ବିଚ୍ଛିନ୍ନତାବାଦୀଙ୍କୁ ଦିଆଯାଉଥିବା ସୁବିଧା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ମାମଲା ରୁଜୁ

ନୂଆଦିଲ୍ଲୀ: କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ ମିଳୁଥିବା ସରକାରୀ ସୁବିଧା ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏମ୍‌ଏଲ୍‌ ଶର୍ମା ନାମକ ଜଣେ ଓକିଲ ଏହି ମାମଲା ରୁଜୁ କରିଛନ୍ତି। ଜଷ୍ଟିସ୍‌ ଅନୀଲ୍‌ ଆର୍‌ ଦେବ ଓ ଏଲ୍‌ ନାଗେଶ୍ୱର ରାଓଙ୍କ ବେଞ୍ଚ୍ ଏହି ମାମଲାର ଶୁଣାଣି କରିବାକୁ ଆବେଦନକାରୀ   ନିବେଦନ କରିଛନ୍ତି। ଏନେଇ ଜଷ୍ଟିସ୍‌ ଦେବ କହିଛନ୍ତି,“ ଆପଣଙ୍କ ଚିନ୍ତାଧାରା ସହ ଆମେ ସହମତ। କିନ୍ତୁ ଆପଣଙ୍କ ପାଇଁ ଆମେ ନିୟମ […]

kashmiri

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 02:46 PM IST

ନୂଆଦିଲ୍ଲୀ: କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ ମିଳୁଥିବା ସରକାରୀ ସୁବିଧା ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏମ୍‌ଏଲ୍‌ ଶର୍ମା ନାମକ ଜଣେ ଓକିଲ ଏହି ମାମଲା ରୁଜୁ କରିଛନ୍ତି।

ଜଷ୍ଟିସ୍‌ ଅନୀଲ୍‌ ଆର୍‌ ଦେବ ଓ ଏଲ୍‌ ନାଗେଶ୍ୱର ରାଓଙ୍କ ବେଞ୍ଚ୍ ଏହି ମାମଲାର ଶୁଣାଣି କରିବାକୁ ଆବେଦନକାରୀ   ନିବେଦନ କରିଛନ୍ତି।

ଏନେଇ ଜଷ୍ଟିସ୍‌ ଦେବ କହିଛନ୍ତି,“ ଆପଣଙ୍କ ଚିନ୍ତାଧାରା ସହ ଆମେ ସହମତ। କିନ୍ତୁ ଆପଣଙ୍କ ପାଇଁ ଆମେ ନିୟମ ପରିବର୍ତ୍ତନ କରିପାରିବୁ ନାହିଁ। ପ୍ରଥମେ ଆପଣ ଡାଏରୀ ନମ୍ୱର ଆଣନ୍ତୁ ପରେ ଆମେ ଶୁଣାଣି ତାରିଖ ଧାର୍ଯ୍ୟ କରିବୁ।”

କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କୁ ଦିଆଯାଇଥିବା ସମସ୍ତ ସୁବିଧା ସୁଯୋଗ ଫେରାଇ ଦେବା ଉପରେ ଗତ ବୁଧବାର  କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ହଂସରାଜ ଅହୀର କହିଥିଲେ,“ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କୁ ଗୋଟିଏ ଚଷମାରେ ଦେଖିବା ଜରୁରୀ। ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଆବଶ୍ୟକ।”

Related story