ଡିସେମ୍ବର ୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତା ଡିସେମ୍ବର ୩୦ ତାରିଖରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ଶିବସେନାର ମୁଖପତ୍ର ସାମ୍ନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ଶିବସେନା ଏବଂ ଏନ୍‌ସିପିର ୧୩ ଜଣ ଲେଖାଏ ମନ୍ତ୍ରୀ ରହିବେ। ଏଥିରେ ୧୦ ଜଣ ଲେଖାଏ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ୩ ଜଣ ଲେଖାଏ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ମନ୍ତ୍ରୀ ରହିବେ। ପୂର୍ବରୁ ମେଣ୍ଟର ୩ ଦଳ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନାରୁ ୨ ଜଣ ଲେଖାଏ ମୋଟ ୬ ଜଣ ମନ୍ତ୍ରୀ […]

uddhav

Subrat Kumar Nayak
  • Published: Thursday, 26 December 2019
  • , Updated: 26 December 2019, 06:51 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତା ଡିସେମ୍ବର ୩୦ ତାରିଖରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ଶିବସେନାର ମୁଖପତ୍ର ସାମ୍ନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ଶିବସେନା ଏବଂ ଏନ୍‌ସିପିର ୧୩ ଜଣ ଲେଖାଏ ମନ୍ତ୍ରୀ ରହିବେ। ଏଥିରେ ୧୦ ଜଣ ଲେଖାଏ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ୩ ଜଣ ଲେଖାଏ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ମନ୍ତ୍ରୀ ରହିବେ।

ପୂର୍ବରୁ ମେଣ୍ଟର ୩ ଦଳ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନାରୁ ୨ ଜଣ ଲେଖାଏ ମୋଟ ୬ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ଶପଥ ନେଇଥିଲେ।

ପୂର୍ବରୁ ବିଧାନସଭା ଅଧିବେଶନରେ ଏନ୍‌ସିପି ପକ୍ଷରୁ କୁହାଯାଇଥିଲା ଡିସେମ୍ବର ୨୧ ତାରିଖରେ ଅଧିବେଶନ ସରିବା ପରେ କ୍ୟାବିନେଟ୍‌ ସମ୍ପ୍ରସାରଣ ହେବ। ସୋମବାର ଯଦିଓ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଠାକ୍‌ରେ ବୈଠକ କରିଛନ୍ତି, କଂଗ୍ରେସ ଏଯାଏ କିଛି ଚୂଡ଼ାନ୍ତ ନିଷ୍ପତ୍ତି କରିନାହିଁ।

Related story