ନୂଆଦିଲ୍ଲୀ: ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଜୁନରୁ ସେପ୍ଟେମ୍ବର ଯାଏ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ହେଲେ ଓଡ଼ିଶାକୁ ୩ରୁ ୪ ଦିନ ବିଳମ୍ୱରେ ଆସିବ ମୌସୁମୀ। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୧୩ରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ଚଳିତ ବର୍ଷ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ କହିଛି।
https://twitter.com/ANI/status/1250329515735126016
ପ୍ରେସମିଟରେ ବିଭାଗୀୟ ସଚିବ ମାଧବନ ରାଜୀବନ କହିଛନ୍ତି, ଓଡ଼ିଶାକୁ ନିର୍ଦ୍ଧାରିତ ଦିନଠାରୁ ୩/୪ ଦିନ ବିଳମ୍ବରେ ଆସିବ ମୌସୁମୀ। କେରଳରେ ପୂର୍ବ ନିର୍ଦ୍ଧାରତ ଜୁନ ୧ରେ ପହଞ୍ଚିବ ମୌସୁମୀ। ଓଡ଼ିଶାକୁ ଜୁନ୍ ୯/୧୦ ବଦଳରେ ୧୩ ସୁଦ୍ଧା ପହଞ୍ଚିବାର ସମ୍ଭାବନା ରହିଛି। ଓଡ଼ିଶା ସହ ଉତ୍ତର ଭାରତକୁ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ ବୋଲି ଜଣାପଡ଼ିଛି। ଉତ୍ତର ପୂର୍ବାଞ୍ଚଳରେ ଧାର୍ଯ୍ୟ ସମୟ ଠାରୁ ଶୀଘ୍ର ମୌସୁମୀ ଆସିବ ବୋଲି ସୂଚନା ରହିଛି। ୧୫ ଜୁଲାଇ ବଦଳରେ ଜୁଲାଇ ୮ରେ ଉତ୍ତର-ପୂର୍ବାଞ୍ଚଳ ଛୁଇଁବ ମୌସୁମୀ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।