ମହା ଶିବରାତ୍ରୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ: ମହା ଶିବରାତ୍ରୀରେ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିବାର ଆଶଙ୍କା ରହିଛି। ଏଥିପାଇଁ ସମଗ୍ର ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ସହରର ସମସ୍ତ ପ୍ରମୁଖ ମନ୍ଦିର, ବଡ଼ ବଡ଼ କୋଠା, ସପିଂ ମଲ୍, ମାର୍କେଟ୍ ଏବଂ ସାମରିକ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାଟ୍ରୋଲିଂ ସାଙ୍ଗକୁ ସିସିଟିଭି ଫୁଟେଜ୍ ଉପରେ ମଧ୍ୟ ନଜର ରଖାଯାଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏଭଳି […]

high-alert

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 06:45 AM IST

ନୂଆଦିଲ୍ଲୀ: ମହା ଶିବରାତ୍ରୀରେ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିବାର ଆଶଙ୍କା ରହିଛି। ଏଥିପାଇଁ ସମଗ୍ର ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ସହରର ସମସ୍ତ ପ୍ରମୁଖ ମନ୍ଦିର, ବଡ଼ ବଡ଼ କୋଠା, ସପିଂ ମଲ୍, ମାର୍କେଟ୍ ଏବଂ ସାମରିକ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାଟ୍ରୋଲିଂ ସାଙ୍ଗକୁ ସିସିଟିଭି ଫୁଟେଜ୍ ଉପରେ ମଧ୍ୟ ନଜର ରଖାଯାଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

ଗତକାଲି  ଲସ୍କର-ଏ-ତୋଏବା କିମ୍ୱା ଜୈସ୍-ଇ-ମହମ୍ମଦ ଗୋଷ୍ଠୀର ପ୍ରାୟ ୧୦ ଜଣ ଆତଙ୍କବାଦୀ ଗୁଜରାଟ ବାଟ ଦେଇ ଭାରତରେ ଅନୁପ୍ରବେଶ କରିଥିବା ଗୁଇନ୍ଦା ବିଭାଗ କହିଥିଲା। ଏହି ସୂଚନା ମିଳିବା ପରେ ରବିବାର ଏନ୍‌ଏସଜିର ୧୨୦ ଜଣିଆ କମାଣ୍ଡୋ ଟିମ୍ ଗୁଜରାଟରେ ଛାନଭିନ୍ କରୁଛି। ଦିଲ୍ଲୀ ନିକଟବର୍ତ୍ତୀ ମାନେସର ସ୍ଥିତ ଏନ୍‌ଏସ୍‌ଜି ମୁଖ୍ୟାଳୟ ଉପରେ ମଧ୍ୟ ତୀକ୍ଷ୍ନ ନଜର ରଖାଯାଇଛି।

Related story