ତିନି ସେନାର ମୁଖ୍ୟ ତିନି ସାଙ୍ଗ

ନୂଆଦିଲ୍ଲୀ: କେବି, ଛୋଟୁ ଏବଂ ମନୋଜ ଏକା ସାଙ୍ଗରେ ୧୯୭୬ରେ ଜାତୀୟ ଡିଫେନ୍ସ ଏକାଡେମୀରେ ଭର୍ତ୍ତି ହୋଇଥିଲେ। ସେତେବେଳେ ସେମାନେ କେବେ ବି ଭାବି ନଥିବେ ଯେ ଦିନେ ସେମାନେ ଭାରତର ତିନି ସେନାର ମୁଖ୍ୟ ହେବେ। ଡିସେମ୍ୱର ୩୧ରେ କିନ୍ତୁ ଏହା ସତ ହେବାକୁ ଯାଉଛି। ସେତେବେଳେ ଏହି ତିନି ଜଣଙ୍କ ମଧ୍ୟରେ ଗୋଟିଏ ସମାନତା ଥିଲା ଯେ, ତିନି ଜଣଙ୍କର ବାପା ଭାରତୀୟ ବାୟୁସେନାରେ ଥିଲେ। ଆଜି ୪୪ ବର୍ଷ ପରେ ତିନି ଜଣ […]

chief NDA

Subhransu Sekhar
  • Published: Wednesday, 18 December 2019
  • , Updated: 18 December 2019, 08:24 PM IST

ନୂଆଦିଲ୍ଲୀ: କେବି, ଛୋଟୁ ଏବଂ ମନୋଜ ଏକା ସାଙ୍ଗରେ ୧୯୭୬ରେ ଜାତୀୟ ଡିଫେନ୍ସ ଏକାଡେମୀରେ ଭର୍ତ୍ତି ହୋଇଥିଲେ। ସେତେବେଳେ ସେମାନେ କେବେ ବି ଭାବି ନଥିବେ ଯେ ଦିନେ ସେମାନେ ଭାରତର ତିନି ସେନାର ମୁଖ୍ୟ ହେବେ। ଡିସେମ୍ୱର ୩୧ରେ କିନ୍ତୁ ଏହା ସତ ହେବାକୁ ଯାଉଛି। ସେତେବେଳେ ଏହି ତିନି ଜଣଙ୍କ ମଧ୍ୟରେ ଗୋଟିଏ ସମାନତା ଥିଲା ଯେ, ତିନି ଜଣଙ୍କର ବାପା ଭାରତୀୟ ବାୟୁସେନାରେ ଥିଲେ। ଆଜି ୪୪ ବର୍ଷ ପରେ ତିନି ଜଣ ସାଙ୍ଗ ନିଜ ନିଜ ବିଭାଗର ଶୀର୍ଷ ପଦବୀରେ ରହିଛନ୍ତି।

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ୩୧ ଡିସେମ୍ୱରରେ ଦେଶର ସ୍ଥଳ ସେନାର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତଙ୍କ ଉତ୍ତରାଧିକାରୀ ଭାବରେ ସେ ଯୋଗ ଦେବେ। ଏହି ସମୟରେ ନୌସେନାର ମୁଖ୍ୟ ଆଡମିରାଲ କରମବୀର ସିଂହ ଏବଂ ବାୟୁସେନା ମୁଖ୍ୟ ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆଙ୍କ ସହ ମିଶି କାମ କରିବେ ଲେଫ୍ଟନେଣ୍ଟ ମନୋଜ ମୁକୁନ୍ଦ।

ଆଡମିରଲ ସିଂହ ୩୧ ମେ’ରେ ଦେଶର ୨୪ଶ ନୌସେନା ମୁଖ୍ୟ ହୋଇଥିଲେ। ଭଦୌରିଆ ୩୦ ସେପ୍ଟେମ୍ୱରରେ ବାୟୁସେନାରେ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେହିପରି ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ଚଳିତ ମାସର ଶେଷ ଦିନରେ ୨୮ଶ ସ୍ଥଳ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ତିନି ଜଣ ଏନଡିଏର ୫୬ତମ ବ୍ୟାଚର ଛାତ୍ର ଥିଲେ। ଏନଡିଏରେ ତିନି ବର୍ଷ ପାଠପଢ଼ା ସାରିବା ପରେ ତିନି ଜଣ ନିଜ ନିଜ ବିଭାଗରେ ଯୋଗ ଦେଇଥିଲେ। ୧୯୮୦ରେ ଏହି ତିନି ଜଣ ନିଜ ନିଜ ବିଭାଗରେ ଯୋଗ ଦେଇଥିଲେ।

ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି, ଏହା ବହୁତ ଭଲ କଥା, ଏନଡିଏରେ ପାଠ ପଢ଼ୁଥିବା ତିନି ବନ୍ଧୁ ଆଜି ସେନାର ତିନି ବିଭାଗର ଶୀର୍ଷ ପଦବୀରେ ରହିବାକୁ ଯାଉଛନ୍ତି। ଦୁଇ ଜଣ ଶୀର୍ଷ ପଦବୀରେ ରହିଥିବା ବେଳେ ଆଉ ଜଣେ ବର୍ଷ ଶେଷରେ ଦାୟିତ୍ୱ ନେବେ। ତିନି ଜଣଙ୍କ ଜନ୍ମତିଥି, କ୍ୟାରିଅର, ମେରିଟ, ବରିଷ୍ଠତା ସମାନ ରହିଥିବାରୁ ଏଭଳି ଦୁର୍ଲଭ ସଂଯୋଗ ଦେଖିବାକୁ ମିଳିଛି। ଏହି ତିନି ଜଣଙ୍କ ମଧ୍ୟରୁ ଲେପ୍ଟନାଣ୍ଟ ଜେନେରାଲ ନରଓ୍ୱଣେ ଏବଂ ଆଡମିରଲ ସିଂହ ଏନଡିଏରେ ଯୋଗ ଦେବା ପୂର୍ବରୁ ଗୋଟିଏ ସ୍କୁଲରେ ଏକାଠି ପାଠ ପଢ଼ୁଥିଲେ।

Related story