ସୁଟକେସରେ ଛୁଆ ଶୋଇବା ଘଟଣା, ଦୁଇ ରାଜ୍ୟକୁ ଜବାବ ତଲବ କଲା ଏନଏଚଆରସି

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ତାଲାବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ ଏବେ ଚାଲିଚାଲି ନିଜ ଗାଁକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହାରି ଭିତରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମା’ ନିଜ ଭୋକିଲା ପୁଅକୁ ସୁଟକେସ ଉପରେ ଶୋଇଥିବା ବେଳେ ଟାଣିଟାଣି ନେଉଛି। ଏମିତି ଏକ  ହୃଦୟ ବିଦାରକ ଦୃଶ୍ୟ ଉତ୍ତରପ୍ରଦେଶ ଆଗ୍ରାରେ ଦେଖିବାକୁ ମିଳିଥିଲା। ଏବେ ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ପଞ୍ଜାବ ଏବଂ ଉତ୍ତର ପ୍ରଦେଶ […]

CHILD SLEEP SUITCASE VIRAL

Subhransu Sekhar
  • Published: Friday, 15 May 2020
  • , Updated: 15 May 2020, 11:09 PM IST

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ତାଲାବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ ଏବେ ଚାଲିଚାଲି ନିଜ ଗାଁକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହାରି ଭିତରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମା’ ନିଜ ଭୋକିଲା ପୁଅକୁ ସୁଟକେସ ଉପରେ ଶୋଇଥିବା ବେଳେ ଟାଣିଟାଣି ନେଉଛି। ଏମିତି ଏକ  ହୃଦୟ ବିଦାରକ ଦୃଶ୍ୟ ଉତ୍ତରପ୍ରଦେଶ ଆଗ୍ରାରେ ଦେଖିବାକୁ ମିଳିଥିଲା। ଏବେ ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ପଞ୍ଜାବ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ତଲବ କରିଛନ୍ତି। ମିଡିଆରେ ଏହି ହୃଦୟ ବିଦାରକ ଦୃଶ୍ୟ ପ୍ରସାରିତ ହେବା ପରେ ଏନଏଚଆରସି ଏହାକୁ ଗୁରୁତର ସହ ନେଇଛି।

ଏନଏଚଆରସି ପଞ୍ଜାବ ଏବଂ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ ଏ ନେଇ ରିପୋର୍ଟ ତଲବ କରିଛି। ଏଥିସହ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାପ୍ରଶାସନକୁ ମଧ୍ୟ ଜବାବ ତଲବ କରିଛି। ଏଭଳି ଘଟଣା ପାଇଁ ଯେଉଁମାନେ ଦାୟୀ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ପୀଡିତ ପରିବାରକୁ କି ପ୍ରକାର ସହାୟତା ପ୍ରଦାନ କରାଯାଇଛି ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସି କହିଛି।

ଭାଇରାଲ ହୋଇଥିବା ଏହି ଭିଡିଓରେ ମହିଳା ଜଣଙ୍କ ଆଗ୍ରାରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଲକଡାଉନ୍ ପାଇଁ ନିଜର ଆର୍ଥିକ ସମ୍ୱଳ ଶେଷ ହୋଇଯାଇଥିଲା। ପରେ ପାଦରେ ଚାଲିଚାଲି ପଞ୍ଜାବକୁ ଯାଉଥିଲେ ସଂପୃକ୍ତ ମହିଳା ଏବଂ ଅନ୍ୟ ପ୍ରବାସୀ। ପଞ୍ଜାବର ଝାନସୀ ହେଉଛି ସଂପୃକ୍ତ ମହିଳାଙ୍କ ଘର।

Related story