ଉପମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ମହା ବିକାଶ ଅଘାଡି ସରକାରରେ କେଁ

ମୁମ୍ୱାଇ: ରାଜ୍ୟରେ ସରକାର ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ପଥ ପରିଷ୍କାର ହୋଇନି। କାରଣ ମେଣ୍ଟରେ ସାମିଲ ଥିବା କଂଗ୍ରେସ ବାଚସ୍ପତି ପଦବୀକୁ ନେଇ ରାଜି ହୋଇଛି। ହେଲେ ଉପ ମୁଖ୍ୟମନ୍ତ୍ରୀ ପଦବୀ ନେବ ବୋଲି ମଧ୍ୟ ଅଡ଼ି ବସିଛି। ମେଣ୍ଟର ଦାୟିତ୍ୱ ନେଇଥିବା ଏନସିପି ଆଜି ଏହା କହିଛି। ୨୨ ଡିସେମ୍ୱର ପରେ ଉପ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏନସିପି କହିଛି। ଏନସିପି ନେତା ପ୍ରଫୁଲ ପଟେଲ କହିଛନ୍ତି, […]

maha vikash aghadi

Subhransu Sekhar
  • Published: Saturday, 30 November 2019
  • , Updated: 30 November 2019, 05:05 PM IST

ମୁମ୍ୱାଇ: ରାଜ୍ୟରେ ସରକାର ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ପଥ ପରିଷ୍କାର ହୋଇନି। କାରଣ ମେଣ୍ଟରେ ସାମିଲ ଥିବା କଂଗ୍ରେସ ବାଚସ୍ପତି ପଦବୀକୁ ନେଇ ରାଜି ହୋଇଛି। ହେଲେ ଉପ ମୁଖ୍ୟମନ୍ତ୍ରୀ ପଦବୀ ନେବ ବୋଲି ମଧ୍ୟ ଅଡ଼ି ବସିଛି। ମେଣ୍ଟର ଦାୟିତ୍ୱ ନେଇଥିବା ଏନସିପି ଆଜି ଏହା କହିଛି। ୨୨ ଡିସେମ୍ୱର ପରେ ଉପ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏନସିପି କହିଛି।

ଏନସିପି ନେତା ପ୍ରଫୁଲ ପଟେଲ କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ପଦବୀ ଏନସିପି ପାଖରେ ରହିଛି, ବିଧାନସଭା ଶେଷ ହେବା ପରେ ଏହି ପଦବୀ ଦଳ ପୂରଣ କରିବ ବୋଲି ସେ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ ପଦବୀ ନିଯୁକ୍ତି ବିଳମ୍ୱ ପଛରେ ଆଉ ଏକ କାରଣ ମଧ୍ୟ ସାମ୍ନାକୁ ଆସିଛି। ଦେବେନ୍ଦ୍ର ଫଡନାବିସଙ୍କ ସହ ମିଶି ଏନସିପିର ଅଜିତ ପାଓ୍ୱାର ନିକଟରେ ସରକାର ଗଢ଼ିଥିଲେ। ଅଜିତ ନିଜେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ଅଜିତ ହିଁ ଏନସିପିରୁ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ ମଧ୍ୟ ଉପମୁଖ୍ୟମନ୍ତ୍ରୀ ରେସରେ ଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ ଏନସିପି ପ୍ରମୁଖ ଶରଦ ପାଓ୍ୱାର ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି।

ତେଣୁ ଏହି ପଦବୀକୁ ନେଇ ଆଗକୁ ଦଳର ନେତାଙ୍କ ମଧ୍ୟରେ ମତଭେଦ ନହେଉ, ଏହାକୁ ନଜରରେ ରଖି ଦଳ ବିଳମ୍ୱରେ ହେଉ ପଛେ ବୁଝିବିଚାରି ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

ସେହିପରି ଉପ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଂଗ୍ରେସ ପ୍ରଥମେ ଦାବି କରିନଥିଲା। ଏବେ କିନ୍ତୁ ଏହି ପଦବୀ ପାଇଁ କଂଗ୍ରେସ ଦାବି କରିଥିବା ଜଣାପଡ଼ିଛି। ବାଚସ୍ପତି ପଦବୀ ନେଇ କଂଗ୍ରେସ ରାଜି ହୋଇଥିବାବେଳେ ଉପ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଏବେ ନିଜର ସ୍ୱର ଟିକିଏ ନରମ କରିଛି ବୋଲି ଜଣାପଡ଼ିଛି। କଂଗ୍ରେସରୁ ନାନା ପଟୋଲେ ବାଚସ୍ପତି ପଦବୀ ପାଇଁ ମହା ବିକାଶ ଅଘାଡି ତରଫରୁ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଥିବା ବେଳେ ବିଜେପିରୁ କିସନ କଠୋର ବାଚସ୍ପତି ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି।

Related story