୨୦୧୫-୧୬ରେ ବିଦେଶ ଗସ୍ତରେ ୫୬୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମୋଦି ଓ ତାଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର କ୍ୟାବିନେଟ୍ ମନ୍ତ୍ରୀ ବିଦେଶ ଗସ୍ତ ସମୟରେ ୫୬୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ଗତ ଆର୍ଥିକ ବର୍ଷ ତୁଳନାରେ  ୮୦ ପ୍ରତିଶତରୁ ଅଧିକ ବୋଲି ବଜେଟ୍ ଡକ୍ୟୁମେଣ୍ଟ୍‌ ରିପୋର୍ଟରୁ ଜଣାପଡ଼ିଛି। ବର୍ଷ ୨୦୧୫-୧୬ ଆରମ୍ଭରୁ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ବିଦେଶ ଯାତ୍ରା ସମୟରେ ୨୬୯ କୋଟି ଟଙ୍କା ଖର୍ଚ୍ଚ ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟଠାରୁ ଖର୍ଚ୍ଚ ଦ୍ୱିଗୁଣ […]

cabinet minister

Rakesh Mallick
  • Published: Monday, 21 March 2016
  • , Updated: 21 March 2016, 09:51 AM IST

ନୂଆଦିଲ୍ଲୀ: ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର କ୍ୟାବିନେଟ୍ ମନ୍ତ୍ରୀ ବିଦେଶ ଗସ୍ତ ସମୟରେ ୫୬୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ଗତ ଆର୍ଥିକ ବର୍ଷ ତୁଳନାରେ  ୮୦ ପ୍ରତିଶତରୁ ଅଧିକ ବୋଲି ବଜେଟ୍ ଡକ୍ୟୁମେଣ୍ଟ୍‌ ରିପୋର୍ଟରୁ ଜଣାପଡ଼ିଛି।

ବର୍ଷ ୨୦୧୫-୧୬ ଆରମ୍ଭରୁ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ବିଦେଶ ଯାତ୍ରା ସମୟରେ ୨୬୯ କୋଟି ଟଙ୍କା ଖର୍ଚ୍ଚ ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟଠାରୁ ଖର୍ଚ୍ଚ ଦ୍ୱିଗୁଣ ବଢି ଯାଇଛି। ତେବେ କଂଗ୍ରେସ ଦ୍ୱିତୀୟ  ଥର କ୍ଷମତାକୁ ଆସିବା ପରେ ୫ ବର୍ଷରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ତାଙ୍କ  କ୍ୟାବିନେଟ୍ ମନ୍ତ୍ରୀ ବିଦେଶ ଗସ୍ତରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ୟୁପିଏ ସରକାରରେ ୭୫ ଜଣ ମନ୍ତ୍ରୀ ଥିଲେ। ମୋଦିଙ୍କ କ୍ୟାବିନେଟ୍‌ରେ ୬୪ ଜଣ ମନ୍ତ୍ରୀ ଅଛନ୍ତି। ତା’ ସତ୍ତ୍ୱେ କଂଗ୍ରେସ ଅପେକ୍ଷା ମୋଦି ସରକାର ବିଦେଶ ଗସ୍ତରେ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ୨୦୧୬-୧୭ ଆର୍ଥିକ ବର୍ଷରେ  ବିଦେଶ ଗସ୍ତ ଖର୍ଚ୍ଚ କମ୍ କରିବାକୁ ଚାହିଁଛନ୍ତି।

Related story