ମନ୍‌ କୀ ବାତ୍‌: ଅଯୋଧ୍ୟା ରାୟ ପରେ ‘ଏକତା ଭାବନା’ ପାଇଁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ପରେ ଲୋକେ ସଂଯମତା, ଧୈର୍ଯ୍ୟ ଏବଂ ପରିପକ୍ୱତା ଦେଖାଇଥିବାରୁ ଆଜି ମନ୍‌ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହା ହିଁ ପ୍ରମାଣ କରିଦେଇଛି ଜାତୀୟ ସ୍ୱାର୍ଥଠାରୁ କିଛି ବଡ଼ କଥା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଐତିହାସିକ ରାୟ ପରେ ଦେଶ ଆଗକୁ ନୂଆ ମାର୍ଗରେ ଆଗେଇ ଚାଲିଛି। ସେ ମନ୍‌ କୀ ବାତ୍‌ରେ କହିଛନ୍ତି, “ଏହି ସମାଧାନ […]

modi

Subrat Kumar Nayak
  • Published: Sunday, 24 November 2019
  • , Updated: 24 November 2019, 05:15 PM IST

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ପରେ ଲୋକେ ସଂଯମତା, ଧୈର୍ଯ୍ୟ ଏବଂ ପରିପକ୍ୱତା ଦେଖାଇଥିବାରୁ ଆଜି ମନ୍‌ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହା ହିଁ ପ୍ରମାଣ କରିଦେଇଛି ଜାତୀୟ ସ୍ୱାର୍ଥଠାରୁ କିଛି ବଡ଼ କଥା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଐତିହାସିକ ରାୟ ପରେ ଦେଶ ଆଗକୁ ନୂଆ ମାର୍ଗରେ ଆଗେଇ ଚାଲିଛି।

ସେ ମନ୍‌ କୀ ବାତ୍‌ରେ କହିଛନ୍ତି, “ଏହି ସମାଧାନ ନୂଆ ଆଶା ଏବଂ ଉତ୍ସାହ ସୃଷ୍ଟି କରିଛି। ମୁଁ ଆଶା କରୁଛି ନୂଆ ଭାରତ ଶାନ୍ତି ଏବଂ ଏକତା ଅନୁଭବ କରି ଆଗେଇ ଚାଲିବ।”

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖରେ ହିଁ ସୁପ୍ରିମ୍‌କୋର୍ଟ ଅଯୋଧ୍ୟା ରାୟ ଦେଇ ବହୁ ଦଶନ୍ଧିର ବିବାଦରେ ଅନ୍ତ ଆଣିଛନ୍ତି। କୋର୍ଟ କହିଛନ୍ତି ବିବାଦୀୟ ଜମିରେ ରାମ ମନ୍ଦିର ହେବ ଏବଂ ଏକ ପ୍ରମୁଖ ସ୍ଥାନରେ ମସଜିଦ୍‌ ନିର୍ମାଣ ପାଇଁ ୫ ଲକର ଜମି ଦିଆଯିବ।

ଏହା ପୂର୍ବରୁ ଦୀପାବଳି ସମୟରେ ମୋଦି ମନ୍‌ କୀ ବାତ୍‌ରେ କହିଥିଲେ, ୨୦୧୦ ମସିହା ରାୟ ସମୟରେ ସାଧାରଣ ଲୋକ, ସରକାର ଏବଂ ସାମଜିକ ସଂଗନ ମାନେ ଶାନ୍ତି ବଜାୟ ରଖିଥିଲେ। ସେ କହିଛନ୍ତି, “ଚଳିତ ଥର ମଧ୍ୟ ସୁପ୍ରିମ୍‌କୋର୍ଟ ଗତ ନଭେମ୍ବର ୯ ତାରିଖରେ ଦେଇଥିବା ରାୟ ପରେ ୧୩୦ କୋଟି ଲୋକ ଶାନ୍ତି ବଜାୟ ରଖିଥିଲେ। ଆମ ଦେଶରେ ଶାନ୍ତି, ଏକତା ଏବଂ ସଦିଚ୍ଛାର ବହୁ ମୂଲ୍ୟ ରହିଛି।”

Related story