କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ଜଣେ ‘ଭୁତୁଣୀ’। ସେଥିପାଇଁ ସେ ଭଗବାନ ରାମଙ୍କୁ ଡ଼ରୁଛନ୍ତି। ଗତକାଲି ପଶ୍ଚିମବଙ୍ଗର ବାଂକୁଡାରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ବିଜେପି ରାଲି କରିଥିଲା। ଏହି ଅବସରରେ ପଶ୍ଚିମବଙ୍ଗ ବିଜେପିର ଉପସଭାପତି ରାଜକୁମାରୀ କେସରୀ ମମତାଙ୍କୁ ଏଭଳି ଛିଗୁଲେଇଛନ୍ତି। ସିଏଏକୁ ବିରୋଧ କରି ପଶ୍ଚିମବଙ୍ଗରେ ଟିଏମସି ବିଭିନ୍ନ ସ୍ଥାନରେ ରାଲି କରୁଛି। ଏହାକୁ ଜବାବ ଦେବାକୁ ଯାଇ ବିଜେପି ମଧ୍ୟ ରାଲି କରୁଛି।
[caption id="attachment_477347" align="aligncenter" width="750"] ରାଜକୁମାରୀ କେସରୀ, ପଶ୍ଚିମବଙ୍ଗ ବିଜେପି ଉପସଭାପତି[/caption]
କେସରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କ (ମମତା ବାନାର୍ଜୀ) ପାଖରେ ଯୋଗ୍ୟତା ନାହିଁ। ସେ ଜଣେ ଭୁତୁଣୀ। ଯିଏକି, ଭଗବାନ ରାମଙ୍କ ନାମ ଶୁଣିବା ମାତ୍ରେ କାରରୁ ବାହାରକୁ ଆସି ଲୋକଙ୍କୁ ଚେତାବନୀ ଦେଉଛନ୍ତି। ଜଣେ ଭୁତୁଣୀ (ମମତା ବାନାର୍ଜୀ) ହିଁ ଭଗବାନ ରାମଙ୍କୁ ଡ଼ରିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Politics
ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
National
ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି
୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ଖଣି ଭିତରେ ଫସି ଯାଇଥିଲେ ୯ ଜଣ ଶ୍ରମିକ।