ପୂଜାରୀଙ୍କୁ ହତ୍ୟା: ଅନ୍ତିମ ସଂସ୍କାର ନେଇ ତେଜିଲା ବିବାଦ ଧାରଣାରେ ମୃତକଙ୍କ ପରିବାର

ଜୟପୁର: ଗତବର୍ଷ ଏପ୍ରିଲରେ ମହାରାଷ୍ଟ୍ର ସରକାର ପାଲଘରରେ ସାଧୁଙ୍କୁ ହତ୍ୟା ନେଇ ନିରବ ରହିଥିଲା। ଏବେ ରାଜସ୍ଥାନ ସରକାର ପୂଜାରୀଙ୍କୁ ପୋଡ଼ି ହତ୍ୟା କରିବା ଅଭିଯୋଗରେ ମଧ୍ୟ ନିରବତା ଅବଲମ୍ୱନ କରିଛି। ଏହାକୁ ନେଇ ବର୍ଷିଛି ବିଜେପି। ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଦନ ସିଂହ ରାଠୋର ଗେହଲଟ ସରକାର ବିରୋଧରେ ବର୍ଷିଛନ୍ତି। ମୃତ ପୂଜାରୀ ବାବୁଲାଲ ବୈଷ୍ନବଙ୍କ ଅନ୍ତିମ ସଂସ୍କାର କରିବାକୁୁ ନେଇ ତେଜିଛି ବିବାଦ। ମୃତ ପୂଜାରୀଙ୍କ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି। […]

PUJARI rajasthan

PUJARI rajasthan

Subhransu Sekhar
  • Published: Saturday, 10 October 2020
  • Updated: 10 October 2020, 02:27 PM IST

ଜୟପୁର: ଗତବର୍ଷ ଏପ୍ରିଲରେ ମହାରାଷ୍ଟ୍ର ସରକାର ପାଲଘରରେ ସାଧୁଙ୍କୁ ହତ୍ୟା ନେଇ ନିରବ ରହିଥିଲା। ଏବେ ରାଜସ୍ଥାନ ସରକାର ପୂଜାରୀଙ୍କୁ ପୋଡ଼ି ହତ୍ୟା କରିବା ଅଭିଯୋଗରେ ମଧ୍ୟ ନିରବତା ଅବଲମ୍ୱନ କରିଛି। ଏହାକୁ ନେଇ ବର୍ଷିଛି ବିଜେପି। ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଦନ ସିଂହ ରାଠୋର ଗେହଲଟ ସରକାର ବିରୋଧରେ ବର୍ଷିଛନ୍ତି।

ମୃତ ପୂଜାରୀ ବାବୁଲାଲ ବୈଷ୍ନବଙ୍କ ଅନ୍ତିମ ସଂସ୍କାର କରିବାକୁୁ ନେଇ ତେଜିଛି ବିବାଦ। ମୃତ ପୂଜାରୀଙ୍କ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଜମି ଏବଂ ସରକାରୀ ଚାକିରି ଦାବି କରିଛନ୍ତି। ପ୍ରଶାସନର ନିରବତାକୁ ନେଇ ମୃତକଙ୍କ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ହାଥରସ ପରେ କେବେ ପୂଜାରୀଙ୍କ ପରିବାରକୁ ଭେଟିବେ ସେ ନେଇ ବିଜେପି ପଚାରିଛି।

ନିକଟରେ ୟୁପି ହାଥରସ ଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ମଧ୍ୟ ରାତି ଅଧିଆ ସରକାର କରି ଦେଇଥିଲେ। ପରିବାର ଲୋକଙ୍କୁ ସଂସ୍କାର ପାଇଁ ଦିଆଯାଇନଥିଲା। ଯାହାକି ମାନବ ଅଧିକାରକୁ କ୍ଷୁର୍ଣ୍ଣ କରିଥିଲା ବୋଲି କଂଗ୍ରେସ କହିଥିଲା। ଏହାକୁ ନେଇ ଯୋଗୀ ସରକାର ଅଡୁଆରେ। ହେଲେ ଏବେ ସେହି କଂଗ୍ରେସ ସରକାରର ରାଜସ୍ଥାନରେ ରହିଛି। ପୂଜାରୀଙ୍କୁ ନ୍ୟାୟ ଦାବି କରି ବିଜେପି ଏବେ କଂଗ୍ରେସର ନୀତି, ନୈତିକତାକୁ ନେଇ ପ୍ରଶ୍ନ ଉଠାଇଛି।

୫୦ ବର୍ଷୀୟ ବାବୁଲାଲଙ୍କ ଶରୀରରେ କିରାସିନି ଏବଂ ପେଟ୍ରୋଲ ଢାଳି ପୋଡ଼ି ଦେବାରୁ ମୃତ୍ୟୁ ଘଟିଛି। ଜମି ମାଫିଆ ମାନେ ଏଭଳି କରିଥିବା ଅଭିଯୋଗ ହୋଇଛି। ରାଜସ୍ଥାନର କରଉଲି ଜିଲ୍ଲାର ସପୋତରା ଅଞ୍ଚଳରେ ଏଭଳି ଅମାନବୀୟ କାଣ୍ଡ ଘଟିଛି। ଏହାକୁ ନେଇ ବ୍ୟାକଫୁଟରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର।

ମନ୍ଦିର ଜମିକୁ ଜମି ମାଫିଆ ନିଜ ଅଧୀନକୁ ନେବା ପାଇଁ ପ୍ରୟାସ କରୁଥିଲେ। ହେଲେ ପୂଜକ ଜଣଙ୍କ ଏହାକୁ ବିରୋଧ କରୁଥିଲେ। ପରେ ରାଗ ରଖି ଛଅ ଜମି ମାଫିଆ ପୂଜାରୀଙ୍କ ଶରୀରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୂଜାରୀଙ୍କ ଶରୀରର ପାଖାପାଖି ୫୦ ପ୍ରତିଶତ ପୋଡି ଯାଇଥିଲା ବୋଲି ଜଣାପଡ଼ିଛି।

ପୁଲିସ ଏବେ ଜଣେ ଅଭିଯୁକ୍ତଙ୍କୁ ଗିରଫ୍ କରିଛି। ମୃତକଙ୍କ ପରିବାର ଏବେ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି। ହେଲେ ଜିଲ୍ଲା ପ୍ରଶାସନ ତାଙ୍କ ପାଖକୁ ଏଯାବତ ଆସିନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲରେ ପାଲଘରରେ ସାଧୁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମହାରାଷ୍ଟ୍ର ସରକାର ନିରବ ରହିଥିଲେ। ଏମିତିକି ସାଧୁଙ୍କୁ ପିଟିବା ବେଳେ ଉପସ୍ଥିତ ଥିବା ସମସ୍ତ ପୁଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିଥିଲେ ସରକାର। ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପିର ମିଳିତ ସରକାର ରହିଛି। କଂଗ୍ରେସ ସରକାର ସାଧୁଙ୍କ ପ୍ରତି ନିରବ ରହୁଥିବା ବିଜେପି ଅଭିଯୋଗ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos