ଦାବି ଜଣାଇବା ପାଇଁ ଦୂରଦର୍ଶନ ଟାୱାର  ଉପରକୁ ଚଢିଲେ ଯୁବକ, ତା’ପରେ କ’ଣ ହେଲା

ମୁମ୍ବାଇ: ଦାବି ଜଣାଇବା ପାଇଁ ୧୨୫ମିଟର ଉଚ୍ଚ ଟାୱାର ଉପରକୁ ଚଢିଲେ ଯୁବକ । ଦକ୍ଷିଣ ମୁମ୍ବାଇର ୱର୍ଲିରେ ଥିବା ଦୂରଦର୍ଶନର ଏକ ଟାୱାର ଉପରକୁ ବିଳମ୍ବିତ ରାତିରେ ଜଣେ ଯୁବକ ଚଢିଯାଇଥିଲେ। ଏହାପରେ ନିଜ ଫୋନରୁ ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ।  କିନ୍ତୁ ସେମାନେ ପହଞ୍ଚିବା ପରେ ସାମ୍ବାଦିକ ମାନଙ୍କୁ ଡାକିବାକୁ ସେ ଦାବି କରିଥିଲେ। ତଳକୁ ଓହ୍ଲାଇବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ଯୁବକ ଜଣଙ୍କ ଓହ୍ଲାଇ ନ ଥିଲେ। ଶେଷରେ କିଛି […]

tower-88

tower-88

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 09:03 PM IST

Sports

Latest News

ମୁମ୍ବାଇ: ଦାବି ଜଣାଇବା ପାଇଁ ୧୨୫ମିଟର ଉଚ୍ଚ ଟାୱାର ଉପରକୁ ଚଢିଲେ ଯୁବକ । ଦକ୍ଷିଣ ମୁମ୍ବାଇର ୱର୍ଲିରେ ଥିବା ଦୂରଦର୍ଶନର ଏକ ଟାୱାର ଉପରକୁ ବିଳମ୍ବିତ ରାତିରେ ଜଣେ ଯୁବକ ଚଢିଯାଇଥିଲେ। ଏହାପରେ ନିଜ ଫୋନରୁ ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ।  କିନ୍ତୁ ସେମାନେ ପହଞ୍ଚିବା ପରେ ସାମ୍ବାଦିକ ମାନଙ୍କୁ ଡାକିବାକୁ ସେ ଦାବି କରିଥିଲେ। ତଳକୁ ଓହ୍ଲାଇବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ଯୁବକ ଜଣଙ୍କ ଓହ୍ଲାଇ ନ ଥିଲେ। ଶେଷରେ କିଛି ନକଲି ଭିଡିଓ କ୍ୟାମେରା ଘଟଣାସ୍ଥଳରେ ରଖାଯିବା ପରେ ଯୁବକ ଜଣଙ୍କ ଓହ୍ଲାଇଥିଲେ। ଯୁବକ ଜଣେ ପେସାରେ ଡ୍ରାଇଭର ଥିଲେ ।  ମାସେ ହେଲା ସେ ଚାକିରି ହରାଇଛନ୍ତି । ନିଜ ସମସ୍ୟା ସମ୍ପର୍କରେ ଜଣାଇବା ପାଇଁ ସେ ଦୂରଦର୍ଶନ ଟାୱାର ଉପରେ ଚଢିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos