ବିନୟ କାନ୍ଦିଲା, ଭୁଲ୍ ମାଗିଲା

ନୂଆଦିଲ୍ଲୀ: ୭ ବର୍ଷ ପରେ ଆଜି ‘ନିର୍ଭୟା’ଙ୍କୁ ମିଳିଛି ନ୍ୟାୟ। ତାଙ୍କୁ ଦୁଷ୍କର୍ମ କରିଥିବା ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆଜି ଭୋର୍ ଠିକ୍ ସାଢ଼େ ୫ଟାରେ ଦିଲ୍ଲୀର ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି। ଫାଶୀ ଦେବା ପ୍ରକିୟା ଭୋର୍ ପ୍ରାୟ ୪ଟାରୁ ଆରମ୍ଭ ହୋଇଯାଇଥିଲା। ସେମାନଙ୍କୁ ଉଠାଯାଇ ଗାଧୋଇବାକୁ କୁହାଯାଇଥିଲା। ତା’ସହିତ ନୂଆ ପୋଷାକ ପିନ୍ଧିବାକୁ କୁହାଯାଇଥିଲା। ତେବେ ସୂଚନା ଅନୁଯାୟୀ, ବିନୟ ପୋଷାକ ବଦଳାଇବାକୁ […]

vinaya

Jitendra Garnayak
  • Published: Friday, 20 March 2020
  • , Updated: 20 March 2020, 09:21 AM IST

ନୂଆଦିଲ୍ଲୀ: ୭ ବର୍ଷ ପରେ ଆଜି ‘ନିର୍ଭୟା’ଙ୍କୁ ମିଳିଛି ନ୍ୟାୟ। ତାଙ୍କୁ ଦୁଷ୍କର୍ମ କରିଥିବା ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆଜି ଭୋର୍ ଠିକ୍ ସାଢ଼େ ୫ଟାରେ ଦିଲ୍ଲୀର ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି।

ଫାଶୀ ଦେବା ପ୍ରକିୟା ଭୋର୍ ପ୍ରାୟ ୪ଟାରୁ ଆରମ୍ଭ ହୋଇଯାଇଥିଲା। ସେମାନଙ୍କୁ ଉଠାଯାଇ ଗାଧୋଇବାକୁ କୁହାଯାଇଥିଲା। ତା’ସହିତ ନୂଆ ପୋଷାକ ପିନ୍ଧିବାକୁ କୁହାଯାଇଥିଲା। ତେବେ ସୂଚନା ଅନୁଯାୟୀ, ବିନୟ ପୋଷାକ ବଦଳାଇବାକୁ ମନା କରି ଦେଇଥିଲା। ତା’ସହିତ ସେ କାନ୍ଦିଥିଲା ଓ ନିଜ କୁକର୍ମ ପାଇଁ ଭୁଲ୍ ମଧ୍ୟ ମାଗିଥିଲା।

ସେହିପରି ସୂଚନା ଅନୁଯାୟୀ, ଦୋଷୀମାନେ ରାତିରେ ଶୋଇ ନଥିଲେ। ବିନୟ ଓ ମୁକେଶ ଅଳ୍ପ ଖାଦ୍ୟ ଗ୍ରହଣ କରଥିଲେ। କିନ୍ତୁ ପୱନ ଓ ଅକ୍ଷୟ ଖାଇ ନଥିଲେ। ସେହିପରି ଭୋରରେ ଗାଧୋଇବା ପରେ ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ଚା’ ଓ ଜଳଖିଆ ଯଚା ଯାଇଥିଲା। କିନ୍ତୁ କେହି ଗ୍ରହଣ କରି ନଥିଲେ।

ଅନ୍ୟପକ୍ଷରେ ଆଜି ଦୋଷୀମାନଙ୍କୁ ଫାଶୀ ଦିଆଯିବା ପୂର୍ବରୁ ତିହାର ଜେଲ୍‌ ସମ୍ମୁଖରେ ଲୋକଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକଙ୍କ ସହିତ ଅନେକ ସାମାଜିକ କର୍ମୀ ସେଠାରେ ଏକଜୁଟ ହୋଇଥିଲେ। ଦୋଷୀମାନଙ୍କୁ ଫାଶୀ ଦିଆଯିବା ପରେ ସେମାନେ ମିଠା ବାଣ୍ଟିଥିଲେ ଓ ବିଜୟ ଉତ୍ସବ ପାଳନ କରିଥିଲେ। ମାର୍ଚ୍ଚ ୨୦ ତାରିଖରେ ଅର୍ଥାତ୍ ଆଜି ନିର୍ଭୟାଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ବୋଲି ବହୁ ଲୋକ ସେଠାରେ ମତ ଦେଇଥିଲେ।

Related story