'ନମସ୍କାର, ସରି ଆପଣଙ୍କ ସାଇକେଲ ନେଇ ଯାଉଛି'

ଜୟପୁର: ରାଜସ୍ଥାନ ଭରତପୁରର ଜଣେ ପ୍ରବାସୀ ଶ୍ରମିକ ଘରକୁ ଯିବା ପାଇଁ ସାଇକେଲ ଚୋରି କରିଛନ୍ତି। ଆଉ ଚୋରି କରିଥିବାରୁ ସେ ନିଜ ହାତରେ ଏକ କ୍ଷମା ପ୍ରାର୍ଥନା ଚିଠି ଲେଖି ଛାଡ଼ିଦେଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ଘର ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର। ରାଜସ୍ଥାନ ଭରତପୁରରୁ ତାଙ୍କ ଘର ବରେଲି ୨୫୦ କିଲୋମିଟର ବୋଲି ଜଣାପଡ଼ିଛି। ପ୍ରବାସୀ ଶ୍ରମିକଙ୍କ ନାମ ମହମ୍ମଦ ଇକବାଲ। ରାଜସ୍ଥାନ ଭରତପୁର ଜିଲ୍ଲାର ରାହ ଗାଁରୁ ପ୍ରବାସୀ ଶ୍ରମିକ ଜଣଙ୍କ ସାଇକେଲ ଚୋରି […]

Migrant worker leter

Subhransu Sekhar
  • Published: Friday, 15 May 2020
  • , Updated: 16 May 2020, 12:47 AM IST

ଜୟପୁର: ରାଜସ୍ଥାନ ଭରତପୁରର ଜଣେ ପ୍ରବାସୀ ଶ୍ରମିକ ଘରକୁ ଯିବା ପାଇଁ ସାଇକେଲ ଚୋରି କରିଛନ୍ତି। ଆଉ ଚୋରି କରିଥିବାରୁ ସେ ନିଜ ହାତରେ ଏକ କ୍ଷମା ପ୍ରାର୍ଥନା ଚିଠି ଲେଖି ଛାଡ଼ିଦେଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ଘର ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର। ରାଜସ୍ଥାନ ଭରତପୁରରୁ ତାଙ୍କ ଘର ବରେଲି ୨୫୦ କିଲୋମିଟର ବୋଲି ଜଣାପଡ଼ିଛି।

ପ୍ରବାସୀ ଶ୍ରମିକଙ୍କ ନାମ ମହମ୍ମଦ ଇକବାଲ। ରାଜସ୍ଥାନ ଭରତପୁର ଜିଲ୍ଲାର ରାହ ଗାଁରୁ ପ୍ରବାସୀ ଶ୍ରମିକ ଜଣଙ୍କ ସାଇକେଲ ଚୋରି କରି ପେଡେଲେ ମାରି ଘରକୁ ଯାଇଛନ୍ତି। ସୋମବାର ବିଳମ୍ୱିତ ରାତ୍ରିରେ ସାହାବ ସିଂହ ନାମକ ବ୍ୟକ୍ତିଙ୍କ ଘରୁ ସେ ସାଇକେଲ ଚୋରି କରିଥିବା ଜଣାପଡ଼ିଛି। ଭୋର ତାଙ୍କ ସ୍ତ୍ରୀ ଘର ଓଳାଉଥିବା ବେଳେ ପ୍ରବାସୀ ଶ୍ରମିକଙ୍କ କ୍ଷମାପ୍ରାର୍ଥନା ଚିଠି ଖଣ୍ଡଟିଏ ପାଇଥିଲେ। ପରେ ଜାଣିବାକୁ ପାଇଥିଲେ ଘରେ ଥିବା ତାଙ୍କ ସାଇକେଲ ଚୋରି ହୋଇଯାଇଛି।

ଇକବାଲ ଯେଉଁ ହାତଲେଖା ଚିଠି ଖଣ୍ତକ ଛାଡ଼ିଛି ସେଥିରେ ଲେଖା ହୋଇଛି, “ନମସ୍କାର, ମୁଁ ଶ୍ରମିକ। ମୁଁ ବାଧ୍ୟ ହୋଇ ଏଭଳି କାମ କରୁଛି। ଆପଣଙ୍କ ସାଇକେଲ ଚୋରି କରିଥିବାରୁ ମୁଁ ଦୋଷୀ। ମୋତେ କ୍ଷମା କରିଦେବେ। ମୋତେ ବରେଲି ଯିବାର ଅଛି। ମୋ ପାଖରେ କୌଣସି ସମ୍ୱଳ ନାହିଁ। ମୁଁ ଆପଣଙ୍କ ସାଇକେଲ ନେଇ ଯାଉଛି”।

ରାହ ହେଉଛି ଏକ ଗ୍ରାମ ପଞ୍ଚାୟତ ଯାହା ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ସୀମାରେ ରହିଛି। ଦେଶବ୍ୟାପୀ ଲକଡାଉନ୍ ହେବା ପରେ ଅନେକ ଏବେ ଫସି ହୋଇ ରହିଛନ୍ତି। ପ୍ରବାସୀ ଶ୍ରମିକ ଜଣଙ୍କ ଯେଉଁଠି କାମ କରୁଥିଲେ ସେହି ମାଲିକ ଜଣଙ୍କ କୌଣସି ସହଯୋଗ ନକରିବାରୁ ବାଧ୍ୟ ହୋଇ ଇକବାଲ ଏଭଳି କାମ କରିଛି ବୋଲି ଜଣାପଡ଼ିଛି। ତେବେ ଇକବାଲ ବିରୋଧରେ ଥାନାରେ କୌଣସି ଏତଲା ଦିଆଯାଇନଥିବା ସୂଚନା ରହିଛି।

Related story