Advertisment

ରିପବ୍ଲିକ୍ ଟିଭିର ଆଉ ଜଣେ ବଡ଼ ଅଧିକାରୀ ଗିରଫ୍

ମୁମ୍ୱାଇ: ରିପବ୍ଲିକ୍ ଟିଭି ଏବଂ ମୁମ୍ୱାଇ ପୁଲିସ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ୨୦୧୮ ମସିହା ଅନଭୟ ନାୟକ ଆତ୍ମହତ୍ୟା ମାମଲାରେ ଜେଲରେ ଥିବା ବେଳେ ଆଜି ସକାଳେ କମ୍ପାନୀର ଆଉ ଜଣେ ବଡ଼ ଅଧିକାରୀଙ୍କୁ ପୁଲିସ ଉଠାଇ ନେଇ ଗିରଫ୍ କରିଛି। ଟିଆରପି ମାମଲାରେ ରିପବ୍ଲିକ୍ ଟିଭିର ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୁଲିସ୍ ଗିରଫ କରିଛି। ପୁଲିସ ଏବେ ତାଙ୍କୁ କୋର୍ଟରେ ହାଜର କରିଛି। ତେବେ କୋର୍ଟରେ ହାଜର […]

ଅଦ୍ୟତନ ହୋଇଛି
ରିପବ୍ଲିକ୍ ଟିଭିର ଆଉ ଜଣେ ବଡ଼ ଅଧିକାରୀ ଗିରଫ୍

Mumbai_Police

Advertisment

ମୁମ୍ୱାଇ: ରିପବ୍ଲିକ୍ ଟିଭି ଏବଂ ମୁମ୍ୱାଇ ପୁଲିସ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ୨୦୧୮ ମସିହା ଅନଭୟ ନାୟକ ଆତ୍ମହତ୍ୟା ମାମଲାରେ ଜେଲରେ ଥିବା ବେଳେ ଆଜି ସକାଳେ କମ୍ପାନୀର ଆଉ ଜଣେ ବଡ଼ ଅଧିକାରୀଙ୍କୁ ପୁଲିସ ଉଠାଇ ନେଇ ଗିରଫ୍ କରିଛି। ଟିଆରପି ମାମଲାରେ ରିପବ୍ଲିକ୍ ଟିଭିର ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୁଲିସ୍ ଗିରଫ କରିଛି। ପୁଲିସ ଏବେ ତାଙ୍କୁ କୋର୍ଟରେ ହାଜର କରିଛି। ତେବେ କୋର୍ଟରେ ହାଜର କରିବା ବେଳେ ଘନଶ୍ୟାମଙ୍କ ମୁଣ୍ଡକୁ କଳା କପଡାରେ ଘୋଡ଼ାଇଛି ପୁଲିସ। ଯାହାକୁ ନେଇ ଆପତ୍ତି ଉଠାଇଛି ସଂପୃକ୍ତ ଚ୍ୟାନେଲ। ସାଧାରଣତଃ ଆତଙ୍କବାଦୀଙ୍କ କ୍ଷେତ୍ରରେ ଏଭଳି କଳା କପଡା ଲଗାଯାଏ।

Advertisment

https://twitter.com/republic/status/1326061067902935045

ସବୁଠୁ ବଡ଼ କଥା ହେଲା ମୁମ୍ୱାଇ ପୁଲିସ କମିଶନର ଅକ୍ଟୋବର ୮ରେ ପ୍ରେସ କନଫରେନସ କରିଥିଲା। ଆଜି ପ୍ରଥମ ଥର ପାଇଁ ଏହି ମାମଲାରେ ରିପବ୍ଲିକ ଟିଭିର ଜଣଙ୍କୁ ଗିରଫ କରିଛି।

ସୁଶାନ୍ତ ସିଂ ରାଜପୁତ, ଦିଶା ମୃତ୍ୟୁ, କଙ୍ଗନାଙ୍କ ଅଫିସ ଭାଙ୍ଗିବା ମାମଲା ଓ ପାଲଘରରେ ସାଧୁଙ୍କୁ ହତ୍ୟା ମମଲାରେ ରିପବ୍ଲିକ ଟିଭି ମୁମ୍ୱାଇ ପୁଲିସକୁ ଟାର୍ଗେଟ୍ କରିଥିଲା। ଏହାର ପରିଣାମ ସ୍ୱରୂପ ମୁମ୍ୱାଇ ପୁଲିସ ମିଛି ମାମଲା ଲଦି ରିପବ୍ଲିକ ଟିଭିକୁ ହଇରାଣ କରିବାକୁ ଚେଷ୍ଟା କରୁଛି ବୋଲି ରିପବ୍ଲିକ୍ ଟିଭି କହିଛି। ହଂସା ରିପୋର୍ଟରେ ଇଣ୍ଡିଆ ଟୁଡେ ନାଁ ରହିଛି। ହେଲେ ପୁଲିସ ସେମାନଙ୍କୁ ପଚରାଉଚରା ନକରି ବାରମ୍ୱାର ରିପବ୍ଲିକ ଟିଭିକୁ ଟାର୍ଗେଟ୍ କରୁଛି ବୋଲି ସଂପୃକ୍ତ ଚ୍ୟାନେଲ ବିବୃତ୍ତି ଜାରି କରି କହିଛି।

Advertisment

ଆଗକୁ ପଢ଼ନ୍ତୁ : ଜେଲ୍ ଯିବେ ଟ୍ରମ୍ପ!

Arnab Goswami Republic Tv
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe