ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ଦେଖି ଦେଶ ଲକଡାଉନ୍ ରହିଛି। ଶିକ୍ଷା ବ୍ୟବସ୍ଥା ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ଏବେ ଛାତ୍ରଛାତ୍ରୀଙ୍କ ପାଠ୍ୟ ଖସଡ଼ା ହ୍ରାସ କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଚଳିତ ସପ୍ତାହର ଶେଷରେ ସଂଶୋଧିତ ପାଠ୍ୟ ଖସଡ଼ା ଘୋଷଣା କରିପାରି ଏଚଆରଡି ମନ୍ତ୍ରାଳୟ। ନିକଟରରେ ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଏ ବାବଦରେ ସୂଚନା ଦେଇଥିଲେ। ବିଭିନ୍ନ ଶିକ୍ଷାବିତ୍ ମଧ୍ୟ ଏହାକୁ ନେଇ ନିଜ ନିଜର ମତାମତ ସରକାରଙ୍କ ନିକଟକୁ ପଠାଇଛନ୍ତି। ତେବେ ଅଧିକାଂଶ ବିଶେଷଜ୍ଞ ସରକାରଙ୍କ ପଦକ୍ଷେପ ସହ ସହମତି ପ୍ରକାଶ କରିଛନ୍ତି।
ସରକାର ପ୍ରଥମେ ଦଶମ, ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ଆଖି ଆଗରେ ରଖି ସେମାନଙ୍କ ପାଠ୍ୟ ଖସଡ଼ା ହ୍ରାସ କରିବେ। ପାଠ୍ୟ ଖସଡ଼ାରୁ କେଉଁ ଅଂଶ ବାଦ ପଡ଼ିବା ଉଚିତ ସେନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଡକ୍ଟର କମଲ ନୟନ ମତ ଦେଇଛନ୍ତି ଯେ ସରକାର ପ୍ରତ୍ୟେକ ବିଷୟ ଅନୁଯାୟୀ ଏକ ଛୋଟ କମିଟି ଗଠନ କରିପାରିବେ।
ଏଥି ସହିତ ବିଶ୍ୱବିଦ୍ୟାଳୟରେ ଅନଲାଇନ୍ ପରୀକ୍ଷା ପ୍ରସଙ୍ଗରେ ଶିକ୍ଷକଙ୍କ ମତ ପ୍ରଶାସନଠାରୁ ଭିନ୍ନ। ତାଙ୍କ କହିବାନୁସାରେ, ଏହା ଅନେକ ଛାତ୍ରଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ।