ଲୋକସଭାରେ ଆଧାର ବିଲ୍‌ ପାରିତ

ନୂଆଦିଲ୍ଲୀ: ପ୍ରବଳ ବିରୋଧ ସତ୍ତ୍ୱେ ଲୋକସଭାରେ ଆଧାର ବିଲ୍‌ ପାରିତ ହୋଇଛି। ଏହା ମାଧ୍ୟମରେ ହିତାଧିକାରୀଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ସିଧାସଳଖ ସବ୍‌ସିଡ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବିଲ୍‌ ପୂର୍ବ ୟୁପିଏ ସରକାର ଅମଳରେ ଅଣାଯାଇଥିବା ବିଲ୍‌ଠାରୁ ବହୁ ଗୁଣରେ ଭିନ୍ନ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ୟୁପିଏ ଅମଳରେ ଅଣାଯାଇଥିବା ବିଲ୍‌ କେବଳ ପରିଚୟପତ୍ର ଲାଗି ଉଦ୍ଦିଷ୍ଟ ଥିବା ବେଳେ ବର୍ତ୍ତମାନର ବିଲ୍‌ ସରକାରୀ ଯୋଜନାର ଅର୍ଥ ଖର୍ଚ୍ଚ ଲାଗି ଉଦ୍ଦିଷ୍ଟ […]

adhara

Rakesh Mallick
  • Published: Friday, 11 March 2016
  • , Updated: 12 March 2016, 01:51 AM IST

ନୂଆଦିଲ୍ଲୀ: ପ୍ରବଳ ବିରୋଧ ସତ୍ତ୍ୱେ ଲୋକସଭାରେ ଆଧାର ବିଲ୍‌ ପାରିତ ହୋଇଛି। ଏହା ମାଧ୍ୟମରେ ହିତାଧିକାରୀଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ସିଧାସଳଖ ସବ୍‌ସିଡ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବିଲ୍‌ ପୂର୍ବ ୟୁପିଏ ସରକାର ଅମଳରେ ଅଣାଯାଇଥିବା ବିଲ୍‌ଠାରୁ ବହୁ ଗୁଣରେ ଭିନ୍ନ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ୟୁପିଏ ଅମଳରେ ଅଣାଯାଇଥିବା ବିଲ୍‌ କେବଳ ପରିଚୟପତ୍ର ଲାଗି ଉଦ୍ଦିଷ୍ଟ ଥିବା ବେଳେ ବର୍ତ୍ତମାନର ବିଲ୍‌ ସରକାରୀ ଯୋଜନାର ଅର୍ଥ ଖର୍ଚ୍ଚ ଲାଗି ଉଦ୍ଦିଷ୍ଟ ବୋଲି ଜେଟଲୀ କହିଛନ୍ତି।

ଆଧାର ବିଲ୍‌କୁ ଅର୍ଥ ବିଲ୍‌ ଭାବେ ପାରିତ କରାଯାଇଥିବାରୁ କଂଗ୍ରେସ ପକ୍ଷରୁ ଏହାର ଜୋରଦାର ବିରୋଧ କରାଯାଇଥିଲା। ରାଜ୍ୟସଭାକୁ ବାଇପାସ୍‌ କରିବା ଲକ୍ଷ୍ୟରେ ସରକାର ଏଭଳି କରିଥିବା ଦଳ ଅଭିଯୋଗ କରିଛି। ଅର୍ଥ ବିଲ୍‌ ଆକାରରେ ବିଲ୍‌ ପାସ୍‌ ହୋଇଥିବାରୁ ରାଜ୍ୟସଭାରେ ଏଥିରେ ସଂଶୋଧନ ପ୍ରସ୍ତାବ ଅଣାଯାଇପାରିବ ନାହିଁ। ସେହିପରି ୧୪ଦିନ ମଧ୍ୟରେ ରାଜ୍ୟସଭାରେ ବିଲ୍‌ ଉପରେ ଆଲୋଚନା ନ ହେଲେ ଏହା ଆପେ ଆପେ ପାରିତ ହୋଇଯିବ ବୋଲି ଧରାଯିବ। ବିଜେଡି ମଧ୍ୟ ବିଲ୍‌କୁ ଜୋରଦାର ବିରୋଧ କରିଥିଲା। ବିଲ୍‌କୁ ସଂସଦୀୟ କମିଟିକୁ ପଠାଇବାକୁ ବିଜେଡି ଦଳ ଦାବି କରିଥିଲା।

Related story