ଚୀନ୍ ପ୍ରେମରେ ବାମପନ୍ଥୀ, କହିଲେ ଚୀନର ଦୋଷ ନାହିଁ

ନୂଆଦିଲ୍ଲୀ: ଚୀନ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ସମସ୍ତ ଦଳ ଚୀନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ହେଲେ ବାମପନ୍ଥୀ ଦଳ ଗୁଲଓ୍ୱାନ ଉପତ୍ୟକାରେ ଦେଖାଦେଇଥିବା ସଂଘର୍ଷ ପାଇଁ ଆମେରିକାକୁ ଦାୟୀ କରିଛନ୍ତି। ଏମିତିକି ଚୀନ୍ ବିରୋଧରେ ପଦୁଟିଏ ବି କହି ନଥିଲେ ବାମପନ୍ଥୀ ଦଳର ନେତା ସୀତାରାମ ୟେଚୁରୀ ଏବଂ ଡି ରାଜା। ସିପିଆଇ ଏମ୍ ନେତା ସୀତାରାମ ୟେଚୁରୀ କହିଛନ୍ତି, ଭାରତ ସରକାର ଚୀନ୍ ସହିତ […]

SITARAM D RAJA

Subhransu Sekhar
  • Published: Friday, 19 June 2020
  • , Updated: 19 June 2020, 10:16 PM IST

ନୂଆଦିଲ୍ଲୀ: ଚୀନ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ସମସ୍ତ ଦଳ ଚୀନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ହେଲେ ବାମପନ୍ଥୀ ଦଳ ଗୁଲଓ୍ୱାନ ଉପତ୍ୟକାରେ ଦେଖାଦେଇଥିବା ସଂଘର୍ଷ ପାଇଁ ଆମେରିକାକୁ ଦାୟୀ କରିଛନ୍ତି। ଏମିତିକି ଚୀନ୍ ବିରୋଧରେ ପଦୁଟିଏ ବି କହି ନଥିଲେ ବାମପନ୍ଥୀ ଦଳର ନେତା ସୀତାରାମ ୟେଚୁରୀ ଏବଂ ଡି ରାଜା।

ସିପିଆଇ ଏମ୍ ନେତା ସୀତାରାମ ୟେଚୁରୀ କହିଛନ୍ତି, ଭାରତ ସରକାର ଚୀନ୍ ସହିତ ଉଚ୍ଚ ସ୍ତରୀୟ ଆଲୋଚନା କରିବା ଦରକାର। ଏହାଦ୍ୱାରା ସୀମାରେ ଶାନ୍ତି ବଜାୟୀ ରହିବ। ଏମିତିକି ଏଲଏସି ବାବଦରେ ସମାଧାନ ମଧ୍ୟ ହୋଇପାରିବ। ଯଦି ସରକାର ଏହି ନୀତି ଆପଣେଇବେ ତା’ହେଲେ ସିପିଆଇ(ଏମ୍) କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ୟେଚୁରୀ କହିଛନ୍ତି।

ଏଥିସହ ବାମପନ୍ଥୀ ଦଳମାନେ ବିବାଦ ପାଇଁ ଆମେରିକାକୁ ଦାୟୀ କରିଛନ୍ତି। ଆମେରିକା ସହିତ ଭାରତର ସମ୍ପର୍କ ବଢ଼ୁଛି। ତେଣୁ ଚୀନ୍ ସୀମାରେ ଏଭଳି ନୀତି ଆପଣାଉଛି। ଭାରତ ଆମେରିକା ପାଖରୁ ଦୂରେଇ ରହିବା ଦରକାର ବୋଲି ସେ କହିଛନ୍ତି। ଏମିତିକି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ପଞ୍ଚଶୀଳ ନୀତିକୁ ଅନୁସରଣ କରିବା ଦରକାର ବୋଲି ବାମପନ୍ଥୀ ନେତାମାନେ ସର୍ବଦଳୀୟ ବୈଠକରେ ମତ ରଖିଛନ୍ତି।

Related story