ବିମାନର ମଝି ସିଟ୍ ଖାଲି ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଦେଶରୁ ଫେରୁଥିବା ଭାରତୀୟଙ୍କ ବିମାନର ମଝି ସିଟ୍ ଖାଲି ରହିବ। ଆଜି ସୁପ୍ରିମକୋର୍ଟ ବମ୍ୱେ ହାଇକୋର୍ଟଙ୍କର ନିଷ୍ପତ୍ତିକୁ ଉଦ୍ଧୃତ କରି ଏଭଳି କହିଛନ୍ତି। ତେବେ ଏହି ନିୟମ ୬ ଜୁନ୍ ପରେ ଲାଗୁ ହେବ। ଏହି ତାରିଖ ଯାଏ ବିମାନ ସିଟ୍ ବୁକିଂ ଶେଷ ହୋଇଥିବାରୁ କୋର୍ଟ ଏୟାର ଇଣ୍ଡିଆ ବିମାନକୁ ଆଗାମୀ ୧୦ ଦିନ ଯାଏ ମଝି ସିଟରେ ଯାତ୍ରୀ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ବେଳେ ସାମାଜିକ ଦୂରତା ରଖିବା ଏକ […]

flights

Subhransu Sekhar
  • Published: Monday, 25 May 2020
  • , Updated: 25 May 2020, 12:54 PM IST

ନୂଆଦିଲ୍ଲୀ: ବିଦେଶରୁ ଫେରୁଥିବା ଭାରତୀୟଙ୍କ ବିମାନର ମଝି ସିଟ୍ ଖାଲି ରହିବ। ଆଜି ସୁପ୍ରିମକୋର୍ଟ ବମ୍ୱେ ହାଇକୋର୍ଟଙ୍କର ନିଷ୍ପତ୍ତିକୁ ଉଦ୍ଧୃତ କରି ଏଭଳି କହିଛନ୍ତି। ତେବେ ଏହି ନିୟମ ୬ ଜୁନ୍ ପରେ ଲାଗୁ ହେବ। ଏହି ତାରିଖ ଯାଏ ବିମାନ ସିଟ୍ ବୁକିଂ ଶେଷ ହୋଇଥିବାରୁ କୋର୍ଟ ଏୟାର ଇଣ୍ଡିଆ ବିମାନକୁ ଆଗାମୀ ୧୦ ଦିନ ଯାଏ ମଝି ସିଟରେ ଯାତ୍ରୀ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ମହାମାରୀ ବେଳେ ସାମାଜିକ ଦୂରତା ରଖିବା ଏକ ସାଧାରଣ ସୌଜନ୍ୟ। ତେଣୁ ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ହେବ ବୋଲି କୋର୍ଟ କହିଛନ୍ତି। ବମ୍ୱେ ହାଇକୋର୍ଟ ମଝି ସିଟ୍ ଖାଲି ରଖିବାକୁ କହିବା ପରେ କେନ୍ଦ୍ର ସରକାର ଏବଂ ଏୟାର ଇଣ୍ଡିଆ ବିମାନ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story