ଏନଡିଏର ଅର୍ଥ 'ନୋ ଡାଟା ଏଭେଲେବୁଲ': ଶଶୀ ଥରୁର

ନୂଆଦିଲ୍ଲୀ: ସଂସଦରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, କରୋନ ଯୋଦ୍ଧାଙ୍କ ତଥ୍ୟର ଉତ୍ତର ନଥିବା କହିଥିଲେ କେନ୍ଦ୍ର ସରକାର। ଏବେ ଏହାକୁ ନେଇ ବିରୋଧୀ କଂଗ୍ରେସ କଡ଼ା ସମାଲୋଚନା କରିଛି। ବିଜେପି ନେତୃତ୍ନାଧୀନ ‘ଏନଡିଏ’ ସରକାରର ଅର୍ଥ ‘ନୋ ଡାଟା ଏଭେଲେବୁଲ (ଏଭେଲେବୁଲ ଅର୍ଥ ଉପଲବ୍ଧ) ବୋଲି କାର୍ଟୁନ ଶେୟାର କରି କହିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଶଶି ଥରୁର ଟ୍ୱିଟରେ ଲେଖିଛନ୍ତି, ପ୍ରବାସୀ ଶ୍ରମିକଙ୍କ ଉପରେ ସରକାରଙ୍କ ପାଖରେ ତଥ୍ୟ ନାହିଁ, ଚାଷୀ ଆତ୍ମହତ୍ୟା ବିଷୟରେ […]

Shashi_Tharoor

Subhransu Sekhar
  • Published: Tuesday, 22 September 2020
  • , Updated: 22 September 2020, 10:00 PM IST

ନୂଆଦିଲ୍ଲୀ: ସଂସଦରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, କରୋନ ଯୋଦ୍ଧାଙ୍କ ତଥ୍ୟର ଉତ୍ତର ନଥିବା କହିଥିଲେ କେନ୍ଦ୍ର ସରକାର। ଏବେ ଏହାକୁ ନେଇ ବିରୋଧୀ କଂଗ୍ରେସ କଡ଼ା ସମାଲୋଚନା କରିଛି। ବିଜେପି ନେତୃତ୍ନାଧୀନ 'ଏନଡିଏ' ସରକାରର ଅର୍ଥ 'ନୋ ଡାଟା ଏଭେଲେବୁଲ (ଏଭେଲେବୁଲ ଅର୍ଥ ଉପଲବ୍ଧ) ବୋଲି କାର୍ଟୁନ ଶେୟାର କରି କହିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର।

ଶଶି ଥରୁର ଟ୍ୱିଟରେ ଲେଖିଛନ୍ତି, ପ୍ରବାସୀ ଶ୍ରମିକଙ୍କ ଉପରେ ସରକାରଙ୍କ ପାଖରେ ତଥ୍ୟ ନାହିଁ, ଚାଷୀ ଆତ୍ମହତ୍ୟା ବିଷୟରେ କୌଣସି ତଥ୍ୟ ନାହିଁ, କରୋନା ମୃତ୍ୟୁର ତଥ୍ୟ ଅସ୍ପଷ୍ଟ, ଜିଡିପିରେ ଅସ୍ପଷ୍ଟ ତଥ୍ୟ ରହିଛି ବୋଲି ସେ କହିଛନ୍ତି।

https://twitter.com/ShashiTharoor/status/1308268908370034689

ଗତ ସପ୍ତାହରେ ମୌସୁମୀ ଅଧିବେଶନ ଆରମ୍ଭରେ କେନ୍ଦ୍ର ସରକାର କହିଥିଲେ ଯେ ୨୫ ମାର୍ଚ୍ଚରୁ ଲାଗୁ ହୋଇଥିବା ୬୮ ଦିନିଆ ଦେଶବ୍ୟାପୀ ଲକଡାଉନ୍ ପ୍ରତିବନ୍ଧକ ମଧ୍ୟରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଉପରେ କୌଣସି ତଥ୍ୟ ଉପଲବ୍ଧ ନାହିଁ। ଲୋକସଭାରେ ଉଠାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଏହି ସୂଚନା ଦେଇଥିଲା। ଯେତେବେଳେ ଅଧିକାଂଶ ପ୍ରବାସୀ ଘରକୁ ଫେରିବାକୁ ଚାହିଁଥିଲେ ସେତେବେଳେ ସରକାର କେମିତି ଆବଶ୍ୟକ ତଥ୍ୟ ରଖିନଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ଯେହେତୁ କୌଣସି ତଥ୍ୟ ନାହିଁ ତେଣୁ ପ୍ରଭାବିତଙ୍କ ପରିବାରକୁ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠି ନାହିଁ ବୋଲି ଶ୍ରମ ମନ୍ତ୍ରୀ କହିଥିଲେ।

ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସେପ୍ଟେମ୍ବର 15ରେ ଟ୍ୱିଟ କରି ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ମୋଦି ସରକାରକୁ ଜଣା ନାହିଁ କେତେଜଣ ପ୍ରବାସୀ ଶ୍ରମିକ ଲକଡାଉନରେ ମୃତ୍ୟୁ ବରଣ କରିଛନ୍ତି? କେତେ ଜଣ ଚାକିରୀ ହରାଇଛନ୍ତି? ହେଲେ ଦେଶରେ ମୋଦି ସରକାର ଅଛି।

Related story