ସକିଲ୍ ଅହମଦ ଖାନ୍ ସଂସ୍କୃତରେ ନେଲେ ଶପଥ

ପାଟନା: ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ସକିଲ ଅହମଦ ଖାନ୍ ଗୃହରେ ଶପଥ ଗ୍ରହଣ କରିଛନ୍ତି। ଶପଥ ବେଳେ ସେ ସଂସ୍କୃତରେ ଶପଥ ପାଠ କରିଛନ୍ତି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଆଜି ବିଧାନସଭାରେ ଅନ୍ତରୀଣ ବାଚସ୍ପତି ଜିତନରାମ୍ ମାଞ୍ଝୀ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇଥିଲେ। ଏହି ସମୟରେ ସକିଲ ସଂସ୍କୃତରେ ଶପଥ ଗ୍ରହଣ କରିଥିଲେ। ଦୁଇଟି ପର୍ଯ୍ୟାୟରେ ୨୦୦ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ ଦିନ ୧୧ଟାରୁ ଅପରାହ୍ନ […]

Bihar Shakeel Ahmad Khan

Subhransu Sekhar
  • Published: Monday, 23 November 2020
  • , Updated: 23 November 2020, 08:46 PM IST

ପାଟନା: ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ସକିଲ ଅହମଦ ଖାନ୍ ଗୃହରେ ଶପଥ ଗ୍ରହଣ କରିଛନ୍ତି। ଶପଥ ବେଳେ ସେ ସଂସ୍କୃତରେ ଶପଥ ପାଠ କରିଛନ୍ତି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଆଜି ବିଧାନସଭାରେ ଅନ୍ତରୀଣ ବାଚସ୍ପତି ଜିତନରାମ୍ ମାଞ୍ଝୀ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇଥିଲେ। ଏହି ସମୟରେ ସକିଲ ସଂସ୍କୃତରେ ଶପଥ ଗ୍ରହଣ କରିଥିଲେ। ଦୁଇଟି ପର୍ଯ୍ୟାୟରେ ୨୦୦ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ ଦିନ ୧୧ଟାରୁ ଅପରାହ୍ନ ୧ଟାଏ ଯାଏ, ଦ୍ୱିତୀୟରେ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ବିଧାୟକ ମାନେ ଶପଥ ନେଇଥିଲେ। ବାକି ବିଧାୟକ ଆସନ୍ତାକାଲି ଶପଥ ନେବେ ବୋଲି ଜଣାପଡ଼ିଛି। ଆଜି ଯେଉଁ ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରୁ ହିନ୍ଦୀ, ଉର୍ଦ୍ଦୁ ଏବଂ ମୈଥଳୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି।

Related story