ମୁଜାଫରନଗର ଶେଲଟର ହୋମ୍ ମାମଲା, ୧୯ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବିହାର ମୁଜାଫରନଗର ଶେଲଟର ହୋମ୍ ମାମଲାରେ ଦିଲ୍ଲୀର ସାକେତ କୋର୍ଟ ୧୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶେଲଟର ହୋମରେ ରହୁଥିବା ଝିଅଙ୍କୁ ଏହି ୧୯ ଦୋଷୀ ଯୌନ ନିର୍ଯାତନା ଦେଇଥିବା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ କିନ୍ତୁ କୋର୍ଟ ଜଣଙ୍କୁ ଛାଡ଼ି ଦେଇଛନ୍ତି। ମୋଟ୍ ୨୦ ଜଣ ଏହି ମାମଲାରେ ଅଭିଯୁକ୍ତ ଥିଲେ। ଯେଉଁଥିରେ ୧୨ ଜଣ ପୁରୁଷ ରହିଥିବାବେଳେ ୮ ଜଣ ମହିଳା ଥିଲେ। Muzaffarpur shelter home […]

brajesh-thakur

Subhransu Sekhar
  • Published: Monday, 20 January 2020
  • , Updated: 20 January 2020, 04:09 PM IST

ନୂଆଦିଲ୍ଲୀ: ବିହାର ମୁଜାଫରନଗର ଶେଲଟର ହୋମ୍ ମାମଲାରେ ଦିଲ୍ଲୀର ସାକେତ କୋର୍ଟ ୧୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶେଲଟର ହୋମରେ ରହୁଥିବା ଝିଅଙ୍କୁ ଏହି ୧୯ ଦୋଷୀ ଯୌନ ନିର୍ଯାତନା ଦେଇଥିବା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ କିନ୍ତୁ କୋର୍ଟ ଜଣଙ୍କୁ ଛାଡ଼ି ଦେଇଛନ୍ତି। ମୋଟ୍ ୨୦ ଜଣ ଏହି ମାମଲାରେ ଅଭିଯୁକ୍ତ ଥିଲେ। ଯେଉଁଥିରେ ୧୨ ଜଣ ପୁରୁଷ ରହିଥିବାବେଳେ ୮ ଜଣ ମହିଳା ଥିଲେ।

କୋର୍ଟ ଶୁଣାଣି କରୁଥିବା ବେଳେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି କହିଛି, ସେ କୌଣସି ଝିଅ ସହିତ ଶାରୀରିକ ସମ୍ପର୍କ କିମ୍ୱା ଅସଦାଚରଣ କରିନାହିଁ। ଏମିତିକି ଆତ୍ମହତ୍ୟା କରିବ ବୋଲି ଧମକ ଦେଇଛି।

ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ଏହି ଶେଲଟର ହୋମ ଚଳାଉଥିଲା। ଯୌନ ନିର୍ଯାତନାର ଶିକାର ହୋଇଥିବା ଯୁବତୀ ନାବାଳିକା ଥିବାରୁ ବ୍ରଜେଶ ଠାକୁର ବିରୋଧରେ ପକ୍ସୋ ଆକ୍ଟ ମଧ୍ୟ ଲାଗୁ ହୋଇଛି। ବ୍ରଜେଶ ଠାକୁର ହେଉଛି ବିହାରର ପୂର୍ବତନ ବିଧାୟକ। ବିହାର ପିପୁଲସ ପାର୍ଟି (ବିପିପି)ର ମଧ୍ୟ ନେତା।

Related story