ଅଣ-ବିଜେପି ସରକାରଙ୍କୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ମୋଦି ଓ ଶାହ : କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ କ୍ଷମତାସୀନ କଂଗ୍ରେସ ସରକାରରେ ଅସ୍ଥିରତା ନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ଆରୋପ ଲଗାଯାଇଛି। ବିଜେପି କ୍ଷମତା ଓ ବାହୁବଳକୁ ବ୍ୟବହାର କରି ଅଣ-ବିଜେପି ସରକାରଙ୍କୁ ଅସୁବିଧାରେ ପକାଉଛି। ଆଜି ଏହିପରି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ୍ ସୁରଜେୱାଲା। ସେ କହିଛନ୍ତି,“ଦଳ ଓ ସରକାର ବିପକ୍ଷରେ ଯେଉଁ ସବୁ ଷଡଯନ୍ତ୍ର ହେଉଛି ସେ ବିଷୟରେ ଭଲ ଭାବେ ମୁଁ ଅବଗତ ରହିଛି। […]

modi and amit shah

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 11:11 AM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ କ୍ଷମତାସୀନ କଂଗ୍ରେସ ସରକାରରେ ଅସ୍ଥିରତା ନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ଆରୋପ ଲଗାଯାଇଛି। ବିଜେପି କ୍ଷମତା ଓ ବାହୁବଳକୁ ବ୍ୟବହାର କରି ଅଣ-ବିଜେପି ସରକାରଙ୍କୁ ଅସୁବିଧାରେ ପକାଉଛି। ଆଜି ଏହିପରି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ୍ ସୁରଜେୱାଲା।

ସେ କହିଛନ୍ତି,“ଦଳ ଓ ସରକାର ବିପକ୍ଷରେ ଯେଉଁ ସବୁ ଷଡଯନ୍ତ୍ର ହେଉଛି ସେ ବିଷୟରେ ଭଲ ଭାବେ ମୁଁ ଅବଗତ ରହିଛି। ଏହାକୁ ଦଳ ଡରେ ନାହିଁ। ଏହି ଚ୍ୟାଲେଞ୍ଜକୁ ସରକାର ଆଇନଗତ, ରାଜନୈତିକ ଓ ସାମ୍ବିଧାନିକ ପଦ୍ଧତିରେ ସମାଧାନ କରିବାର କ୍ଷମତା ରଖିଛି। ଏଥିପାଇଁ ବିଧାନସଭାରେ ହରିଶ ରାୱତ୍‌ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ କରିବାକୁ ପ୍ରସ୍ତୁତ ରହିଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ଦେଶର ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରିବାରେ ମୋଦି ଓ ଶାହ ବେଶ୍ ପାରଙ୍ଗମ। ଦେଶର ବହୁ ରାଜ୍ୟ ସରକାର ଏହି ଦୁଇଜଣଙ୍କ ଷଡଯନ୍ତ୍ରରେ ଶିକାର ହୋଉଛନ୍ତି। ଅରୁଣାଚଳ ପରେ ଏବେ ଏହି ଦୁଇ ନେତାଙ୍କ ଆଖି ଉତ୍ତରାଖଣ୍ଡ ଉପରେ ପଡିଛି।”

ଏଥିରୁ ବିଜେପି କ୍ଷନ୍ତ ରହିବା ଦରକାର ବୋଲି ସେ କହିଛନ୍ତି।

Related story