ଦୁର୍ଘଟଣା ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ ଉନ୍ନାଓ ପୀଡ଼ିତାଙ୍କ ମା’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଖୋଲୁଛି ନୂଆ ନୂଆ ତଥ୍ୟ। ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ନିଜ ଭାଇ ଓ ସମର୍ଥକଙ୍କ ମାଧ୍ୟମରେ ପୀଡ଼ିତା ଓ ତାଙ୍କ ପରିବାରକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଟ୍ରକ ଦୁର୍ଘଟଣାର ପାଖାପାଖି ୧୫ ଦିନ ପୂର୍ବରୁ ଏବାବଦରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ପୀଡ଼ିତାଙ୍କ ମାଆ, ଭଉଣୀ ଏବଂ ଖୁଡ଼ୀ ଚିଠି ଲେଖିଥିଲେ ବୋଲି ସୁପ୍ରିମକୋର୍ଟର […]

Ranjan-GoGoi

Subhransu Sekhar
  • Published: Wednesday, 31 July 2019
  • , Updated: 31 July 2019, 01:30 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଖୋଲୁଛି ନୂଆ ନୂଆ ତଥ୍ୟ। ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ନିଜ ଭାଇ ଓ ସମର୍ଥକଙ୍କ ମାଧ୍ୟମରେ ପୀଡ଼ିତା ଓ ତାଙ୍କ ପରିବାରକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି।

ଟ୍ରକ ଦୁର୍ଘଟଣାର ପାଖାପାଖି ୧୫ ଦିନ ପୂର୍ବରୁ ଏବାବଦରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ପୀଡ଼ିତାଙ୍କ ମାଆ, ଭଉଣୀ ଏବଂ ଖୁଡ଼ୀ ଚିଠି ଲେଖିଥିଲେ ବୋଲି ସୁପ୍ରିମକୋର୍ଟର ରେଜଷ୍ଟାରଙ୍କ ପକ୍ଷରୁ ସୂଚନା ମିଳିଛି। ଏବେ ପ୍ରଧାନ ବିଚାରପତି ରେଜିଷ୍ଟାରଙ୍କୁ ଚିଠିରେ କଣ ଲେଖା ହୋଇଛି ଜାଣିବାକୁ ଚେଷ୍ଟା କରିଛନ୍ତି। ଏକ ବିସ୍ତୃତ ରିପୋର୍ଟ ସପ୍ତାହକ ମଧ୍ୟରେ ପ୍ରସ୍ତୁତ କରି ଉପସ୍ଥାପନ କରିବାକୁ ରେଜିଷ୍ଟାରଙ୍କୁ ସିଜେଆଇ ନିର୍ଦ୍ଦେଶ ଦେଇଛନ୍ତି ।

୧୨ ଜୁଲାଇରେ ଉନ୍ନାଓ ପୀଡ଼ିତାଙ୍କ ମାଆ ଏହି ଚିଠିରେ ଲେଖିଛନ୍ତି ଯେ, ୭ ଓ ୮ ଜୁଲାଇରେ ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ବାହୁବଳୀ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ଭାଇ ମନୋଜ ସିଂହ ସେଙ୍ଗର ଏବଂ ତାଙ୍କ କିଛି ସମର୍ଥକ ଆସି ତାଙ୍କୁ ଓ ତାଙ୍କ ପରିବାରକୁ ଧମକ ଦେଇଥିଲେ। ପଇସା ଦେଇ ବିଚାରପତିଙ୍କୁ କିଣି ବିଧାୟକ ଜେଲରୁ ବାହାରି  ଆସିବେ ବୋଲି ଧମକ ଦେଇଥିଲେ। ଏହାପରେ ତାଙ୍କ ପରିବାର ବିରୋଧରେ ମିଛ କେସ ରୁଜୁ କରିବେ ବୋଲି ଧମକ ଦେଇଥିବା ପୀଡ଼ିତାଙ୍କ ମାଆ ଚିଠିରେ ଲେଖିଛନ୍ତି। ତେବେ ପୀଡ଼ିତାଙ୍କ ମା'ଙ୍କ ପାଇଁ ଚିଠି ଲେଖିଥିବା ତାଙ୍କ ଖୁଡ଼ିଙ୍କର ନିକଟରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ ଘର ରାଏବରେଲି ଜିଲ୍ଲାରେ।

ସୂଚନାଯୋଗ୍ୟ, ୨୦୧୭ରେ ଚାକିରି ଆଶାରେ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ଘରକୁ ପୀଡ଼ିତା ଯାଇଥିଲେ। ଏହି ସମୟରେ ସେ ବିଧାୟକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତାଙ୍କ ବାପା ଦୁଷ୍କର୍ମ ବାବଦରେ ମୁହଁ ଖୋଲିବା ପରେ ବିଧାୟକ ଓ ତାଙ୍କ ସମର୍ଥକ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ପୁଲିସ ପୀଡ଼ିତାଙ୍କ ବାପାଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ମାମଲାରେ ଜେଲରେ ଭର୍ତ୍ତି କରାଇଥିଲେ। ଏହାପରେ ମାମଲାର ଚର୍ଚ୍ଚା ଜୋର୍ ଧରିବାରୁ ବିଧାୟକଙ୍କୁ ପୁଲିସ ଗତ ବର୍ଷ ଏପ୍ରିଲରେ ଗିରଫ କରିଥିଲେ। ଏବେ ସିବିଆଇ ଏହି ମାମଲାର ତଦନ୍ତ କରୁଛି।

Related story