ଜାମ୍ମୁ: କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ମସରତ ଆଲାମଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଗିରଫ କରାଯାଇଛି। କୋଟ ଭାଲୱାଲ ଜେଲରୁ ସେ ବାହାରିବାର କିଛି ସମୟ ପରେ ଗିରଫ କରାଯାଇଛି। ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପବ୍ଲିକ ସେଫ୍ଟି ଆକ୍ଟ (ପିଏସଏ) ଅନୁଯାଇ ମସରତଙ୍କୁ ଗିରଫ କରାଯାଇଛି। ଏହି ଆକ୍ଟ ଅନୁଯାଇ ଏପ୍ରିଲ ୧୭ରୁ ତାଙ୍କୁ ଗିରଫ କରାଯାଇଥିଲା। ତେବେ ମଙ୍ଗଳବାର ତାଙ୍କୁ ଜେଲରୁ ମକ୍ତି ମଳିଥିଲା। ସୁରକ୍ଷା ଦୃଷ୍ଟିରୁ ଜେଲରୁ ମୁକୁଳିବାର ମାତ୍ର କିଛି ସମୟ ପରେ ତାଙ୍କୁ ପୁଣି ଗିରଫ କରାଯାଇଛି ବୋଲି ଜାମ୍ମୁର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଏପ୍ରିଲ ୧୭ ତାରିଖରେ ଶ୍ରୀନଗରରେ ମସରତ ଏକ ରାଲିରେ ପାକିସ୍ତାନ ପତାକା ଉଡେଇବା ସହ ଉତ୍ତେଜକ ଭାଷଣ ଦେଇ ଗିରଫ ହୋଇଥିଲେ।