ସ୍ତ୍ରୀଙ୍କ ସହ ଲାଇଭ୍ ସେକ୍ସ କରି ଆୟ କରୁଥିଲେ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ପଇସା ପାଇଁ ସୀମା ସରହଦ ଟପିଲା ମଣିଷ। ରୋଜଗାର କରିବା ପାଇଁ ମଧ୍ୟପ୍ରଦେଶର ବିଦିଶାର ଜଣେ ୨୪ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ଦୁଇ ସ୍ତ୍ରୀଙ୍କ ସହ ବିଭିନ୍ନ ମୋବାଇଲ୍ ଆପ୍ସରେ ଲାଇଭ୍ ସେକ୍ସ କରୁଥିଲେ। ଦ୍ୱିତୀୟ ସ୍ତ୍ରୀର ଅଭିଯୋଗ କ୍ରମେ ଏବେ ୨୪ ବର୍ଷ ବ୍ୟକ୍ତି ଜଣଙ୍କ ଗିରଫ ହୋଇଛି।

ଏହି ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀ ସହ ‘ଲାଇଭ୍ ଶୋ’ରେ ସେକ୍ସ କରି ପ୍ରଚୁର ଟଙ୍କା ରୋଜଗାର କରୁଥିଲେ ବୋଲି ଜଣାପଡ଼ିଛି। ଶନିବାର ଦ୍ୱିତୀୟ ପତ୍ନୀ ପୁଲିସରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ବ୍ୟକ୍ତିଗତ ମୁହୂର୍ତ୍ତର ଚିତ୍ର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏବେ ତାଙ୍କ ନାମରେ ନିର୍ଯାତନା ସହିତ ଅପରାଧିକ ଧମକ ଦେବା ଏବଂ ଧର୍ଷଣ ମାମଲା ମଧ୍ୟ ଅଭିଯୋଗ ହୋଇଛି।

ପୁଲିସ କହିଛି ଯେ ଅଭିଯୁକ୍ତ କେବଳ ଦଶମ ଶ୍ରେଣୀ ପାସ୍ କରିଛନ୍ତି। କିନ୍ତୁ ସେ ଟେକ୍ନୋଲୋଜି ବିଷୟରେ ବହୁତ ଜାଣିଛି। ଅନେକ ଡେଟିଂ ଆପ୍ସରେ ସକ୍ରିୟ ରହି ରୋଜଗାର କରିବାର କୌଶଳ ଜାଣିଛି।
ଯେଉଁମାନେ ଆପ୍ସରେ ଭିଡିଓ ଦେଖିବେ ସେମାନଙ୍କୁ ପ୍ରଥମେ ମେନୁ ସହିତ ଏକ ମେସେଜ୍ ପଠାଯାଏ। ଡେମୋ ପାଇଁ ୧୦୦ରୁ ଆରମ୍ଭ ହୋଇ ୫୦୦, ୭୦୦ ଏବଂ ୧୦୦୦ ଟଙ୍କା ପର୍ଯ୍ୟନ୍ତ ମେନୁ ରହିଛି। ଅଗଷ୍ଟ ୨୮ରେ ଖୋଲାଯାଇଥିବା ଆକାଉଣ୍ଟରେ ପ୍ରାୟ ୬ ଲକ୍ଷ ଟଙ୍କା କାରବାର ହୋଇଥିବା ପୁଲିସ ଚିହ୍ନଟ କରିଛି। ପୁଲିସ କହିଛି ଯେ ସେ ଦିନକୁ ୩୦୦୦ ରୁ ୪,୦୦୦ ଟଙ୍କା ରୋଜଗାର କରୁଥିଲେ।

ଅଭିଯୁକ୍ତଙ୍କ ପ୍ରଥମ ପତ୍ନୀ ବେଙ୍ଗାଲୁରୁର। ସେମାନେ ସୋଶାଲ ମିଡିଆରେ ସାକ୍ଷାତ କରି ବିବାହ କରିଥିଲେ। ସେ ସାତ ମାସର ଗର୍ଭବତୀ। ତାଙ୍କର ଦ୍ୱିତୀୟ ସ୍ତ୍ରୀ ଉତ୍ତରପ୍ରଦେଶର ଏବଂ ସେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଅନୁଗାମୀ। ଅଭିଯୁକ୍ତ ନିଜକୁ ଗୁରୁଙ୍କ ଭକ୍ତ ବୋଲି କରି ମହିଳାଙ୍କୁ ବିବାହ କରିଥିଲେ। ଦୁହେଁ ମନ୍ଦିରରେ ବିବାହ କରିଥିଲେ ବୋଲି ସୂଚନା ରହିଛି।

ପୁଲିସ କହିଛି ଯେ ତାଙ୍କ ପ୍ରଥମ ସ୍ତ୍ରୀ କୌଣସି ଅଭିଯୋଗ କରି ନାହାନ୍ତି। ପଚରାଉଚରା ବେଳେ ଅଭିଯୁକ୍ତ ଉଭୟ ପତ୍ନୀଙ୍କ ସହ ସେକ୍ସ କରିବା ବେଳର ଭିଡିଓ ଲାଇଭ୍ ଷ୍ଟ୍ରିମିଂ କରୁଥିଲେ ବୋଲି ସ୍ୱୀକାର କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।