ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ବସିବ ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ। ଶାସକ ଓ ବିରୋଧୀ ଦଗୁଡ଼ିକର ସହଯୋଗରେ ଗୃହ କିପରି ସୁରୁଖୁରୁରେ ଚାଲି ପାରିବ, ସେନେଇ ଆଲୋଚନା ହେଉଛି। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ। ଚଳିତ ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିବ। ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି। ବିରୋଧୀଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ଯୋଗୁଁ ଗତ […]

par1

par1

Rakesh Mallick
  • Published: Tuesday, 17 July 2018
  • Updated: 17 July 2018, 04:42 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ବସିବ ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ। ଶାସକ ଓ ବିରୋଧୀ ଦଗୁଡ଼ିକର ସହଯୋଗରେ ଗୃହ କିପରି ସୁରୁଖୁରୁରେ ଚାଲି ପାରିବ, ସେନେଇ ଆଲୋଚନା ହେଉଛି।
ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ। ଚଳିତ ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିବ। ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି। ବିରୋଧୀଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ଯୋଗୁଁ ଗତ ବଜେଟ୍‌ ଅଧିବେଶନ ସଠିକ୍ ଭାବରେ ଚାଲିପାରି ନଥିଲା। ଏପରିକି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଆଗତ ହୋଇପାରି ନଥିଲା। ଟ୍ରିପଲ ତଲାକ୍ ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇଥିଲେ ବି ରାଜ୍ୟସଭାରେ ଆଲୋଚନା ହୋଇପାରିନି। ତେଣୁ ଚଳିତ ଅଧିବେଶନରେ ଏହି ବିଲ୍ ରାଜ୍ୟସଭାରେ ଆଗତ ହୋଇପାରେ। ସେହିପରି ଏସ୍‌ସି/ଏସ୍‌ଟି ବିଲ୍ ସଂସଦରେ ଆଗତ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos