ମଧ୍ୟପ୍ରଦେଶ କଂଗ୍ରେସରେ କନ୍ଦଳ, ଅଡୁଆରେ କମଲନାଥ ସରକାର

ଭୋପାଲ: ପଡ଼ୋଶୀ ମହାରାଷ୍ଟ୍ରରେ ଦଳର ଆବଶ୍ୟକ ବିଧାୟକ ନଥିଲେ ମଧ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରଚ୍ଛଦପଟରେ ରହି ବିରୋଧୀ ଶିବସେନା ସହ ନିଜ ଦଳକୁ ମିଶାଇ ସରକାର ଗଢ଼ିବାରେ ସଫଳ ହେଲେ। ହେଲେ ଏହେ ନିଜ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏଥିପାଇଁ ବିରୋଧୀ ବିଜେପି ନୁହେଁ ବରଂ ସରକାରରେ ସାମିଲ ଥିବା ସହଯୋଗୀ ବିଧାୟକ ଏବଂ ଦଳୀୟ ନେତା ପାଲଟିଛନ୍ତି କଣ୍ଟା। ୧୧ ମାସର ସରକାରଙ୍କ ଉପରେ ବିଭିନ୍ନ ଆରୋପ ଲଗାଇବାକୁ ଯାଇ ରାଜ୍ୟରେ କମଲନାଥ […]

kamalnath

kamalnath

Subhransu Sekhar
  • Published: Saturday, 30 November 2019
  • Updated: 30 November 2019, 03:18 PM IST

Sports

Latest News

ଭୋପାଲ: ପଡ଼ୋଶୀ ମହାରାଷ୍ଟ୍ରରେ ଦଳର ଆବଶ୍ୟକ ବିଧାୟକ ନଥିଲେ ମଧ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରଚ୍ଛଦପଟରେ ରହି ବିରୋଧୀ ଶିବସେନା ସହ ନିଜ ଦଳକୁ ମିଶାଇ ସରକାର ଗଢ଼ିବାରେ ସଫଳ ହେଲେ। ହେଲେ ଏହେ ନିଜ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏଥିପାଇଁ ବିରୋଧୀ ବିଜେପି ନୁହେଁ ବରଂ ସରକାରରେ ସାମିଲ ଥିବା ସହଯୋଗୀ ବିଧାୟକ ଏବଂ ଦଳୀୟ ନେତା ପାଲଟିଛନ୍ତି କଣ୍ଟା। ୧୧ ମାସର ସରକାରଙ୍କ ଉପରେ ବିଭିନ୍ନ ଆରୋପ ଲଗାଇବାକୁ ଯାଇ ରାଜ୍ୟରେ କମଲନାଥ ସରକାରର ସ୍ଥାୟିତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଓ ତାଙ୍କ ବିଧାୟକ ଭାଇ ଲକ୍ଷ୍ମଣ ସିଂହ ନିଜ ସରକାରକୁ ବାରମ୍ୱାର ସମାଲୋଚନା କରି ଚାଲିଛନ୍ତି। ପ୍ରଥମେ ଚାଷୀଙ୍କୁ ୨ ଲକ୍ଷ ଟଙ୍କା ଋଣ ଛାଡ କରାଯାଇନଥିବା ଅଭିଯୋଗ ଆଣିଥିଲେ। ଏବେ ଚଚଉଡାକୁ ଜିଲ୍ଲା କରିବା ପାଇଁ ଦାବି କରି ସରକାରଙ୍କ ବିରୋଧରେ ଆକ୍ରାମଣାତ୍ମକ ଭାବ ଜାରି ରଖିଛନ୍ତି। ଏମିତିକି ଶିବସେନା ସହିତ ମିଶି ସରକାର ଗଠନ ପ୍ରକ୍ରିୟାକୁ ଲକ୍ଷ୍ଣଣ ସିଂହ ନାପସନ୍ଦ କରିଥିଲେ।

ମଧ୍ୟପ୍ରଦେଶର ଅନ୍ୟତମ ବରିଷ୍ଠ ନେତା ତଥା କଂଗ୍ରେସ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜ ସରକାରକୁ ଆରମ୍ଭରୁ ସମାଲୋଚନା କରି ଆସୁଛନ୍ତି। ଚାଷୀ ପ୍ରସଙ୍ଗରୁ ଆରମ୍ଭ କରି ସରକାରୀ କର୍ମଚାରୀ ବଦଳି ପ୍ରକ୍ରିୟାକୁ ନେଇ କମଲନାଥ ସରକାରଙ୍କୁ ସମାଲୋଚନା କରୁଛନ୍ତି। ନିକଟରେ ତାଙ୍କର ଟୁଇଟର ଆକାଉଣ୍ଟରେ କଂଗ୍ରେସର ନେତା ବୋଲି ପରିଚୟ ହଟାଇ ଦେବା ପରେ ବିଭିନ୍ନ ଚର୍ଚ୍ଚା ହୋଇଥିଲା। ନିକଟରେ କଂଗ୍ରେସ ବିଧାୟକ ସୁରେଶ ରଥଖେଡା ମଧ୍ୟ କହିଥିଲେ ସିନ୍ଧିଆ ନୂଆ ଦଳ ଗଢ଼ିବେ।

ସେହିପରି କଂଗ୍ରେସ ନେତା ଓ ଏସ ଭଦୋରିଆ ଏବଂ ରଣଭୀର ଜତଭ ମଧ୍ୟ ଜଙ୍ଗଲ ମନ୍ତ୍ରୀ ଗୋବିନ୍ଦ ସିଂହଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ସମାଲୋଚନା କରୁଛନ୍ତି। ଗୋବିନ୍ଦ ସିଂହ ମଧ୍ୟ ଦିଗବିଜୟ ସିଂହଙ୍କୁ ସମାଲୋଚନା କରିବାକୁ ଯାଇ ବିଭିନ୍ନ ପ୍ରକାର ସମାଲୋଚନା କରୁଛନ୍ତି।

ରାଜନୀତି ସମୀକ୍ଷକ ରବୀନ୍ଦ୍ର ବ୍ୟାସ କହିଛନ୍ତି, ସରକାର ଗଢ଼ିବା ପାଇଁ ରାଜ୍ୟରେ କଂଗ୍ରେସ ପାଖରେ ଆବଶ୍ୟକ ବିଧାୟକ ନାହାନ୍ତି। ତେଣୁ ସହଯୋଗୀ ଦଳ ଓ ସ୍ୱାଧୀନ ବିଧାୟକଙ୍କ ଉପରେ ଏଠି କଂଗ୍ରେସ ନିର୍ଭର କରିଛି। ଶାସକ ଦଳର ନେତାମାନେ ଏବେ ସରକାର ପାଇଁ ଚିନ୍ତାର ବିଷୟ। ବିରୋଧୀ ବିଜେପି ଚୁପ ରହିଛି। ତାଙ୍କ ପାଖରେ ମଧ୍ୟ ସରକାର ଗଢ଼ିବା ପାଇଁ ଅଳ୍ପ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଯଦି କଂଗ୍ରେସର ଅସନ୍ତୁଷ୍ଚ ବିଧାୟକ ଦଳ ବିରୋଧରେ କିଛି ନିଷ୍ପତ୍ତି ନେବେ ତାହାଲେ ସରକାର ଭାଙ୍ଗିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos