Advertisment

୧୫୦୦ ଟଙ୍କା ଧରି ପାକିସ୍ତାନରୁ ଭାରତ ଆସିଥିଲେ ଧର୍ମପାଲ୍‌, ବ୍ୟବସାୟ ପାଇଁ ପାଇଥିଲେ ପଦ୍ମଭୂଷଣ

ନୂଆଦିଲ୍ଲୀ : ଜଣାଶୁଣା ମସଲା କମ୍ପାନୀ ଏମ୍‌ଡିଏଚ୍‌ ଗ୍ରୁପର ମାଲିକ ଧର୍ମପାଲ୍‌ ଗୁଲାଟିଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ଗୁରୁବାର ସକାଳ ସାଢ଼େ ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଘରେ ଟିଭି ଦେଖିଲା ବେଳେ ଆପଣ କେବେ ନା କେବେ ଏକ ବିଜ୍ଞାପନ ଦେଖିଥିବେ। ଯେଉଁଥିରେ ଜଣେ ପଗଡ଼ି ବାନ୍ଧିଥିବା ମୋଟା ନିଶ ରଖିଥିବା ବୃଦ୍ଧଙ୍କୁ ଆପଣ ଦେଖିଥିବେ। ବାସ୍ତବରେ ସେ ହିଁ ହେଉଛନ୍ତି MDH କମ୍ପାନୀର […]

author-image
Hemant Lenka
ଅଦ୍ୟତନ ହୋଇଛି
୧୫୦୦ ଟଙ୍କା ଧରି ପାକିସ୍ତାନରୁ ଭାରତ ଆସିଥିଲେ ଧର୍ମପାଲ୍‌, ବ୍ୟବସାୟ ପାଇଁ ପାଇଥିଲେ ପଦ୍ମଭୂଷଣ

m3

ନୂଆଦିଲ୍ଲୀ : ଜଣାଶୁଣା ମସଲା କମ୍ପାନୀ ଏମ୍‌ଡିଏଚ୍‌ ଗ୍ରୁପର ମାଲିକ ଧର୍ମପାଲ୍‌ ଗୁଲାଟିଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ଗୁରୁବାର ସକାଳ ସାଢ଼େ ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଘରେ ଟିଭି ଦେଖିଲା ବେଳେ ଆପଣ କେବେ ନା କେବେ ଏକ ବିଜ୍ଞାପନ ଦେଖିଥିବେ। ଯେଉଁଥିରେ ଜଣେ ପଗଡ଼ି ବାନ୍ଧିଥିବା ମୋଟା ନିଶ ରଖିଥିବା ବୃଦ୍ଧଙ୍କୁ ଆପଣ ଦେଖିଥିବେ। ବାସ୍ତବରେ ସେ ହିଁ ହେଉଛନ୍ତି MDH କମ୍ପାନୀର ମାଲିକ। ଯାହାଙ୍କ ମସଲା ଭାରତର ଘରେ ଘରେ ପରିଚିତ।

MDH owner

ନିଷ୍ଠା ଆଉ ଅଧ୍ୟବସାୟ ମଣିଷକୁ ସଫଳ କରେ। ଏହି ବାକ୍ୟଟିକୁ ସତ୍ୟ କରି ଦେଖାଇଥିଲେ ଧର୍ମପାଲ୍‌। ବେପାର ଓ ବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଗତବର୍ଷ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ।

Advertisment

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୁଲାଟି ପାକିସ୍ତାନରୁ ଆସି ଭାରତରେ ବ୍ୟବସାୟ କରିଥିଲେ ଓ ସଫଳ ବ୍ୟବସାୟୀ ତାଲିକାର ନିଜ ନାଁ ଲିପିବଦ୍ଧ ମଧ୍ୟ କରିଥିଲେ। ମାତ୍ର ୧୫୦୦ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବା ଏହି ସଫଳ ବ୍ୟବସାୟୀଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା।

MDH Owner

ପାକିସ୍ତାନରୁ ଆସି ଭାରତରେ ସଫଳ

ଭାରତରେ ଘରେ ଘରେ ପରିଚିତ ଗୁଲାଟିଙ୍କୁ ଏହି ସଫଳତା ଏତେ ସହଜରେ ମିଳିନାହିଁ । ସେଥିପାଇଁ ତାଙ୍କୁ ଖୁବ୍ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ପାକିସ୍ତାନରୁ ଭାରତକୁ ଆସି ଏଠାରେ ଏତେ ବଡ଼ ମସଲା କମ୍ପାନୀର ମାଲିକ ହେବା ଧରମ୍ପାଲଙ୍କ ପାଇଁ ନିଶ୍ଚିତ ଗୌରବର ବିଷୟ।

