ମହାରାଷ୍ଟ୍ର: ଥାଣେରେ ଭୁଶୁଡ଼ିଲା ତିନି ମହଲା କୋଠା, ୩ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଥାଣେରେ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। କୋଠାଟି ଭୁଶୁଡ଼ି ପଡ଼ିବା ପରେ ତୁରନ୍ତ ୨୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥାଳରେ ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।  ଥାନେ ଜିଲ୍ଲା ଦୋମ୍ୱିଭାଲିରେ ଥିବା ଏହି ୩ ମହଲା ପୁରୁଣା କୋଠାରେ ପ୍ରାୟ ୧୫ଟି ପରିବାର […]

buildingcollapse

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 04:29 AM IST

ମୁମ୍ବାଇ: ମହାରାଷ୍ଟ୍ରର ଥାଣେରେ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। କୋଠାଟି ଭୁଶୁଡ଼ି ପଡ଼ିବା ପରେ ତୁରନ୍ତ ୨୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥାଳରେ ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।  ଥାନେ ଜିଲ୍ଲା ଦୋମ୍ୱିଭାଲିରେ ଥିବା ଏହି ୩ ମହଲା ପୁରୁଣା କୋଠାରେ ପ୍ରାୟ ୧୫ଟି ପରିବାର ରହୁଥିଲେ। କୋଠାଟି ବିପଦଜନକ ବୋଲି ପୂର୍ବରୁ ଘୋଷଣା ହୋଇଥିବା ସାରିଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଭାଙ୍ଗିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

Related story