Advertisment

କେନ୍ଦ୍ର ଓ ପଞ୍ଜାବକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: ସୋମବାର ଯାଏଁ ମାମଲାଠୁ ଦୂରେଇ ରୁହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ମାମଲାର ତଦନ୍ତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଟିମ୍‌ ଦ୍ୱାରା କରାଯାଉଛି। ହେଲେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି ମାମଲାରୁ ଦୂରେଇ ରହିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଏଥିସହ ଏହି ମାମଲାରେ ହସ୍ତଗତ ହୋଇଥିବା ସମସ୍ତ ତଥ୍ୟ, ପ୍ରମାଣକୁ ସୁରକ୍ଷିତ ରଖିବାକୁ ଖଣ୍ଡପୀଠ ପକ୍ଷରୁ ପଞ୍ଜାବ ଓ ହରିୟାଣା ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ […]

author-image
Niharika Rout
ଅଦ୍ୟତନ ହୋଇଛି
କେନ୍ଦ୍ର ଓ ପଞ୍ଜାବକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: ସୋମବାର ଯାଏଁ ମାମଲାଠୁ ଦୂରେଇ ରୁହ

carcade

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ମାମଲାର ତଦନ୍ତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଟିମ୍‌ ଦ୍ୱାରା କରାଯାଉଛି। ହେଲେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି ମାମଲାରୁ ଦୂରେଇ ରହିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଏଥିସହ ଏହି ମାମଲାରେ ହସ୍ତଗତ ହୋଇଥିବା ସମସ୍ତ ତଥ୍ୟ, ପ୍ରମାଣକୁ ସୁରକ୍ଷିତ ରଖିବାକୁ ଖଣ୍ଡପୀଠ ପକ୍ଷରୁ ପଞ୍ଜାବ ଓ ହରିୟାଣା ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

Advertisment

ସୁପ୍ରିମ କୋର୍ଟର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିତ୍ଶଏନଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି।  ପ୍ରଧାନମନ୍ତ୍ରୀଙ୍କ ଯାତ୍ରାର ସମସ୍ତ ରେକର୍ଡ  ସୁରକ୍ଷିତ ରଖିବାକୁ ପଞ୍ଜାବ ଓ ହରିୟାଣା ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପଞ୍ଜାବ ପୁଲିସ୍‌ ଅଧିକାରୀ, ଏସ୍‌ପିଜି ଓ ଅନ୍ୟ ଏଜେନ୍ସିଙ୍କୁ ସହଯୋଗ କରିବାକୁ କହିଛନ୍ତି।

ଏଥିସହ ସୁପ୍ରିମକୋର୍ଟ ସଲିଟର ଜେନେରାଲଙ୍କୁ କହିଛନ୍ତି ଯେ, ଆମେ କେବଳ କେଉଁଠି ଭୁଲ୍‌ ରହିଲା ତାହା ଉପରେ ଗୁରୁତ୍ୱାରୋପ କରୁଛୁ, ହେଲେ କିଏ ଏପରି କଲା ତାହାକୁ ବିଚାରକୁ ଆଣୁ ନାହାନ୍ତି।  ଏନେଇ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପାଇଁ ଉଭୟ ପୁଲିସ୍‌ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ। ତେଣୁ ଏହି ମାମଲାର ଯାଞ୍ଚ ରାଜ୍ୟ ସରକାର କରିପାରିବେ ନାହିଁ। ଏଥିସହ ଏହି ଘଟଣାରେ ଏନଆଇଏ ଅଧିକାରୀଙ୍କ ଉପସ୍ଥିତି ବି ଆବଶ୍ୟକ। ପଞ୍ଜାବର ଗୃହ ସଚିବ ନିଜେ ଯାଞ୍ଚ ଓ ସନ୍ଦେହର ପରିସୀମା ଭିତରକୁ ଆସୁଛନ୍ତି। ତେଣୁ ସେ କିପରି ଏହି ଟିମ୍‌ର ସଦସ୍ୟ ହୋଇପାରିବେ।

Advertisment

ଅପରପକ୍ଷେ, ପଞ୍ଜାବ ସରକାରଙ୍କ ପକ୍ଷରୁ ପଟିଆଲା ଜିଲ୍ଲାପାଳ କହିଛନ୍ତି, ଏହି ମାମଲାର ଯାଞ୍ଚ ପାଇଁ ଜଣେ ଅବସରପ୍ରାପ୍ତ ଜଜ୍‌ କିମ୍ବା ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି  ଦିଆଯିବା ଆବଶ୍ୟକ। ଏଥିସହ ସେ କହିଛନ୍ତି, ଯଦି ପଞ୍ଜାବ ପ୍ୟାନେଲ୍‌ ଯାଞ୍ଚ କରିପାରିବନି ତେବେ କେନ୍ଦ୍ର ଦ୍ୱାରା ଗଠିତ ପ୍ୟାନେଲ ବି ଏହାର ଯାଞ୍ଚ କରିପାରିବ ନାହିଁ। ଏଥିନିମନ୍ତେ  ନ୍ୟାୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ନିଯୁକ୍ତ କରାଯିବା ଉଚିତ।

PM Security Breach