Advertisment

ମଧ୍ୟପ୍ରଦେଶରେ ମ୍ୟାଜିକ ନମ୍ୱର ପାରକଲା ବିଜେପି

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପ-ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ବିଜେପି ୧୯ଟି ଆସନରେ ଆଗୁଆ ରହିଛି, ଅର୍ଥାତ୍ ଶିବରାଜ ସିଂ ସରକାର ମ୍ୟାଜିକ ନମ୍ୱର ଅତିକ୍ରମ କରିଛି। ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ ଟି ଆସନ ଅଛି ଏବଂ ମ୍ୟାଜିକ୍ ସଂଖ୍ୟା ହେଉଛି ୧୧୬ । ହେଲେ ଏହାରି ଭିତରେ ଜଣେ କଂଗ୍ରେସ ବିଧାୟକ ଦଳ ପରିବର୍ତ୍ତନ କରିଥିବାରୁ ମ୍ୟାଜିକ ନମ୍ୱର ୧୧୫ ହୋଇଛି। କ୍ଷମତାରେ ରହିବାକୁ ହେଲେ ବିଜେପିକୁ ୮ଟି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମଧ୍ୟପ୍ରଦେଶରେ ମ୍ୟାଜିକ ନମ୍ୱର ପାରକଲା ବିଜେପି

Shivraj

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପ-ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ବିଜେପି ୧୯ଟି ଆସନରେ ଆଗୁଆ ରହିଛି, ଅର୍ଥାତ୍ ଶିବରାଜ ସିଂ ସରକାର ମ୍ୟାଜିକ ନମ୍ୱର ଅତିକ୍ରମ କରିଛି। ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ ଟି ଆସନ ଅଛି ଏବଂ ମ୍ୟାଜିକ୍ ସଂଖ୍ୟା ହେଉଛି ୧୧୬ । ହେଲେ ଏହାରି ଭିତରେ ଜଣେ କଂଗ୍ରେସ ବିଧାୟକ ଦଳ ପରିବର୍ତ୍ତନ କରିଥିବାରୁ ମ୍ୟାଜିକ ନମ୍ୱର ୧୧୫ ହୋଇଛି। କ୍ଷମତାରେ ରହିବାକୁ ହେଲେ ବିଜେପିକୁ ୮ଟି ଆସନରେ ବିଜୟୀ ହେବାକୁ ହେବ।

Advertisment

ମଧ୍ୟପ୍ରଦେଶ ଉପନିର୍ବାଚନ ​​ଶିବରାଜ ସିଂ ସରକାରଙ୍କ ସହ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କମଲନାଥଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। କାରଣ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ୨୮ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ। ପରିଣାମ ସ୍ୱରୂପ କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରର ପତନ ହୋଇଥିଲା। ଏହାପରେ ଶିବରାଜ ସିଂ ପୁଣିଥରେ କ୍ଷମତାକୁ ଫେରିଛନ୍ତି।

୨୮ଟି ଆସନରେ ଅଧିକାଂଶ ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ରହିଛନ୍ତି। ଏହି ନିର୍ବାଚନରେ ​​ଅଧିକାଂଶ ଆସନ ଗ୍ୱାଲିଅର-ଚାମ୍ବଲ ସହିତ ଜଡ଼ିତ। ଯେଉଁଠିକି ମହାରାଜା ସିନ୍ଧିଆଙ୍କ ଗଡ଼।

Advertisment

ଜାଣନ୍ତୁ ବାଲେଶ୍ୱର ଉପ-ନିର୍ଵାଚନର ଟିକିନିଖି ଖବର

Bjp Odia News