ନାଥୁରାମ ଗଡ୍‌ସେକୁ ଦେଶଭକ୍ତ କହିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ନାଥୁରାମ୍‌ ଗଡ୍‌ସେକୁ ଦେଶ ଭକ୍ତ କହିଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର। ବୁଧବାର ଲୋକସଭାରେ ଏସ୍‌ପିଜି ସଂଶୋଧନ ବିଲ୍‌ ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ପ୍ରସଙ୍ଗକ୍ରମେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥଲେ ପ୍ରଜ୍ଞା ଠାକୁର। ଯାହାକୁ ତୀବ୍ର ବିରୋଧ କରିଛି କଂଗ୍ରେସ। ଗୃହରେ ଡିଏମ୍‌କେ ସାଂସଦ ଏ ରାଜା ନକାରାତ୍ମକ ମାନସିକତା ବିଷୟରେ ଚର୍ଚ୍ଚା କରି ଗଡ୍‌ସେର ଉଦାହରଣ ଦେଇଥିଲେ। ସେ କହିଥିଲେ ଗଡ୍‌ସେ ଗାନ୍ଧିଙ୍କୁ ହତ୍ୟା କରିବାର କାରଣ ସେ ଏକ ନିର୍ଦ୍ଦିଷ୍ଟ ଦର୍ଶନରେ […]

sadhwi

Subrat Kumar Nayak
  • Published: Wednesday, 27 November 2019
  • , Updated: 28 November 2019, 10:45 AM IST

ନୂଆଦିଲ୍ଲୀ: ନାଥୁରାମ୍‌ ଗଡ୍‌ସେକୁ ଦେଶ ଭକ୍ତ କହିଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର। ବୁଧବାର ଲୋକସଭାରେ ଏସ୍‌ପିଜି ସଂଶୋଧନ ବିଲ୍‌ ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ପ୍ରସଙ୍ଗକ୍ରମେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥଲେ ପ୍ରଜ୍ଞା ଠାକୁର। ଯାହାକୁ ତୀବ୍ର ବିରୋଧ କରିଛି କଂଗ୍ରେସ।

ଗୃହରେ ଡିଏମ୍‌କେ ସାଂସଦ ଏ ରାଜା ନକାରାତ୍ମକ ମାନସିକତା ବିଷୟରେ ଚର୍ଚ୍ଚା କରି ଗଡ୍‌ସେର ଉଦାହରଣ ଦେଇଥିଲେ। ସେ କହିଥିଲେ ଗଡ୍‌ସେ ଗାନ୍ଧିଙ୍କୁ ହତ୍ୟା କରିବାର କାରଣ ସେ ଏକ ନିର୍ଦ୍ଦିଷ୍ଟ ଦର୍ଶନରେ ବିଶ୍ୱାସ କରୁଥିଲେ। ଏହାକୁ ବିରୋଧ କରି ପ୍ରଜ୍ଞାଠାକୁର କହିଥିଲେ “ଏଠାରେ ଦେଶଭକ୍ତଙ୍କର ଉଦାହରଣ ନ ଦିଆଯାଉ।” ବାସ୍‌ ଏହାପରେ ବିରୋଧୀ କଂଗ୍ରେସ୍‌ ଏହାକୁ ତୀବ୍ର ବିରୋଧ କରିଥିଲା। ଏହା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଜ୍ଞାଙ୍କୁ ନିଜ ଆସନରେ ବସିଯିବାକୁ କହିଥିଲେ।

ତେବେ ବିରୋଧୀଙ୍କ ପ୍ରବଳ ବିରୋଧ ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ସେମାନଙ୍କୁ ନିରବତା ରକ୍ଷା କରି ଗୃହର ବସିବାକୁ ଅନୁରୋଧ କରିବା ସହିତ ପ୍ରଜ୍ଞାଠାକୁରଙ୍କ ମନ୍ତବ୍ୟକୁ ରେକର୍ଡରୁ ହଟାଇ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଏନ୍‌ଡିଏ ସରକାର ଏସ୍‌ପିଜି (ସଂଶୋଧନ) ବିଲ୍‌ ଆଣି କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏବଂ ତାଙ୍କ ସହ ବାସଭବନରେ ବସବାସ କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଆଇନ କରାଯାଉଛି। ଏହାକୁ ବିରୋଧୀ ଦଳ ବିରୋଧ କରିଆସୁଛନ୍ତି। ଏ ରାଜା ଆଜି ଦାବି କରିଥିଲେ ସୁରକ୍ଷା ଭିତ୍ତିରେ ଏହି ସୁରକ୍ଷା କେଉଁମାନଙ୍କୁ ଯୋଗାଇଦିଆଯିବ ସ୍ଥିର କରାଯାଉ।

Related story