ମୁମ୍ୱାଇରେ ଗୋଟିଏ ପରିବାରର ୧୪ ଜଣଙ୍କୁ ହତ୍ୟା

ମୁମ୍ୱାଇ: ଗୋଟିଏ ପରିବାରର ୧୪ ଜଣଙ୍କୁ ହତ୍ୟା କରି ନିଜେ  କଲେ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାନାରେ। ରବିବାର ସକାଳେ ଏହି ଘଟଣା ସାମନାକୁ ଆସିଛି। ହତ୍ୟାକାରୀ ନିଜେ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଝୁଲନ୍ତା ଅବସ୍ଥାରେ ଏକ ରକ୍ତ ଲଗା ଛୁରୀ ତା’ହାତରେ  ଦେଖିବାକୁ ମିଳିଛି। ଏହା ପୂର୍ବରୁ ସେ ନିଜ ପରିବାରର ୧୪ ଜଣଙ୍କୁ ହତ୍ୟା କରିଥିବା ପାରିପାର୍ଶ୍ୱକ ସ୍ଥିତିରୁ ଜଣାପଡ଼ିଛି। ସେଥିମଧ୍ୟରେ […]

thane

Rakesh Mallick
  • Published: Sunday, 28 February 2016
  • , Updated: 28 February 2016, 10:57 AM IST

ମୁମ୍ୱାଇ: ଗୋଟିଏ ପରିବାରର ୧୪ ଜଣଙ୍କୁ ହତ୍ୟା କରି ନିଜେ  କଲେ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାନାରେ। ରବିବାର ସକାଳେ ଏହି ଘଟଣା ସାମନାକୁ ଆସିଛି। ହତ୍ୟାକାରୀ ନିଜେ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଝୁଲନ୍ତା ଅବସ୍ଥାରେ ଏକ ରକ୍ତ ଲଗା ଛୁରୀ ତା’ହାତରେ  ଦେଖିବାକୁ ମିଳିଛି। ଏହା ପୂର୍ବରୁ ସେ ନିଜ ପରିବାରର ୧୪ ଜଣଙ୍କୁ ହତ୍ୟା କରିଥିବା ପାରିପାର୍ଶ୍ୱକ ସ୍ଥିତିରୁ ଜଣାପଡ଼ିଛି। ସେଥିମଧ୍ୟରେ ୭ ଜଣ ଶିଶୁ ଥିବାବେଳେ ୭ ଜଣ ବୟସ୍କ ବ୍ୟକ୍ତି ଅଛନ୍ତି। ପ୍ରାଥମିକ ତଦନ୍ତରୁ  ଜଣାପଡ଼ିଛି ଯେ ସେମାନଙ୍କୁ ପ୍ରଥମେ ବେହୋସ୍ କରାଯାଇ ତା’ପରେ ଗଳାକାଟି  ଜଣଙ୍କ ପରେ ଜଣଙ୍କୁ ହତ୍ୟା କରାଯାଇଛି। ତେବେ ଏଥିରେ ବଞ୍ଚିଯାଇଥିବା ଏହି ପରିବାରର ଜଣେ ମହିଳା ସଦସ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ସମ୍ପତ୍ତି ବିବାଦକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ୍ ସନ୍ଦେହ କରୁଛି।

Related story