ଧରମପାଲଙ୍କ ବାପା ଚୁନୀଲାଲ୍ ପାକିସ୍ତାନର ସିଆଲ୍କୋର୍ଟରେ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ୧୯୨୩, ମାର୍ଚ୍ଚ ୨୭ରେ ପାକିସ୍ତାନର ସିଆଲକୋଟରେ ଜନ୍ମ ଗ୍ରହଣ କରିଥିଲେ ଧରମପାଲ୍। ଘରେ ଥିଲେ ମା’ ଚନନ୍ଦ ଦେବୀ। ସେ ଜଣେ ଧାର୍ମିକ ମହିଳା ଥିଲେ।

ଧର୍ମପାଲ୍‌ଙ୍କୁ ମିଶାଇ ଦୁଇ ଭାଇ, ୫ ଭଉଣୀ ଥିଲେ। ପିଲାଟିବେଳୁ ପାଠ ପଢ଼ା ପ୍ରତି ଆଗ୍ରହ ଦେଖାଉ ନ ଥିବା ଧର୍ମପାଲ୍ ୧୯୩୩ରେ ପଞ୍ଚମ ଶ୍ରେଣୀରେ ଫେଲ୍ ହେବା ପରେ ପାଠ ପଢ଼ାରେ ଡୋର ବନ୍ଧାହେଲା।

publive-image

୧୯୪୭ ମସିହାରେ ଦେଶ ବିଭାଜନ ପରେ ଧର୍ମପାଲ୍ ଗୁଲାଟିଙ୍କ ପରିବାର ରୋଜଗାର ଅନ୍ୱେଷଣରେ ପାକିସ୍ତାନରୁ ଦିଲ୍ଲୀ ଚାଲି ଆସିଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ଦି’ ଓଳି ଖାଇବା ପାଇଁ ଧର୍ମପାଲ୍ ଘୋଡ଼ା ଗାଡ଼ି ଚଳାଇବା ଆରମ୍ଭ କରିଥିଲେ।

ବାପାଙ୍କଠାରୁ ଆଣିଥିବା ୧୫୦୦ ଟଙ୍କାରୁ ୬୫୦ ଟଙ୍କା ଦେଇ ସେ ଘୋଡ଼ା ଗାଡ଼ି କିଣିଥିଲେ ଆଉ ଦିଲ୍ଲୀ ଷ୍ଟେସନରେ ଯାତ୍ରୀ ପରିବହନ କାର୍ଯ୍ୟରେ ଲଗାଇଥିଲେ।

ତା’ପରେ ଅନେକ ବ୍ୟବସାୟ କରିଥିଲେ ଧର୍ମପାଲ୍। କିନ୍ତୁ ପାକିସ୍ତାନରୁ ଦିଲ୍ଲୀ ଆସି ଘୋଡ଼ା ଚଲେଇବା ଓ ଅନ୍ୟ ସବୁ ବ୍ୟବସାୟ ବୋଧେ ଭାଗ୍ୟକୁ ମଞ୍ଜୁର ନ ଥିଲା। ସେଥିପାଇଁ ସେ ଘୋଡ଼ା ଗାଡ଼ି ନିଜ ଭାଇକୁ ଦେଇ ଓ ଅନ୍ୟ ସବୁ ବ୍ୟବସାୟ ଛାଡ଼ି କରୋଲା ବାଗ୍ର ଅଜମଲ୍‌ ଖାଁ ରୋଡରେ ୧୯୪୮ ମସିହାରେ ମସଲା ଆଣି ବିକ୍ରି ଆରମ୍ଭ କରିଦେଲେ। ଆଉ ଗୁଲାଟିଙ୍କ ମସଲା ଲୋକଙ୍କୁ ଏତେ ପସନ୍ଦ ଆସିଗଲା ଯେ ୬୦ ଦଶକରେ ପାଲ ତଳେ ଆରମ୍ଭ ହୋଇଥିବା ଏହି ଦୋକାନ ଦିଲ୍ଲୀର ପ୍ରତିଷ୍ଠିତ ଦୋକାନ ଭାବେ ଠିଆ ହେଲା। ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବ୍ୟବସାୟ ଆରମ୍ଭ କରିଥିଲେ ଧର୍ମପାଲ୍ ଗୁଲାଟି।

