ଜାନୁଆରୀ ୨୨ରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ

ନୂଆଦିଲ୍ଲୀ: ଦେଶର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ନିର୍ଭୟା କାଣ୍ଡର ଦୋଷୀମାନଙ୍କୁ ଆସନ୍ତା ଜାନୁଆରୀ ୨୨ରେ ଫାଶୀ ଦିଆଯିବ। ଚଳିତ ମାସ ୨୨ ତାରିଖ ସକାଳ ୭ଟା ବେଳେ ଫାଶୀ କାର୍ଯ୍ୟକାରୀ ହେବ। ଦିଲ୍ଲୀର ଏକ କୋର୍ଟ ଏହି ଡେଥ୍‌ ୱାରେଣ୍ଟ ରାୟ ଦେଇଛନ୍ତି। ୨୦୧୨ ମସିହାରେ ସଂଘଟିତ ଏହି ଜଘନ୍ୟ କାଣ୍ଡରେ ଫାଶୀ ଦିଆଯିବାକୁ ଥିବା ୪ ଜଣ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସିଂହ ଠାକୁର, ମୁକେଶ, ପୱନ ଗୁପ୍ତା ଏବଂ ବିନୟ ଶର୍ମା। […]

Nirvaya

Subrat Kumar Nayak
  • Published: Tuesday, 07 January 2020
  • , Updated: 07 January 2020, 05:01 PM IST

ନୂଆଦିଲ୍ଲୀ: ଦେଶର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ନିର୍ଭୟା କାଣ୍ଡର ଦୋଷୀମାନଙ୍କୁ ଆସନ୍ତା ଜାନୁଆରୀ ୨୨ରେ ଫାଶୀ ଦିଆଯିବ। ଚଳିତ ମାସ ୨୨ ତାରିଖ ସକାଳ ୭ଟା ବେଳେ ଫାଶୀ କାର୍ଯ୍ୟକାରୀ ହେବ। ଦିଲ୍ଲୀର ଏକ କୋର୍ଟ ଏହି ଡେଥ୍‌ ୱାରେଣ୍ଟ ରାୟ ଦେଇଛନ୍ତି।

୨୦୧୨ ମସିହାରେ ସଂଘଟିତ ଏହି ଜଘନ୍ୟ କାଣ୍ଡରେ ଫାଶୀ ଦିଆଯିବାକୁ ଥିବା ୪ ଜଣ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସିଂହ ଠାକୁର, ମୁକେଶ, ପୱନ ଗୁପ୍ତା ଏବଂ ବିନୟ ଶର୍ମା। ସେମାନେ ଦିଲ୍ଲୀରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ନାନା ପ୍ରକାର ଅତ୍ୟାଚାର କରି ହତ୍ୟା କରିଥିଲେ।

ଗତ ମାସରେ ହିଁ ସୁପ୍ରିମ୍‌କୋର୍ଟ ଶେଷ ରିଭ୍ୟୁ ପିଟିସନ୍‌ ଖାରଜ କରିଥିଲେ। ଶେଷ ଥର ପାଇଁ ଅକ୍ଷୟ ସିଂହ ଏହି ଆବେଦନ କରିଥିଲା। ଏହାପରେ ନିର୍ଭୟାଙ୍କ ପିତାମାତା ନିମ୍ନ ଅଦାଲତରେ ଡେଥ ୱାରେଣ୍ଟ ପାଇଁ ଆବେଦନ କରିଥିଲେ। କୋର୍ଟ ଏହାର ଶୁଣାଣି ପାଇଁ ଆଜି ଦିନକୁ ଧାର୍ଯ୍ୟ କରିଥିଲେ।

Related story