ଆରମ୍ଭ ହେଲା ଚୀନକୁ ବୟକଟ କରିବା ପ୍ରକ୍ରିୟା, ସରକାର ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁଲଓ୍ୱାନ ଉପତ୍ୟକାର ସୀମାରେ ୨୦ ବୀର ଯବାନ ଶହୀଦ ହେବାର ପ୍ରତିଶୋଧ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛି ଭାରତ। ଚୀନ କମ୍ପାନୀର ଟେଲିକମ୍ ଜିନିଷ ବ୍ୟବହାର ନକରିବାକୁ ବିଏସଏନଏଲକୁ କହିଛି ଭାରତ। ସୁରକ୍ଷା ଦୃଷ୍ଟିରୁ ଏବଂ ଆତ୍ମନିର୍ଭ ଭାରତ ଅଭିଯାନକୁ ମଜବୁକ କରିବାକୁ ଯାଇ ଭାରତ ସରକାର ବିଏସଏନଏଲ ଓ ଏମଟିଏନଏଲକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ନିଷ୍ପତ୍ତି କ୍ରମେ ଏଭଳି ନିର୍ଦ୍ଦେଶ ଦେଇଛି ଟେଲିକମ ମନ୍ତ୍ରାଳୟ। ଏମିତିକି ୪ଜି […]

bsnal

Subhransu Sekhar
  • Published: Wednesday, 17 June 2020
  • , Updated: 17 June 2020, 11:20 PM IST

ନୂଆଦିଲ୍ଲୀ: ଗୁଲଓ୍ୱାନ ଉପତ୍ୟକାର ସୀମାରେ ୨୦ ବୀର ଯବାନ ଶହୀଦ ହେବାର ପ୍ରତିଶୋଧ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛି ଭାରତ। ଚୀନ କମ୍ପାନୀର ଟେଲିକମ୍ ଜିନିଷ ବ୍ୟବହାର ନକରିବାକୁ ବିଏସଏନଏଲକୁ କହିଛି ଭାରତ। ସୁରକ୍ଷା ଦୃଷ୍ଟିରୁ ଏବଂ ଆତ୍ମନିର୍ଭ ଭାରତ ଅଭିଯାନକୁ ମଜବୁକ କରିବାକୁ ଯାଇ ଭାରତ ସରକାର ବିଏସଏନଏଲ ଓ ଏମଟିଏନଏଲକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ନିଷ୍ପତ୍ତି କ୍ରମେ ଏଭଳି ନିର୍ଦ୍ଦେଶ ଦେଇଛି ଟେଲିକମ ମନ୍ତ୍ରାଳୟ। ଏମିତିକି ୪ଜି ନେଟଓ୍ୱର୍କ ପାଇଁ ଯଦି କୌଣସି ବିଡିଂ ହୋଇଛି ତାହାଲେ ପୁନର୍ବାର ବିଚାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ ଟେଲିକମ ମନ୍ତ୍ରାଳୟ ଘରୋଇ କମ୍ପାନୀମାନଙ୍କୁ ମଧ୍ୟ ସମାନ ପରାମର୍ଶ ଦେଇଥିବା ସୂଚନା ରହିଛି। ଭାରତର ସମସ୍ତ ବଡ ଇଣ୍ଟରନେଟ୍ କମ୍ପାନୀ ଗୁଡିକରେ ଚାଇନାର ବିପୁଳ ନିବେଶ ରହିଛି। ପରିସଂଖ୍ୟାନ ଅନୁଯାୟୀ, ଟେଲିକମ୍ ଉପକରଣର ବଜାର ହେଉଛି ୧୨ ହଜାର କୋଟି, ଯେଉଁଥିରେ ଚାଇନାର ଉତ୍ପାଦର ଅଂଶ ପ୍ରାୟ ୨୫ ପ୍ରତିଶତ ରହିଛି।

ଟେଲିକମ୍ କମ୍ପାନୀଗୁଡିକ ଅନୁଯାୟୀ, ଯଦି ସେମାନେ ଚାଇନା ତୁଳନାରେ ଆମେରିକୀୟ ଏବଂ ୟୁରୋପୀୟ ଟେଲିକମ୍ ଉପକରଣ କିଣିବାକୁ ଚିନ୍ତା କରନ୍ତି, ତେବେ ସେମାନଙ୍କର ମୂଲ୍ୟ ୧୦-୧୫% ବୃଦ୍ଧି ପାଇବ। ହେଲେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏବେ ଟେଲିକମ କମ୍ପାନୀମାନେ ଚୀନ ଜିନିଷ ଉପରେ କମ୍ ନିର୍ଭର କରିବେ।

Related story