୧୯୫୯ ମସିହାରେ ଦିଲ୍ଲୀର କିର୍ତ୍ତୀ ନଗରରେ ପ୍ରଥମେ ମସଲା ପ୍ରସ୍ତୁତି ପାଇଁ ଫ୍ୟାକ୍ଟ୍ରି ନିର୍ମାଣ କରିଥିଲେ ସେ। ସମୟ କ୍ରମେ ଏହା ଏବେ ପୂରା ବିଶ୍ୱରେ ଏମଡିଏଚ୍‌ ବ୍ରାଣ୍ଡ୍ ଭାବେ ଉଭା ହୋଇଛି।

publive-image

ଧର୍ମପାଲ୍ ନିଜେ ଏମଡିଏଚ୍ କମ୍ପାନୀର ସିଇଓ ଭାବେ କାର୍ଯ୍ୟ କରିଥିଲେ। ଆଉ ସବୁଠୁ ବଡ଼ କଥା ହେଲା ତାଙ୍କର ଦରମା କେତେ ଥିଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

୨୦୧୮ରେ ଧର୍ମପାଲ୍ ଗୁଲାଟିଙ୍କ ଦରମା ବାର୍ଷିକ ୨୫ କୋଟି ଥିଲା। ଯାହା କଞ୍ଜ୍ୟୁମର ପ୍ରଡକ୍ଟ ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକର ସିଇଓଙ୍କ ଦରମା ମଧ୍ୟରେ ସର୍ବାଧିକ। ଏବେ ମଧ୍ୟ କମ୍ପାନୀର ୮୦ ପ୍ରତିଶତ ଶେଆର ଗୁଲାଟିଙ୍କ ନାଁରେ ରହିଛି। ଆଉ ନିଜ ଦରମାର ୯୦ ପ୍ରତିଶତ ଟଙ୍କା ସେ ବିଭିନ୍ନ ଚାରିଟି ଶୋ’କୁ ଦାନ କରିଛନ୍ତି।

ସେ ସର୍ବଦା ଧାର୍ମିକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହୁଥିଲେ। ନଭେମ୍ବର ୧୯୭୫ରେ ସୁଭାଷନଗର ନୂଆ ଦିଲ୍ଲୀରେ ଏକ ହସ୍ପିଟାଲ୍ ମଧ୍ୟ ଖୋଲିଥିଲେ। ତା’ପରେ ଆହୁରି ଅନେକ ହସ୍ପିଟାଲ୍ ଓ ସ୍କୁଲ୍ ମଧ୍ୟ ସେ ଖୋଲିଛନ୍ତି।

publive-image

ବିଜ୍ଞାପନ ଜଗତକୁ ଆସିଲେ କେମିତି

ବିଜ୍ଞାପନ ଜଗତକୁ ଆସିବା ପଛରେ ମଧ୍ୟ ଏକ ବଡ଼ କାହାଣୀ ରହିଛି। ଯେତେବେଳେ ଏମ୍‌ଡିଏଚ୍‌ ବିଜ୍ଞାପନ ଫିଲ୍ମ ଶୁଟିଂ ଚାଲିଥିଲା ଠିକ୍ ସେତିକି ବେଳେ ଧର୍ମପାଲ୍ ଚରିତ୍ରରେ ଅଭିନୟ କରିବାକୁ ଜଣେ କଳାକାରଙ୍କୁ କୁହାଯାଇଥିଲା। କିନ୍ତୁ କୌଣସି କାରଣ ବଶତଃ ଉକ୍ତ କଳାକାର ଶୁଟିଂ କରିବାକୁ ଆସି ନ ପାରିବାରୁ ଧର୍ମପାଲ୍ ସେହି ଚରିତ୍ରରେ ଅଭିନୟ କରିବାକୁ ନିର୍ଦ୍ଦେଶକ କହିଥିଲେ । ଧର୍ମପାଲ୍ ମଧ୍ୟ ସେଥିରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ। ଉକ୍ତ ବିଜ୍ଞାପନ ମାଧ୍ୟମରେ MDH ମସଲାକୁ ଭାରତର ଘରେ ଘରେ ପହଞ୍ଚାଇଥିଲେ। ୯୫ ବର୍ଷ ବୟସରେ ତାଙ୍କୁ ସାଧାରଣତନ୍ତ୍ର ଦିବସରେ ଧର୍ମପାଲଙ୍କୁ ପଦ୍ମଭୂଷଣ ଦେଇ ସମ୍ମାନିତ କରିଥିଲେ ଭାରତ ସରକାର।

ଅଧିକ ପଢନ୍ତୁ : ନୀରବି ଗଲା ସେହି ହସ ହସ ମୁହଁ

News In Odia Odia News