‘ମନ କି ବାତ୍‌’ରେ ପରୀକ୍ଷାର୍ଥୀଙ୍କୁ ସଫଳତାର ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ କି ବାତ୍‌’ରେ ପରୀକ୍ଷା ଋତୁ ଚାଲିଥିବାରୁ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପସ୍ ପ୍ରଦାନ କରିଛନ୍ତି। ଏକାଗ୍ର ଚିତରେ ପାଠପଢ଼ିବାକୁ ମୋଦି ରେଡିଓ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଭଲଭାବେ ପ୍ରଶ୍ନକୁ ପଢ଼ି ଉତ୍ତର ଦିଅନ୍ତୁ। ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ଉପରେ  ଚାପ ନ ପକାଇବାକୁ  ମୋଦି କହିଛନ୍ତି। ଏହାସହ ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମରେ  ଆଜି ପୂର୍ବତନ ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର ମଧ୍ୟ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା […]

modi

Rakesh Mallick
  • Published: Sunday, 28 February 2016
  • , Updated: 28 February 2016, 08:31 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ କି ବାତ୍‌’ରେ ପରୀକ୍ଷା ଋତୁ ଚାଲିଥିବାରୁ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପସ୍ ପ୍ରଦାନ କରିଛନ୍ତି। ଏକାଗ୍ର ଚିତରେ ପାଠପଢ଼ିବାକୁ ମୋଦି ରେଡିଓ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଭଲଭାବେ ପ୍ରଶ୍ନକୁ ପଢ଼ି ଉତ୍ତର ଦିଅନ୍ତୁ। ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ଉପରେ  ଚାପ ନ ପକାଇବାକୁ  ମୋଦି କହିଛନ୍ତି।

ଏହାସହ ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମରେ  ଆଜି ପୂର୍ବତନ ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର ମଧ୍ୟ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ନିଜେ ନିଜର ଲକ୍ଷ୍ୟ ସ୍ଥିର କରି ସେଥିରେ ଆଗକୁ ବଢ଼ନ୍ତୁ ବୋଲି ସଚିନ୍ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଛନ୍ତି।

ସେହିପରି ଚେସ୍ ତାରକା ବିଶ୍ୱନାଥ ଆନନ୍ଦ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସନ୍ଦେଶ ଦେଇଛନ୍ତି। ଓଭର୍  କନଫିଡେଣ୍ଟ୍ ନ ହେବାକୁ ଆନନ୍ଦ ରେଡିଓ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Related story