/odisha-reporter/media/post_attachments/uploads/2020/12/mdh.jpg)
mdh
ନୂଆଦିଲ୍ଲୀ: ଦେଶର ଜଣାଶୁଣା ମଶଲା କମ୍ପାନୀ ମହାଶିୟା ଦି ହଟ୍ଟି (MDH)ର ମାଲିକ ମହାଶୟ ଧର୍ମପାଲ୍ ଗୁଲାଟିଙ୍କର ପରଲୋକ ହୋଇଛି। ଗୁରୁବାର ସକାଳ ସାଢ଼େ ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କରୋନାରୁ ସୁସ୍ଥ ହେବା ପରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ବେପାର ଓ ବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଗତବର୍ଷ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ।
ଆହୁରି ପଢ଼ନ୍ତୁ- ୧୫୦୦ ଟଙ୍କା ଧରି ଭାରତ ଆସିଥିଲେ ଧର୍ମପାଲ୍
/odisha-reporter/media/post_attachments/sites/default/files/2019/03/16/802378-pd1.jpg)
ଗୁଲାଟିଙ୍କର ଜନ୍ମ ମାର୍ଚ୍ଚ ୨୭, ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ହୋଇଥିଲା। ୧୯୪୭ରେ ବିଭାଜନ ପରେ ସେ ଭାରତ ଚାଲିଆସିଥିଲେ ଏବଂ ଅମୃତସରରେ ରିଫ୍ୟୁଜି କ୍ୟାମ୍ପରେ ରହିଥିଲେ। ସେତେବେଳେ ତାଙ୍କ ପାଖରେ ମାତ୍ର ୧୫୦୦ ଟଙ୍କା ଥିଲା। ଏହା ପରେ ସେ ମସଲା ଦୋକାନ ଖୋଲିବା ପାଇଁ ଦିଲ୍ଲୀ କରୋଲ୍ ବାଗ ଚାଲିଆସିଥିଲେ।
ଏହା ପରେ ତାଙ୍କର ଦୋକାନ ଖୋଲିବା ସ୍ୱପ୍ନ ସାକାର ହୋଇଥିଲା। ଧୀରେ ଧୀରେ ତାଙ୍କର ବେପାର ବଢ଼ିବାରେ ଲାଗିଥିଲା। ବର୍ତ୍ତମାନ ଭାରତ ଓ ଦୁବାଇରେ ତାଙ୍କର ୧୮ଟି ମସଲା କମ୍ପାନୀ ରହିଛି। ଏହି ଫ୍ୟାକ୍ଟ୍ରିରେ ପ୍ରସ୍ତୁତ MDH ମସଲା ସାରା ଦୁନିଆରେ ପହଞ୍ଚୁଛି। MDHର ମୋଟ ୬୨ଟି ପ୍ରଡକ୍ଟ ରହିଛି। ଉତ୍ତର ଭାରତର ୮୦ ପ୍ରତିଶତ ବଜାରରେ କମ୍ପାନୀର ଦବଦବା ରହିଛି।
/odisha-reporter/media/post_attachments/news-photo/109402-mdh.jpg)
ଧର୍ମପାଲ୍ ଗୁଲାଟି ନିଜ ପ୍ରଡକ୍ଟର ବିଜ୍ଞାପନ ନିଜେ ହିଁ କରୁଥିଲେ। ଅନେକ ସମୟରେ ମଧ୍ୟ ତାଙ୍କୁ ଟିଭିରେ ନିଜ ମସଲାର ବିଜ୍ଞାପନ କରୁଥିବାର ଦେଖିବାକୁ ମିଳେ। ଏଥିପାଇଁ ତାଙ୍କୁ ଦୁନିଆର ସବୁଠାରୁ ବୟୋଜ୍ୟେଷ୍ଠ ବିଜ୍ଞାପନ ଷ୍ଟାର୍ କୁହାଯାଏ। ଧର୍ମପାଲ୍ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଯାହା ପରେ ସେ ଆଉ ସ୍କୁଲ୍ ଯାଇନଥିଲେ। ସେ ହୁଏତ ପାଠପଢ଼ା କମ୍ କରିଥାଇ ପାରନ୍ତି, କିନ୍ତୁ ବ୍ୟବସାୟରେ ବହୁ ନାମୀଦାମୀ ହସ୍ତି ତାଙ୍କୁ ସଲାମ୍ କରନ୍ତି।
/odisha-reporter/media/post_attachments/wp-content/uploads/2018/10/MDH-1.jpg)
ୟୁରୋମନିଟର୍ ମୁତାବକ, ଧର୍ମାପାଲ ଗୁଲାଟି ଏଫଏମସିଜି ସେକ୍ଟରରେ ସବୁଠାରୁ ଅଧିକ ଆୟକାରୀ ସିଇଓ ଥିଲେ। ୨୦୧୮ରେ ତାଙ୍କୁ ୨୫କୋଟି ଟଙ୍କାର ଦରମା ମିଳିଥିବା ଜଣାପଡ଼ିଛି। ବେପାର ସହ ସେ ସାମାଜିକ କାମରେ ନିଜକୁ ନିୟୋଜିତ କରିଥିଲେ। ଗୁଲାଟି ନିଜ ଦରମାର ୯୦ ପ୍ରତିଶତ ଦାନ କରନ୍ତି। ସେ ୨୦ଟି ସ୍କୁଲ ଓ ୧ ହସ୍ପିଟାଲ୍ ମଧ୍ୟ ଚଲାଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
