ପଳାତକ ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାନନ୍ଦ ଘୋଷଣା କଲା ନିଜର ସ୍ୱାଧୀନ ରାଷ୍ଟ୍ର

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଦେଶ ଛାଡ଼ି ପଳାଇଥିବା ଭଣ୍ଡ ବାବା ନିତ୍ୟାନନ୍ଦ ନିଜର ଏକ ହିନ୍ଦୁ ରାଷ୍ଟ୍ର ଘୋଷଣା କରିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିତ୍ୟାନନ୍ଦ ଦକ୍ଷିଣ ଆମେରିକାର ଇକ୍ୱେଡର ଦେଶରେ ଥିବା ଏକ ଦ୍ୱୀପ କିଣି ନିଜର ଏକ ସ୍ୱାଧୀନ ହିନ୍ଦୁ ରାଷ୍ଟ୍ର ଘୋଷଣା କରିଛି। ଏହି ସ୍ୱାଧୀନ ରାଷ୍ଟ୍ରର ନାମ ‘କୈଳାସ’ ରହିଛି। ଏ ନେଇ ଏକ ଓ୍ୱେବସାଇଟ୍ ମଧ୍ୟ ତିଆରି କରାଯାଇଛି। ଯେଉଁଥିରେ କୈଳାସକୁ ହିନ୍ଦୁ ରାଷ୍ଟ୍ର ବୋଲି […]

nityananda

nityananda

Subhransu Sekhar
  • Published: Wednesday, 04 December 2019
  • Updated: 04 December 2019, 02:48 PM IST

Sports

Latest News

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଦେଶ ଛାଡ଼ି ପଳାଇଥିବା ଭଣ୍ଡ ବାବା ନିତ୍ୟାନନ୍ଦ ନିଜର ଏକ ହିନ୍ଦୁ ରାଷ୍ଟ୍ର ଘୋଷଣା କରିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିତ୍ୟାନନ୍ଦ ଦକ୍ଷିଣ ଆମେରିକାର ଇକ୍ୱେଡର ଦେଶରେ ଥିବା ଏକ ଦ୍ୱୀପ କିଣି ନିଜର ଏକ ସ୍ୱାଧୀନ ହିନ୍ଦୁ ରାଷ୍ଟ୍ର ଘୋଷଣା କରିଛି। ଏହି ସ୍ୱାଧୀନ ରାଷ୍ଟ୍ରର ନାମ ‘କୈଳାସ’ ରହିଛି। ଏ ନେଇ ଏକ ଓ୍ୱେବସାଇଟ୍ ମଧ୍ୟ ତିଆରି କରାଯାଇଛି। ଯେଉଁଥିରେ କୈଳାସକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରାଯାଇଛି।

କୈଳାସ ଓ୍ୱେବସାଇଟରେ ଉଲ୍ଲେଖିତ ଥିବା ତଥ୍ୟ ଅନୁଯାୟୀ, ଏହି ଦ୍ୱୀପ ତ୍ରିନିଦାଦ ଏବଂ ଟୋବୋଗୋ ଦେଶ ପାଖରେ ରହିଛି। ଏହି ଦେଶରେ ଏକ ଗଣତାନ୍ତ୍ରିକ ଦେଶ ଭଳି ବିଭିନ୍ନ ପଦବୀରେ ସରକାରୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ସେନା ପ୍ରମୁଖ ଆଦି ଅନେକ ମନ୍ତ୍ରୀ ପଦ ମଧ୍ୟ ରହିଛି। ନିତ୍ୟାନନ୍ଦ ନିଜର ଜଣେ ଅନୁଗାମୀଙ୍କ ମା’ଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛି। ଏମିତିକି ଏହି ଦେଶର ସମ୍ୱିଧାନ ଏବଂ ସରକାରୀ ଢାଞ୍ଚା ବାବଦରେ ମଧ୍ୟ ଉଲ୍ଲେଖ ରହିଛି।

ଖାଲି ଏତିକି ନୁହେଁ ନିତ୍ୟାନନ୍ଦ ଏହି ଦେଶର ଜାତୀୟ ପଶୁ, ପକ୍ଷୀ, ପତାକା, ଆଦି ମଧ୍ୟ ଘୋଷଣା କରିଛି। ଯଦି କେହି ଏହି ଦେଶର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବ ତାହେଲେ ଆବଶ୍ୟକ ଚାନ୍ଦା ଦେଇ ନାଗରିକତ୍ୱ ଗ୍ରହଣ କରିପାରିବ।

ଓ୍ୱେବସାଇଟର ସୂଚନା ଅନୁଯାୟୀ, କୈଳାସ ଏକ ଅଣ ରାଜନୀତିକ ଦେଶ। ମାନବିକତା ଏହି ଦେଶର ମୂଳ ମନ୍ତ୍ର। ହିନ୍ଦୁ ଧର୍ମ ଏବଂ ସଂସ୍କୃତିକୁ ନେଇ ଏହି ଦେଶ ଚାଲିବ ବୋଲି ସୂଚନା ରହିଛି।

କୈଳାସ ଯିବା ପାଇଁ ପାସପୋର୍ଟ ମଧ୍ୟ ଦୁଇ ପ୍ରକାର ପ୍ରସ୍ତୁତ କରାଯାଇଛି। ଗୋଟିଏ ସୁନେଲୀ ରଙ୍ଗର ହୋଇଥିବା ବେଳେ ଅନ୍ୟଟି ଲାଲ ରଙ୍ଗର। ଜାତୀୟ ପତାକାର ରଙ୍ଗ ମେରୁନ ରହିଛି। ଏହି ପତାକାରେ ସିଂହାସନ ଉପରେ ନିତ୍ୟାନନ୍ଦ ଏବଂ ଏକ ବାହନ ସଦୃଶ ଷଣ୍ଢ ରହିଛି।

ସୂଚନାଯୋଗ୍ୟ, ଅନୁଗାମୀଙ୍କ ସହ ଦୁଷ୍କର୍ମ କରି ନିତ୍ୟାନନ୍ଦ ବିଦେଶ ପଳାଇଛି ବୋଲି ଗୁଜରାଟ ପୁଲିସ କହିଛି। ପ୍ରତ୍ୟାର୍ପଣ କରିବା ପାଇଁ ବିଦେଶ ମନ୍ତ୍ରଣାଳୟ ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story