Advertisment

ନୂଆଦିଲ୍ଲୀ ଆସୁଥିବା ବିମାନ ହଠାତ୍‌ ପାକିସ୍ତାନରେ କଲା ଲ୍ୟାଣ୍ଡ, ଆଉ ତା’ ପରେ

କରାଚି: ସାଉଦି ଆରବରୁ ଭାରତ ଆସୁଥିବା ଗୋଟିଏ ଯାତ୍ରୀବାହୀ ବିମାନ ହଠାତ୍ ପାକିସ୍ତାନରେ ଜରୁରୀ ଅବତରଣ କରିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବିମାନ ଉଡ଼ାଣ ବନ୍ଦ ଥିବା ବେଳେ ହଠାତ୍ ବିମାନଟି କରାଚିରେ ଲ୍ୟାଣ୍ଡ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଖବର ପ୍ରସାରିତ ହେବା ପରେ, ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ଭାରତ ଆସୁଥିବା ଗୋ ଏୟାର ବିମାନ ପୂରା ଘଟଣା ଉପରୁ ପରାଦ ହଟାଇଛି। ବିମାନଟି ଆଜି ରିୟାଦରୁ ଯାତ୍ରୀଙ୍କୁ ନେଇ […]

author-image
Hemant Lenka
ଅଦ୍ୟତନ ହୋଇଛି
ନୂଆଦିଲ୍ଲୀ ଆସୁଥିବା ବିମାନ ହଠାତ୍‌ ପାକିସ୍ତାନରେ କଲା ଲ୍ୟାଣ୍ଡ, ଆଉ ତା’ ପରେ

f

କରାଚି: ସାଉଦି ଆରବରୁ ଭାରତ ଆସୁଥିବା ଗୋଟିଏ ଯାତ୍ରୀବାହୀ ବିମାନ ହଠାତ୍ ପାକିସ୍ତାନରେ ଜରୁରୀ ଅବତରଣ କରିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବିମାନ ଉଡ଼ାଣ ବନ୍ଦ ଥିବା ବେଳେ ହଠାତ୍ ବିମାନଟି କରାଚିରେ ଲ୍ୟାଣ୍ଡ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଖବର ପ୍ରସାରିତ ହେବା ପରେ, ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

Advertisment

ତେବେ ଭାରତ ଆସୁଥିବା ଗୋ ଏୟାର ବିମାନ ପୂରା ଘଟଣା ଉପରୁ ପରାଦ ହଟାଇଛି। ବିମାନଟି ଆଜି ରିୟାଦରୁ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀ ବାହାରି ଥିଲା। କିନ୍ତୁ ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତି ଅଚେତ ହୋଇଯାଇଥିଲେ। ତେଣୁ ବିମାନଟି ଜରୁରୀ ଅବତରଣ କରିବାକୁ ଚାହିଁଥିଲା।

ବିମାନ ଉଡ଼ୁଥିବା ଅଞ୍ଚଳରେ କରାଚି ବିମାନ ଥିବାରୁ ବିମାନ ପାଇଲଟ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ବିମାନଟି ସେଠାରେ ଜରୁରୀ ଅବତରଣ କରିଥିଲେ। ତେବେ ଅଚେତ ହୋଇଥିବା ବ୍ୟକ୍ତି ଜଣଙ୍କୁ ବିମାନବନ୍ଦରରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ସେହିପରି ବିମାନଟି ମଧ୍ୟ କରାଚିରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଛି।

Advertisment
News In Odia