Advertisment

ମୁଛଡ ପାନ ଦୋକାନୀ ଗିରଫ୍

ମୁମ୍ୱାଇ: ମହାରାଷ୍ଟ୍ରର ମୁମ୍ୱାଇରେ ଥିବା ପ୍ରଖ୍ୟାତ ପାନ ଦୋକାନୀ ମୁଛଡ ଗିରଫ୍ ହୋଇଛନ୍ତି। ଡ୍ରଗ୍ସ ମାମଲାରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୋମବାର ତାଙ୍କୁ ଜେରା କରିଥିଲା। କିଛି ଘଣ୍ଟା ଧରି ମୁଛଡ ଏନସିବି ଜେରାର ସାମ୍ନା କରିବା ପରେ ମଙ୍ଗଳବାର ଗିରଫ ହୋଇଛନ୍ତି। ନିକଟରେ ଡ୍ରଗ୍ସ ମାମଲାରେ ବ୍ରିଟେନର ଜଣେ ନାଗରିକ ଏବଂ ମୁମ୍ୱାଇ ବାନ୍ଦ୍ରାର ଦୁଇ ମହିଳା ମରିଜୁଆନା ଡ୍ରଗ୍ସ ରାକେଟରେ ଗିରଫ ହୋଇଥିଲେ। ଏନସିବି ଏହି ରାକେଟର ତଦନ୍ତ କରୁଥିବା ବେଳେ ମୁଛଡ […]

ଅଦ୍ୟତନ ହୋଇଛି
ମୁଛଡ ପାନ ଦୋକାନୀ ଗିରଫ୍

mucchud-pan-shop

Advertisment

ମୁମ୍ୱାଇ: ମହାରାଷ୍ଟ୍ରର ମୁମ୍ୱାଇରେ ଥିବା ପ୍ରଖ୍ୟାତ ପାନ ଦୋକାନୀ ମୁଛଡ ଗିରଫ୍ ହୋଇଛନ୍ତି। ଡ୍ରଗ୍ସ ମାମଲାରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୋମବାର ତାଙ୍କୁ ଜେରା କରିଥିଲା। କିଛି ଘଣ୍ଟା ଧରି ମୁଛଡ ଏନସିବି ଜେରାର ସାମ୍ନା କରିବା ପରେ ମଙ୍ଗଳବାର ଗିରଫ ହୋଇଛନ୍ତି।

Advertisment

ନିକଟରେ ଡ୍ରଗ୍ସ ମାମଲାରେ ବ୍ରିଟେନର ଜଣେ ନାଗରିକ ଏବଂ ମୁମ୍ୱାଇ ବାନ୍ଦ୍ରାର ଦୁଇ ମହିଳା ମରିଜୁଆନା ଡ୍ରଗ୍ସ ରାକେଟରେ ଗିରଫ ହୋଇଥିଲେ। ଏନସିବି ଏହି ରାକେଟର ତଦନ୍ତ କରୁଥିବା ବେଳେ ମୁଛଡ ପାନ ଦୋକାନୀର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା।

ମୁମ୍ୱାଇରେ ମୁଛଡ ପାନ ଦୋକାନ ବହୁତ ଲୋକପ୍ରିୟ। ସମସ୍ତେ ପାନ ଖାଇବା ପାଇଁ ଏହି ଦୋକାନକୁ ପସନ୍ଦ କରନ୍ତି। କେମ୍ପସ କର୍ଣ୍ଣରରେ ଥିବା ଏହି ପାନ ଦୋକାନକୁ ରାମ କୁମାର ତିଓ୍ୱାରୀ ଏବଂ ଜୟଶଙ୍କର ତିଓ୍ୱାରୀ ଚଳାନ୍ତି। ତାଙ୍କ ବାପାଙ୍କ ନାମରେ ଏହି ପାନ ଦୋକାନ ହୋଇଛି। ଉଭୟଙ୍କୁ ସୋମବାର ଏନସିବି ଜେରା କରିଥିଲା। ହେଲେ ଡ୍ରଗ୍ସ ଲିଙ୍କରେ ରାମ କୁମାରଙ୍କୁ ଗିରଫ୍ କରିଛି। ଜୟଶଙ୍କର ତିଓ୍ୱାରୀ ମୁଛଡ ପାନ ଦୋକାନୀ ଭାବରେ ପରିଚିତ।

Advertisment

ପାନ ବ୍ୟବସାୟ କରି ଏହି ଦୁଇ ଭାଇ ମିଲିନିଅର ହୋଇଛନ୍ତି। ଦକ୍ଷିଣ ମୁମ୍ୱାଇରେ ଏହି ଦୁଇ ଭାଇଙ୍କ ପାନ ବ୍ୟବସାୟ ବହୁତ ଲୋକପ୍ରିୟ। ଦୁଇ ଭାଇ ପ୍ରତ୍ୟେକ ଛଅ ମାସ ଲେଖାଏଁ ଦୋକାନରେ ବସନ୍ତି।

ଅଧିକ ପଢ଼ନ୍ତୁ : ଅଭିନେତା ବିବେକ ଓବରଏଙ୍କ ଶଳା ଗିରଫ

NCB Drugs Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe