ନୀତୀଶ କୁମାରଙ୍କୁ ଜେଲରେ ପୂରାଇବାକୁ ଧମକ ଦେଲେ ଚିରାଗ

ପାଟଣା: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ବି ଜୋରଦାର ଚାଲିଛି। ଏହାରି ଭିତରେ ଲୋକଜନଶକ୍ତି ପାର୍ଟି (ଏଲଜେପି)ର ସଭାପତି ସାଂସଦ ଚିରାଗ ପାଶଓ୍ୱାନ କହିଛନ୍ତି, କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜେଲ୍ ପଠାଇବେ। ରବିବାର ଏକ ରାଲିରେ ପ୍ରଚାର ବେଳେ ଚିରାଗ ଏଭଳି ରାଜନୀତିକ ହମଲା କରିଛନ୍ତି। ସେ କହିଛନ୍ତି ଯେ ଶାସନ ଗାଦିରେ ଯଦି ତାଙ୍କ ଦଳ ବସିବ ତାହେଲେ ୭ଟି ଦୁର୍ନୀତିର ଯାଞ୍ଚ କରାଇବେ ଏବଂ ସେ […]

nitish chirag

nitish chirag

Subhransu Sekhar
  • Published: Sunday, 25 October 2020
  • Updated: 25 October 2020, 06:31 PM IST

Sports

Latest News

ପାଟଣା: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ବି ଜୋରଦାର ଚାଲିଛି। ଏହାରି ଭିତରେ ଲୋକଜନଶକ୍ତି ପାର୍ଟି (ଏଲଜେପି)ର ସଭାପତି ସାଂସଦ ଚିରାଗ ପାଶଓ୍ୱାନ କହିଛନ୍ତି, କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜେଲ୍ ପଠାଇବେ। ରବିବାର ଏକ ରାଲିରେ ପ୍ରଚାର ବେଳେ ଚିରାଗ ଏଭଳି ରାଜନୀତିକ ହମଲା କରିଛନ୍ତି। ସେ କହିଛନ୍ତି ଯେ ଶାସନ ଗାଦିରେ ଯଦି ତାଙ୍କ ଦଳ ବସିବ ତାହେଲେ ୭ଟି ଦୁର୍ନୀତିର ଯାଞ୍ଚ କରାଇବେ ଏବଂ ସେ ସିଏମ୍ ହୁଅନ୍ତୁ ଅବା ତାଙ୍କ ଅଧିକାରୀ ଜେଲ୍ ଯିବାକୁ ବର୍ତ୍ତି ପାରିବେ ନାହିଁ ବୋଲି କହିଛନ୍ତି।

ରାଲିରେ ଉଦବୋଧନ ଦେବା ବେଳେ ରାଜ୍ୟ ସରକାରଙ୍କ ଆଗରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଚିରାଗ। ସେ କହିଛନ୍ତି ଯେ ବିହାରରେ ମଦ ବନ୍ଦ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବେଆଇନ ମଦ ବହୁ ପରିମାଣରେ ବିକ୍ରି ହେଉଛି ଏବଂ ନୀତୀଶ କୁମାର ଏଥିପାଇଁ ଲାଞ୍ଚ ନେଉଛନ୍ତି।

ନୀତୀଶ କୁମାରଙ୍କ ଉପରେ ବର୍ଷିବାକୁ ଯାଇ ଚିରାଗ ଆହୁରି କହିଛନ୍ତି ନୀତୀଶ ଯୁବ ବିରୋଧୀ, ବିହାରକୁ ନଷ୍ଟ କରୁଥିବା ମୁଖ୍ୟମନ୍ତ୍ରୀ, ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ବାଧ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ଯଦି ଏପରି ମୁଖ୍ୟମନ୍ତ୍ରୀ ରହିବେ ବିହାରର ବିକାଶ କିଭଳି ହେବ ବୋଲି ସେ କହିଛନ୍ତି।

https://twitter.com/iChiragPaswan/status/1320215740381683713

ଏହାପୂର୍ବରୁ ଚିରାଗ ଟ୍ୱିଟ୍ କରି କହିଛନ୍ତି, ଯେଉଁଠି ଏଲଜେପି ପ୍ରାର୍ଥୀ ଦେଇନି ସେଠାରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଦରକାର। ଆଗାମୀ ସରକାର ନୀତୀଶ ମୁକ୍ତ ସରକାର ଗଠନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos