ଲୋନ୍ ନେବା ପାଇଁ ହିନ୍ଦୀ ଜାଣିବା ଦରକାର କହିବା ପରେ ମ୍ୟାନେଜରଙ୍କ ବଦଳି

ଚେନ୍ନାଇ: ଯେତେବେଳେ ତାମିଲନାଡୁର ରାଜନୀତିକ ଦଳ ହିନ୍ଦୀ ଭାଷାକୁ ବିରୋଧ କରୁଛନ୍ତି ସେତେବେଳେ ଆରିୟାଲୁର ଜିଲ୍ଲାର ଜଣେ ଡାକ୍ତର ଅଭିଯୋଗ କରିଛନ୍ତି ଯେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି) ର ମ୍ୟାନେଜର ହିନ୍ଦୀ ଜାଣି ନ ଥିବାରୁ ତାଙ୍କୁ ଲୋନ୍ (ଋଣ) ଦେଇନଥିଲେ। ଏଭଳି ଅଭିଯୋଗ ଆସିବା ପରେ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତ୍ରିଚିରେ ଥବା ଏକ ଛୋଟିଆ ଶାଖାକୁ ବଦଳି କରାଯାଇଥିବା ସୂଚନା ରହିଛି। ବୃଦ୍ଧ ଡାକ୍ତର ସି ବାଲାସୁବ୍ରମଣ୍ୟମ୍ ଅଭିଯୋଗ […]

home loan (1)

Subhransu Sekhar
  • Published: Wednesday, 23 September 2020
  • , Updated: 23 September 2020, 09:27 PM IST

ଚେନ୍ନାଇ: ଯେତେବେଳେ ତାମିଲନାଡୁର ରାଜନୀତିକ ଦଳ ହିନ୍ଦୀ ଭାଷାକୁ ବିରୋଧ କରୁଛନ୍ତି ସେତେବେଳେ ଆରିୟାଲୁର ଜିଲ୍ଲାର ଜଣେ ଡାକ୍ତର ଅଭିଯୋଗ କରିଛନ୍ତି ଯେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି) ର ମ୍ୟାନେଜର ହିନ୍ଦୀ ଜାଣି ନ ଥିବାରୁ ତାଙ୍କୁ ଲୋନ୍ (ଋଣ) ଦେଇନଥିଲେ। ଏଭଳି ଅଭିଯୋଗ ଆସିବା ପରେ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତ୍ରିଚିରେ ଥବା ଏକ ଛୋଟିଆ ଶାଖାକୁ ବଦଳି କରାଯାଇଥିବା ସୂଚନା ରହିଛି।

ବୃଦ୍ଧ ଡାକ୍ତର ସି ବାଲାସୁବ୍ରମଣ୍ୟମ୍ ଅଭିଯୋଗ କରିଛନ୍ତି ଯେ ଆଇଓବିର ମ୍ୟାନେଜର ତାଙ୍କୁ ଏବଂ ତାଙ୍କ ଇଞ୍ଜିନିୟର ବନ୍ଧୁଙ୍କୁ ଠିକ୍ ଭାବରେ ବ୍ୟବହାର କରିନଥିଲେ। ବୃଦ୍ଧ ଡାକ୍ତର ଜଣଙ୍କ ସୃପୃକ୍ତ ବ୍ୟାଙ୍କର ଦୀର୍ଘ ଦିନର ଗ୍ରାହକ ବୋଲି ସେ କହିଛନ୍ତି। ହୋମ୍ ଲୋନ୍ ପାଇଁ ସେ ମ୍ୟାନେଜର ବିଶାଲ କାମ୍ବଲେଙ୍କୁ ଭେଟିବା ପାଇଁ ଜୟମକୋଣ୍ଡମ ଶାଖାକୁ ଯାଇଥିଲେ। ଋଣ ପାଇଁ ବନ୍ଧକ ଭାବରେ ଡାକ୍ତର ମ୍ୟାନେଜରଙ୍କୁ ସମ୍ପତ୍ତି ଦଲିଲ ମଧ୍ୟ ଦେଖାଇଥିଲେ।

ସମ୍ପତ୍ତି ଦଲିଲ କିନ୍ତୁ ତାମିଲରେ ଲେଖା ହୋଇଥିଲା। ମ୍ୟାନେଜର କାମ୍ବଲେ ବାଲାସୁବ୍ରମଣ୍ୟମଙ୍କୁ କହିଥିଲେ ଯେ ସେ ରାଜ୍ୟର ଭାଷା ଜାଣି ନାହାଁନ୍ତି ଏବଂ ଡାକ୍ତରମାନେ ହିନ୍ଦୀ ଜାଣିଛନ୍ତି କି ନାହିଁ ଓଲଟି ପଚାରିଥିଲେ। ଏହାପରେ ଭାଷା ସମସ୍ୟା ଦେଖାଦେବାକୁ ବ୍ୟାଙ୍କ ମ୍ୟାନେଜର ଋଣ ଦେବାକୁ ମନା କରି ଦେଇଥିଲେ। ବ୍ୟାଙ୍କ ମ୍ୟାନେଜର ଜଣଙ୍କ ମହାରାଷ୍ଟ୍ର ବାସିନ୍ଦା। ସେ ତାମିଲ ଜାଣିନଥିବାରୁ ଏଭଳି ସମସ୍ୟା ଉପୁଜିଥିଲା।

Related story