ମକ୍କାରେ ଦଳାଚକଟା: ୧୪ ଭାରତୀୟ ମୃତ, ୧୩ ଆହତ

ନୂଆଦିଲ୍ଲୀ: ସାଉଦି ଆରବର ଧାର୍ମିକସ୍ଥଳ ମକ୍କାରେ ଗତକାଲି ଦଳାଚକଟା ଘଟି ୭୧୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୮୬୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଭାରତର ୧୪ ଜଣ ହଜ୍ ତୀର୍ଥଯାତ୍ରୀ ରହିଛନ୍ତି। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ସେ କହିଛନ୍ତି ଯେ ଏହି ଦୁଃଖଦ ଘଟଣାରେ ୧୪ ଜଣ ଭାରତୀୟ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୧୩ ଜଣ ଭାରତୀୟ ଏଥିରେ ଆହତ ମଧ୍ୟ ହୋଇଛନ୍ତି। ମୃତକଙ୍କ […]

mecca

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 04:49 AM IST

ନୂଆଦିଲ୍ଲୀ: ସାଉଦି ଆରବର ଧାର୍ମିକସ୍ଥଳ ମକ୍କାରେ ଗତକାଲି ଦଳାଚକଟା ଘଟି ୭୧୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୮୬୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଭାରତର ୧୪ ଜଣ ହଜ୍ ତୀର୍ଥଯାତ୍ରୀ ରହିଛନ୍ତି। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ସେ କହିଛନ୍ତି ଯେ ଏହି ଦୁଃଖଦ ଘଟଣାରେ ୧୪ ଜଣ ଭାରତୀୟ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୧୩ ଜଣ ଭାରତୀୟ ଏଥିରେ ଆହତ ମଧ୍ୟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଗୁଜରାଟର ୯ ଜଣ ହଜ୍ ତୀର୍ଥଯାତ୍ରୀ ଥିବା ବେଳେ ତାମିଲନାଡୁ ଓ ଝାଡ଼ଖଣ୍ଡର ୨ ଜଣ ଲେଖାଏଁ ତୀର୍ଥଯାତ୍ରୀ ରହିଛନ୍ତି। ସେହିପରି ଅନ୍ୟ ଜଣେ ମୃତ ହଜ୍ ତୀର୍ଥଯାତ୍ରୀ ହେଉଛନ୍ତି ମହାରାଷ୍ଟ୍ରର। ଜେଦାରେ ଥିବା ଭାରତୀୟ ମିଶନ ସ୍ଥିତି ଉପରେ ନଜର ରଖିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି।

Related story