ମୁମ୍ୱାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ଓ୍ୱାଇଫ୍ ସ୍ୱାପିଂ ଅଭିଯୋଗ। ଜଣେ ୪୬ ବର୍ଷୀୟ ବ୍ୟବସାୟୀ ନିଜ ୩୯ ବର୍ଷୀୟ ସ୍ତ୍ରୀକୁ ନିଜ ତିନି ସାଙ୍ଗଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ଗିରଫ ହୋଇଛି। ବୁଧବାର ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓ୍ୱାଇଫ ସ୍ୱାପିଂ ଅଭିଯୋଗରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ। ୨୦୧୭ରୁ ନିଜର ତିନି ସାଙ୍ଗଙ୍କୁ ନିଜ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ପାଇଁ ଏହି ବ୍ୟବସାୟୀ ବାଧ୍ୟ କରିଥିଲା। ଖାଲି ଏତିକି ନୁହେଁ ନିଜ ସ୍ତ୍ରୀ ସହ ପର ପୁରୁଷର ଶାରୀରିକ ସମ୍ପର୍କର ଭିଡିଓ ମଧ୍ୟ ସୁଟିଂ କରିଥିଲା ଏହି ଯୌନରାକ୍ଷସ ସ୍ୱାମୀ। ଏହି ୪୬ ବର୍ଷୀୟ ବ୍ୟବସାୟୀକୁ ଡିସେମ୍ୱର ୨୩ ଯାଏ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।
୨୦୦୩ରେ ଏହି ଦମ୍ପତ୍ତି ବିବାହ କରିଥିଲେ। ତାଙ୍କର ଦୁଇ ସନ୍ତାନ ମଧ୍ୟ ରହିଛନ୍ତି। ମହିଳା ଜଣଙ୍କ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ସହ ଦୁଷ୍କର୍ମ କରିଥିବା ତିନି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ନିଜ ସ୍ୱାମୀଙ୍କ ସହ ତିନି ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଏତଲା ଗ୍ରହଣ କରି ମାମଲା ରୁଜୁ କରିଛି।
ମହିଳା ଜଣଙ୍କ କହିଛନ୍ତି, ଚଳିତ ବର୍ଷ ଆରମ୍ଭରେ ନିଜ ଶ୍ୱଶୁରଙ୍କୁ ଏହି ଘଟଣା ବାବଦରେ କହିଥିଲେ। ହେଲେ ଶ୍ୱଶୁର ମଧ୍ୟ ସ୍ୱାମୀର କଥାକୁ ମାନିବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣା ଆଉ କାହାକୁ କହିଲେ ହତ୍ୟା କରିଦେବ ବୋଲି ତାଙ୍କ ତାଙ୍କ ସ୍ୱାମୀ ଧମକ ଦେଇଥିଲା। ଏହାପରେ ସେ ଶାରୀରିକ ଭାବରେ ଦୁର୍ବଳ ହେବା ପରେ ଅଗଷ୍ଟରେ ତାଙ୍କ ବାପ ଘରକୁ ଚାଲିଯାଇଥିଲେ। ଏହାପରେ ସେ ଥାନାରେ ଏତଲା ଦେଇଥିଲେ।
ପ୍ରଥମେ ସେ ଜୁନ ୧୫, ୨୦୧୭ରେ ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି କହିଛନ୍ତି। ଏହି ଦିନ ସ୍ୱାମୀ ତାଙ୍କର ଜଣେ ସାଙ୍ଗକୁ ଡିନର ପାଇଁ ଆମନ୍ତ୍ରଣ କରିଥିଲେ। ଡିନର ପରେ ତିନି ଜଣ ମିଶି ଏକ କାରରେ ବୁଲିବାକୁ ଯାଇଥିଲେ। କାର ଆଗ ସିଟରେ ସ୍ୱାମୀ ଜଣଙ୍କ ତାଙ୍କୁ ବସିବା ପାଇଁ ବାଧ୍ୟ କରିଥିଲେ। ଡ୍ରାଇଭର ସିଟରେ ତାଙ୍କର ସାଙ୍ଗ ବସିଥିଲା। କାରରେ ଯିବା ବେଳେ ତାଙ୍କ ଶରୀରକୁ ଅନେକ ଥର ସ୍ୱାମୀଙ୍କ ସାଙ୍ଗ ଛୁଇଁଥିଲେ। ଏ ନେଇ ସେ ପ୍ରତିବାଦ କରିବା ପରେ କାର ପଛ ସିଟରେ ବସିଥିବା ସ୍ୱାମୀ ଜଣଙ୍କ 'କିଛି ନୁହେଁ' ବୋଲି କହିଥିଲେ। ଏହାପରେ ଏକ ହୋଟେଲରେ ସେମାନେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସ୍ୱାମୀର ସାଙ୍ଗ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲେ। ଆଗକୁ ଏମତି ଭୁଲ ହେବନି ବୋଲି ତାଙ୍କ ସ୍ୱାମୀ କହିଥିଲେ।
ଏହାପରେ ଅକ୍ଟୋବର ୨୦୧୭ ରାତିରେ ଏକ ଫ୍ଲାଟକୁ ତାଙ୍କୁ ତାଙ୍କ ସ୍ୱାମୀ ନେଇ ଯାଇଥିଲେ। ସେହି ଫ୍ଲାଟରେ ପୂର୍ବରୁ ଅନ୍ୟ ଜଣେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ଥିଲେ। ଏହାପରେ ତାଙ୍କ ସ୍ୱାମୀ ସେହି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ପୀଡ଼ିତାଙ୍କ ସହ ତାଙ୍କ ସ୍ୱାମୀର ସାଙ୍ଗ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲା। ଏହି ଘଟଣାର ଦୁଇ ଦିନ ପରେ ସ୍ୱାମୀ ଜଣଙ୍କ ଅନ୍ୟ ଏକ ସାଙ୍ଗକୁ ଧରି ତାଙ୍କ ଘରକୁ ଆସିଥିଲେ। ଏହି ସମୟରେ ତାଙ୍କ ଶ୍ୱଶୁର ଓ ଛୁଆ ବାହାରକୁ ଯାଇଥିଲେ। ସ୍ୱାମୀଙ୍କ ସ୍ୱାମ୍ନାରେ ତାଙ୍କ ସାଙ୍ଗ ଦୁଷ୍କର୍ମ କରିଥିଲା। ହେଲେ ତାଙ୍କ ସ୍ୱାମୀ ମୋବାଇଲରେ ଭିଡିଓ ସୁଟିଂ କରୁଥିଲେ ବୋଲି ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି।
ପୁଲିସ ଏହି ଘଟଣାର ତଦନ୍ତ କରୁଛି। ତାଙ୍କ ସ୍ୱାମୀ ଓ ତିନି ସାଙ୍ଗଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।