତ ହେବା ପରେ କଂଗ୍ରେସ ତାଙ୍କର ଇସ୍ତଫା ଦାବି କରିଛି। ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦୁର୍ନୀତି ଅଭିଯୁକ୍ତ ଲଳିତ ମୋଦିଙ୍କ ଇମିଗ୍ରେସନ ପେପରରେ ସ୍ୱାକ୍ଷର କରିଥିବା ଅଭିଯୋଗ ହୋଇଛି। ଏହା ସହିତ ବସୁନ୍ଧରାଙ୍କ ପୁଅର କଂପାନୀରେ ମୋଦି ୧୨ କୋଟି ଟଙ୍କା ନିବେଶ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ପରେ ତାଙ୍କର ମଧ୍ୟ ଇସ୍ତଫା ଦାବି କରିଛନ୍ତି ବିରୋଧ ଦଳଗୁଡ଼ିକ। ତେବେ ବର୍ତ୍ତମାନ ସୁଦ୍ଧା ବିଜେପି ତା’ର ଏହି ଦୁଇ ନେତାଙ୍କୁ ସମର୍ଥନ କରି ଆସିଛି ଓ ସେମାନେ କୌଣସି ଭୁଲ୍ କରି ନାହାନ୍ତି ବୋଲି ଯୁକ୍ତି ବାଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story