ଗୁଇନ୍ଦା ଦୁନିଆର ଅକୁହା କଥା ବଖାଣିଲେ ନୂଆ ସେନାଧ୍ୟକ୍ଷ

ପୁଣେ: ସେନା ଅପରେସନ୍‌ରେ ଗୁଇନ୍ଦା ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ନେବାକୁ ଥିବା ଲ୍ୟୁଟନାଣ୍ଟ ଜେନେରାଲ ମନୋଜ ନାରାଭାନେ ମତପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗୁଇନ୍ଦା ଦୁନିଆ ଗ୍ଲାମର୍ସ ନୁହେଁ। ଏହା ‘ଜେମ୍ସ ବଣ୍ଡ, ଗନ୍‌ ଆଣ୍ଡ ଗାର୍ଲ୍ସ’ ନୁହେଁ ବୋଲି ସେ କହିଛନ୍ତି। ନୀତୀନ୍‌ ଗୋଖଲେଙ୍କ ଲିଖିତ ‘ଆରଏନ୍‌ କାଓ: ଜେଣ୍ଟେଲମ୍ୟାନ୍‌ ସ୍ପାଇ ମାଷ୍ଟର’ ବହିର ଉନ୍ମୋଚନ ଅବସରରେ ଏଭଳି ମତ ରଖିଛନ୍ତି ଲ୍ୟୁଟନାଣ୍ଟ ଜେନେରାଲ ମନୋଜ ନାରାଭାନେ। ସେ କହିଛନ୍ତି, […]

army-chief

Subrat Kumar Nayak
  • Published: Sunday, 22 December 2019
  • , Updated: 22 December 2019, 06:04 PM IST

ପୁଣେ: ସେନା ଅପରେସନ୍‌ରେ ଗୁଇନ୍ଦା ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ନେବାକୁ ଥିବା ଲ୍ୟୁଟନାଣ୍ଟ ଜେନେରାଲ ମନୋଜ ନାରାଭାନେ ମତପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗୁଇନ୍ଦା ଦୁନିଆ ଗ୍ଲାମର୍ସ ନୁହେଁ। ଏହା ‘ଜେମ୍ସ ବଣ୍ଡ, ଗନ୍‌ ଆଣ୍ଡ ଗାର୍ଲ୍ସ’ ନୁହେଁ ବୋଲି ସେ କହିଛନ୍ତି।

ନୀତୀନ୍‌ ଗୋଖଲେଙ୍କ ଲିଖିତ ‘ଆରଏନ୍‌ କାଓ: ଜେଣ୍ଟେଲମ୍ୟାନ୍‌ ସ୍ପାଇ ମାଷ୍ଟର’ ବହିର ଉନ୍ମୋଚନ ଅବସରରେ ଏଭଳି ମତ ରଖିଛନ୍ତି ଲ୍ୟୁଟନାଣ୍ଟ ଜେନେରାଲ ମନୋଜ ନାରାଭାନେ। ସେ କହିଛନ୍ତି, “ସେନା ଅପରେସନ୍‌ ଏବଂ ଗୁଇନ୍ଦା ଏକା ସାଥିରେ ଚାଲିଥାଏ। ପ୍ରକୃତରେ ଆମେ ଅପରେସନ୍‌ କଲାବେଳେ ଶତ୍ରୁଙ୍କ ବିଷୟରେ ଖବର ସହ ଏହା ଆରମ୍ଭ ହୋଇଥାଏ।”

ସେ କହିଛନ୍ତି, ମୁଁ ସାହସର ସହ କହିପାରେ ଯେ କୌଣସି ମିଶନ୍‌ ବିନା ଗୁଇନ୍ଦା ସହାୟତାରେ ସଫଳ ହୋଇପାରିଥାନ୍ତା। ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ବା ର’ ସମେତ ସମସ୍ତ ଗୁଇନ୍ଦା ସଂସ୍ଥାଙ୍କ ସୂଚନା ଆଧାରରେ ଏସବୁ ହୋଇଥାଏ ବୋଲି ସେ କହିଛନ୍ତି। ଜାତୀୟ ସୁରକ୍ଷା ପାଇଁ ସଶସ୍ତ୍ର ବାହିନୀ ଗୁଇନ୍ଦା ସେବା ନିକଟରେ କୃତଜ୍ଞତା ପ୍ରକାଶ କରିବାର ଆବଶ୍ୟକତା ରହିଛି।

ସେ କହିଥିଲେ, ଗୁଇନ୍ଦା କଥା ଭାବିଲେ ଆମ ମନକୁ ଜେମ୍ସ ବଣ୍ଡ କଥା ଚାଲିଆସେ। କିନ୍ତୁ ପ୍ରକୃତ ଗୁଇନ୍ଦା ଦୁନିଆ ସେମିତି ନୁହେଁ। ଏହା ଗନ୍‌, ଗ୍ଲାମର, ଗିଟାର ଏବଂ ଗାର୍ଲ୍‌ସ୍‌ଙ୍କ ଦୁନିଆ ନୁହେଁ। ଏହା ଜନ୍‌ ଲେ କାରେଙ୍କ ସ୍ମାଇଲି ନଭେଲ୍‌ ପରି। ଏଥିରେ ଅନେକ ଅଦେଖା, ଅକୁହା ଏବଂ ଅଜଣା ଘଟଣା ଥାଏ। ଏଥିରେ ରୀତିମତ ସୂଚନାର ବିଶ୍ଲେଷଣ ମଧ୍ୟ ଥାଏ।

Related story