ଜୁନରେ ନଡ୍ଡା ଘୋଷଣା କରିବେ ନୂଆ ଟିମ୍!

ନୂଆଦିଲ୍ଲୀ: ଚାରି ମାସ ହେବ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସାଂସଦ ଜେ.ପି. ନଡ୍ଡା। ହେଲେ ଏଯାଏ ତାଙ୍କର ଟିମ୍ ଘୋଷଣା କରି ନାହାନ୍ତି। ଜୁନ ପ୍ରଥମ ସପ୍ତାହରେ ନଡ୍ଡା ତାଙ୍କ ଟିମ୍ ଘୋଷଣା କରିପାରନ୍ତି। ଚଳିତ ମାସ ଶେଷ ବେଳକୁ ଟିମ୍ ଗଠନ ନେଇ ନଡ୍ଡା ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଅନ୍ୟ ପକ୍ଷରେ ଜଣେ ବିଜେପି ସାଂସଦ କହିଛନ୍ତି, ନଡ୍ଡା ଶତପ୍ରତିଶତ ଚଳିତ ମାସ ଶେଷ ସୁଦ୍ଧା ନହେଲେ […]

J P NADDA

J P NADDA

Subhransu Sekhar
  • Published: Thursday, 21 May 2020
  • Updated: 21 May 2020, 07:40 PM IST

Sports

Latest News

ନୂଆଦିଲ୍ଲୀ: ଚାରି ମାସ ହେବ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସାଂସଦ ଜେ.ପି. ନଡ୍ଡା। ହେଲେ ଏଯାଏ ତାଙ୍କର ଟିମ୍ ଘୋଷଣା କରି ନାହାନ୍ତି। ଜୁନ ପ୍ରଥମ ସପ୍ତାହରେ ନଡ୍ଡା ତାଙ୍କ ଟିମ୍ ଘୋଷଣା କରିପାରନ୍ତି। ଚଳିତ ମାସ ଶେଷ ବେଳକୁ ଟିମ୍ ଗଠନ ନେଇ ନଡ୍ଡା ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

ଅନ୍ୟ ପକ୍ଷରେ ଜଣେ ବିଜେପି ସାଂସଦ କହିଛନ୍ତି, ନଡ୍ଡା ଶତପ୍ରତିଶତ ଚଳିତ ମାସ ଶେଷ ସୁଦ୍ଧା ନହେଲେ ଜୁନ ପ୍ରଥମ ସପ୍ତାହରେ ତାଙ୍କ ଟିମ୍ ଘୋଷଣା କରିବେ।

ତେବେ ତାଙ୍କ ଟିମରେ କିଏ ରହିବେ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ନୂଆ ନେତାଙ୍କୁ ନେଇ ନଡ୍ଡା ଟିମ୍ ଘୋଷଣା କରିବେ ବୋଲି ଜଣାପଡ଼ିଛି। ଦଳର ସମସ୍ତ ବର୍ଗର ନେତା, ରାଜ୍ୟର ଚେହେରା ଦେଖି ନଡ୍ଡା ତାଙ୍କ ଟିମ୍ ଗଠନ କରିବେ ବୋଲି ଜଣାପଡ଼ିଛି।

ନିକଟରେ ସମସ୍ତ ରାଜ୍ୟର ଦଳୀୟ ସଭାପତିଙ୍କୁ ଚିଠି ଲେଖି ଏକ ସର୍କୁଲାର ଜାରି କରିଛନ୍ତି ନଡ୍ଡା। ଏହି ସର୍କୁଲାର ଜରିଆରେ ଦଳର ଯୁବକ ଏବଂ ମହିଳାଙ୍କୁ ଚିହ୍ନଟ କରି ତାଲିକା ପଠାଇବାକୁ ଗୁରୁତ୍ୱାରୋପ କରାଯାଇଛି।

ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ନଡ୍ଡାଙ୍କ ଟିମରେ ଉଭୟ ପୁରୁଣା ଏବଂ ନୂଆ ଚେହେରା ରହିବେ। ଯେଉଁଥିରେ ନିର୍ବାଚନ ଦାୟିତ୍ୱରେ ଥିବା ବିହାରର ନେତା ଭୂପେନ୍ଦ୍ର ସିଂହ ଯାଦବ, ମଧ୍ୟପ୍ରଦେଶର କୈଳାଶ ବିଜୟଭର୍ଗିଆ ରହିପାରନ୍ତି। ବିଜୟ ଭର୍ଗିଆ ଏବେ ପଶ୍ଚିମବଙ୍ଗ ଦାୟିତ୍ୱରେ ରହିଛନ୍ତି।

ସେହିପରି ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ନେତାଙ୍କୁ ନିଜ ଟିମରେ ସାମିଲ୍ କରିବାକୁ ଚାହୁଁଥିବା ଜଣାପଡ଼ିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶରେ ବିଜେପିର ସରକାର ରହିଛି ଅନ୍ୟ ସବୁଠି ବିରୋଧୀ ଦଳରେ ରହିଛି। ହେଲେ କିଛି ବର୍ଷ ପୂର୍ବେ ବିଜେପି କ୍ଷମତାରେ ଥିଲା। ଓଡ଼ିଶାରେ ମଧ୍ୟ ବିଜେପି ବିରୋଧୀ ଦଳରେ ଅଛି। ଏଠାରୁ ମଧ୍ୟ କେତେକ ଟାଣୁଆ ନେତାଙ୍କୁ ନଡ୍ଡା ତାଙ୍କ ଟିମ୍‌ରେ ସ୍ଥାନ ଦେଇ ପାରନ୍ତି ବୋଲି ଆଶା କରାଯାଉଛି।

ସେହିପରି ଅରୁଣ ଜେଟଲୀ, ସୁଷମା ସ୍ୱରାଜ, ଅନନ୍ତ କୁମାର ଆଦି ବରିଷ୍ଠ ନେତାଙ୍କ ଦେହାନ୍ତ ପରେ ବିଜେପି ସଂସଦୀୟ ବୋର୍ଡ଼ରେ ଅନେକ ପଦବୀ ଖାଲି ପଡ଼ିଛି। ଏବେ ଏହି ଆସନରେ ବିଜେପି କାହାକୁ ବସାଇବ ତାହା ସବୁଠୁ ବଡ଼ ଚିନ୍ତା।

ତେବେ ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ, ଏହି ବୋର୍ଡରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ନିର୍ମଳା ସୀତାରମଣ, ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଦଳ ସୁଯୋଗ ଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story