ମହାରାଷ୍ଟ୍ର: ମରାଠାୱାଡାରେ ଡିସେମ୍ବରରେ ଆତ୍ମହତ୍ୟା କରିଛନ୍ତି ୧୧୨ ଚାଷୀ

ମୁମ୍ବାଇ: ମରୁଡ଼ି ଯୋଗୁଁ ମହାରାଷ୍ଟ୍ରର ମରାଠାୱାଡାରେ କେବଳ ଡିସେମ୍ବର ମାସରେ ୧୧୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୦୧୪ ବର୍ଷ ତୁଳନାରେ ଏହି ସଂଖ୍ୟା ଦୁଇ ଗୁଣା ଅଧିକ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ ବର୍ଷରେ ଗୋଟିଏ ମାସରେ ଏତେ ସଂଖ୍ୟକ ଚାଷୀ କେବେ ଆତ୍ମହତ୍ୟା କରି ନ ଥିଲେ। ମରାଠାୱାଡାର ୮ଟି ଜିଲ୍ଲାରେ ଗତ ଜାନୁଆରୀ ୧ ତାରିଖରୁ ଏଯାବତ ପ୍ରତି ସପ୍ତାହରେ ୨୦ ରୁ ୩୦ ଜଣ ଚାଷୀ ଆତ୍ମହତ୍ୟା […]

farnersuicide

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 05:08 AM IST

ମୁମ୍ବାଇ: ମରୁଡ଼ି ଯୋଗୁଁ ମହାରାଷ୍ଟ୍ରର ମରାଠାୱାଡାରେ କେବଳ ଡିସେମ୍ବର ମାସରେ ୧୧୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୦୧୪ ବର୍ଷ ତୁଳନାରେ ଏହି ସଂଖ୍ୟା ଦୁଇ ଗୁଣା ଅଧିକ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ ବର୍ଷରେ ଗୋଟିଏ ମାସରେ ଏତେ ସଂଖ୍ୟକ ଚାଷୀ କେବେ ଆତ୍ମହତ୍ୟା କରି ନ ଥିଲେ। ମରାଠାୱାଡାର ୮ଟି ଜିଲ୍ଲାରେ ଗତ ଜାନୁଆରୀ ୧ ତାରିଖରୁ ଏଯାବତ ପ୍ରତି ସପ୍ତାହରେ ୨୦ ରୁ ୩୦ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।

ଏକ ଜାତୀୟ ଖବର କାଗଜରେ ପ୍ରକାଶିତ ରିପୋର୍ଟ ମୁତାବକ ୨୦୧୫ରେ ଏଯାବତ୍ (ଡିସେମ୍ବର ୨୭ ସୁଦ୍ଧା କରାଯାଇଥିବା ହିସାବ)  ମରାଠାୱାଡାର ୮ଟି ଜିଲ୍ଲାରେ ୧,୧୦୯ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ସବୁଠୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି ବୀଡ଼ ଜିଲ୍ଲାରେ। ଏହି ଜିଲ୍ଲାରେ ୨୯୯ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ନାଂଦେଡ଼ ଜିଲ୍ଲାରେ ୧୮୭ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ତୃତୀୟରେ ରହିଛି ଉସ୍ମାନାବାଦ ଅଞ୍ଚଳ। ଏଠାରେ ସରକାର ‘ଜୀରୋ ସୁସାଇଡ୍ ପ୍ଲାନ୍’ ଲାଗୁ କରାଯାଇଥିଲେ ହେଁ ୧୬୦ ଚାଷୀ ଆତ୍ମହତ୍ୟା କରିଛନ୍ତି।

ସ୍ୱର୍ଗତ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ବୀଡ଼ ଲୋକସଭା ନିର୍ବାଚନ ମଣ୍ଡଳରୁ ପ୍ରତିନିଧି କରୁଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରରେ ଇସ୍ରାଏଲ୍ ମଡେଲରେ ଚାଷ କରାଯିବା ଉଚିତ୍। ଇସ୍ରାଏଲ୍ ପ୍ରଣାଳୀରେ ଚାଷ କଲେ ମରାଠାୱାଡାକୁ ବହୁତ ଫାଇଦା ମିଳିବ।

Related story